ETV Bharat / city

Municipality Election: ପଞ୍ଚାୟତ ପରେ ପୌର ନିର୍ବାଚନରେ ରେକର୍ଡ ବିଜୟ ଲକ୍ଷ୍ୟରେ BJD - ପୌର ନିର୍ବାଚନକୁ ନେଇ ବିଜେପିର ପ୍ରତିକ୍ରିୟା

ପୌରନିର୍ବାଚନ ପାଇଁ ବିଜ୍ଞପ୍ତି ସୋମବାର ପ୍ରକାଶ ପାଇଛି । ଏହା ମଧ୍ୟରେ ତିନି ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତ ଜୋରଦାର ଆରମ୍ଭ କଲେଣି । ସମସ୍ତ ଦଳ ବିଜୟ ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ପଞ୍ଚାୟତ ପରେ ପୌରରେ ରେକର୍ଡ ବିଜୟ ଲକ୍ଷ୍ୟରେ ବିଜେଡ଼ି

author img

By

Published : Feb 28, 2022, 10:46 PM IST

Updated : Feb 28, 2022, 11:01 PM IST

ଭୁବନେଶ୍ବର: ପୌରନିର୍ବାଚନ ପାଇଁ ବିଜ୍ଞପ୍ତି ଆଜି (ସୋମବାର) ପ୍ରକାଶ ପାଇଛି । ଏହା ମଧ୍ୟରେ ତିନି ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତ ଜୋରଦାର ଆରମ୍ଭ କଲେଣି । ଏହି ପରିପ୍ରେକ୍ଷିରେ ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି କହିଛନ୍ତି, ପୌର ପାଇଁ ୨୫ ପ୍ରତିଶତ ପ୍ରାର୍ଥୀ ସ୍ଥିର କରିସାରିଲାଣି ବିଜେପି ।

ପଞ୍ଚାୟତ ପରେ ପୌର ନିର୍ବାଚନରେ ରେକର୍ଡ ବିଜୟ ଲକ୍ଷ୍ୟରେ BJD

ଆଉ ୨ ଦିନରେ ସମସ୍ଥ ପ୍ରାର୍ଥୀ ଘୋଷଣା ହୋଇଯିବ । ତେବେ ପଞ୍ଚାୟତ ଫଳାଫଳ ପୌର ଉପରେ ପ୍ରଭାବ ରହିବନି । ପୌର ଭୋଟର ସବୁବେଳେ ବିଜେପି ସହ ଅଛନ୍ତି । ସହରାଞ୍ଚଳରେ ସରକାର ବିରୋଧରେ ଅନେକ ପ୍ରସଙ୍ଗ ରହିଛି । ରାସ୍ତା, ଡ୍ରେନେଜ ଆଦି ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବ ବୋଲି କହିଛି ବିଜେପି ।

ସେହିପରି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ପଞ୍ଚାୟତ ପରେ ପୌରରେ ରେକର୍ଡ ବିଜୟ ଲକ୍ଷ୍ୟରେ ବିଜେଡ଼ି । କେବଳ ନିର୍ବାଚନ ଆସିଲେ ନୁହେଁ ବିଜେଡ଼ି ସବୁବେଳେ ପ୍ରସ୍ତୁତ ଥାଏ । ଆମେ ଲୋକଙ୍କ ପାଖରେ ସବୁବେଳେ ତାହା ପ୍ରମାଣିତ ହୋଇ ସାରିଛି । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଅପେକ୍ଷା ମୁଖ୍ୟମନ୍ତ୍ରୀ ଅନୁମୋଦନ କଲେ ପ୍ରାର୍ଥୀ ତାଲିକା ଆସିଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜେ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବା କରିବା ସହ ଭୁବନେଶ୍ଵର, କଟକ ସହର ପାଇଁ କଂଗ୍ରେସ କାମ କରିଛି ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 28, 2022, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.