ଭୁବନେଶ୍ବର: ବହୁ ଚର୍ଚ୍ଚିତ କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ (Mamita Meher murder)କୁ ନେଇ ହୁଲୁସ୍ତୁଲ ବିଧାନସଭା (Odisha assembly) । ଆଜି ସୋମବାର ପଞ୍ଚମ ଦିନରେ ମଧ୍ୟ ଧୋଇଯିବା ସ୍ଥିତିରେ ବିଧାନସଭାର ସମସ୍ତ କାର୍ଯ୍ୟ । ପୂର୍ବାହ୍ନରେ ପୂର୍ବସ୍ଥିତି ବିରୋଧୀଙ୍କ ଜାରି ରହିଥିବାରୁ, ଗୃହ ଚଳାଇବା ସମ୍ଭବ ହୋଇନଥିଲା । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।
ଅପରାହ୍ନ 4ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହୋହାଲ୍ଲା ସହ ସରକାରୀ ଦଳର ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି । ଗୃହକୁ ମୁଲତବୀ ରଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ଉପ-ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ