ETV Bharat / city

ଫାୟାର ସେଫଟି ନିୟମରେ କୋହଳ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲା AOPMEF - all odisha private hospital establishment forum

ଫାୟାର ସେଫଟି ନିୟମରେ କୋହଳ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲା ଅଲ ଓଡିଶା ପ୍ରାଇଭେଟ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ (AOPMEF) । ପୂର୍ବରୁ ହୋଇଥିବା ବିଲଡିଂ ପାଇଁ ନୂତନ ଫାୟାର ସେଫଟି ଆଇନରେ କୋହଳ କରିବାକୁ କଲା ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 23, 2019, 9:34 PM IST

ଭୁବନେଶ୍ବର: ଫାୟାର ସେଫଟି ନିୟମରେ କୋହଳ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲା ଅଲ ଓଡିଶା ପ୍ରାଇଭେଟ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ (AOPMEF) । ଅଗ୍ନିଶମ ବିଭାଗର ନୋ ଅବଜେକ୍ସନ ସାର୍ଟିଫିକେଟ ପାଇଁ ନର୍ସିଂହୋମର ଉଚ୍ଚତା ପୂର୍ବ ନିର୍ଦ୍ଧାରିତ 12 ମିଟର ବଦଳରେ 15 ମିଟର କରିବାକୁ ଦାବି । ସେହିପରି ପୂର୍ବରୁ ହୋଇଥିବା ବିଲଡିଂ ପାଇଁ ନୂତନ ଫାୟାର ସେଫଟି ଆଇନରେ କୋହଳ କରିବାକୁ ଦାବି କରିଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ସହ ଇ-ରେଜିଷ୍ଟ୍ରେସନ ନିୟମରେ କୋହଳ ଓ ବିଜୁ କୃଷକ କଲ୍ୟାଣ ଯୋଜନାର ସମସ୍ତ ବକେୟା ଅର୍ଥ ଶୀଘ୍ର ପୈଠ କରିବା ନେଇ ଫୋରମ ଦାବି କରିଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ତେବେ ଏହି ଦାବି ଗୁଡିକ ନେଇ ସ୍ବାସ୍ଥ୍ୟ ବିଭାଗ ବିଚାର କରିବା ସହ ଫୋରମର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜୁ କୃଷକ କଲ୍ୟାଣ ଯୋଜନାର ସମସ୍ତ ବକେୟା ଅର୍ଥ ଶୀଘ୍ର ପୈଠ କରାଯିବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ସୂଚନା ଥାଉକି, ଏସବୁ ଦାବି ନେଇ ଆଜି ଫୋରମର ଏକ 5 ଜଣିଆ ଟିମ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆଲୋଚନା କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଅଲ ଓଡିଶା ପ୍ରାଇଭେଟ ହସ୍ପିଟାଲ ଏଷ୍ଟାବଳିସମେଣ୍ଟ ଫୋରମ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ବୈଠକ | ବୈଠକ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ହୋଇଛି ।ବୈଠକ ପରେ ସ୍ଵସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ,ଫୋରମ ପକ୍ଷରୁ ଇ ରେଜିଷ୍ଟ୍ରେସନ ନିୟମରେ କୋହଳ କରିବା ପାଇଁ ପାଞ୍ଚ ଜଣିଆ ପ୍ରତିନିଧି ଦଳର ଦାବି କରିଛି | ଏହା ସହ 100 ବେଡ଼ରୁ କମ, 15 ମିଟର ଉଚ୍ଚତା ବିଲଡିଂ ଯାହା ପୂର୍ବରୁ ତିଆରି ହୋଇଛି ନୃତନ ଫାୟାର ସେଫଟି ଆଇନ ରେ ତାଙ୍କୁ କୋହଳ କରିବା ପାଇଁ ଫୋରମ ଦାବି କରିଛି ।Body:ଲେବଲ ୱାନ ଆଇସିୟୁ କୁ ଅନୁମତି ଦେବା ଲାଗି ଫୋରମ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ନେଇ ଆଲୋଚନା |ଏହି ଦାବି ନେଇ ବିଚାର କରିବ ସ୍ୱାସ୍ଥ୍ୟ ବିଭାଗ ବୋଲି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ | ଫୋରମର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରଦାନ କରାଯିବ| ବିଜୁ କୃଷକ କଲ୍ୟାଣ ଯୋଜନାର ସମସ୍ତ ବକେୟା ଅର୍ଥ ଶୀଘ୍ର ପୈଠ ନେଇConclusion: ଦାବି ନେଇ ବିଚାର କରିବ ସ୍ୱାସ୍ଥ୍ୟ ବିଭାଗ ବୋଲି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ | ଫୋରମର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରଦାନ କରାଯିବ| ବିଜୁ କୃଷକ କଲ୍ୟାଣ ଯୋଜନାର ସମସ୍ତ ବକେୟା ଅର୍ଥ ଶୀଘ୍ର ପୈଠ କରାଇବା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.