ETV Bharat / city

Budget Session 2022: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

author img

By

Published : Mar 15, 2022, 12:07 PM IST

Updated : Mar 15, 2022, 12:38 PM IST

ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ଅଧିକ ପଢନ୍ତୁ

Budget Session 2022: ଆରମ୍ଭ ହେଲା ସର୍ବଦଳୀୟ ବୈଠକ
Odisha Assembly: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବଜେଟ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଶାସକ ଦଳର ମୁଖ୍ୟ ସଚେତକଙ୍କ ସହ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳର ନେତା ବୈଠକରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

Budget Session 2022: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ଆସନ୍ତା 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । 25 ରୁ 31 ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମ ଦିନ ରାଜ୍ୟପାଳ ଗୃହରେ ନିଜ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଲଗାତାର ଦୁଇ ଦିନ ଧରି 26 ଓ 27 ଆଲୋଚନା ହେବ । 30ରେ ବଜେଟ ଉପସ୍ଥାନ ହେବ । 31ରେ ବଜେଟକୁ ଗୃହର ମଞ୍ଜୁରି ମିଳିବ ।

ତେବେ ବୈଠକରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, (ଭିସି)ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବିଜେଡି ବିଧାୟକ ଦେବୀ ମିଶ୍ର ଉପସ୍ଥିତ ରହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 15, 2022, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.