ETV Bharat / city

ବଜେଟ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋରୋନା ଟେଷ୍ଟ

author img

By

Published : Feb 12, 2021, 7:43 PM IST

ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଜାରି ହେଲା ଗାଇଡଲାଇନ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ ସମେତ ତାଙ୍କ ପିଏସଓ ଓ ଡ୍ରାଇଭରଙ୍କ ମଧ୍ୟ ହେବ କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

ବଜେଟ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋରୋନା ଟେଷ୍ଟ
ବଜେଟ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋରୋନା ଟେଷ୍ଟ

ଭୁବନେଶ୍ବର: ଆସନ୍ତା 18 ତାରିଖରେ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଅଧିବେଶନ ପୂର୍ବରୁ ଜାରି ହେଲା କୋରୋନା ଗାଇଡଲାଇନ । ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀଦଳ କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟ ଏହି ପରୀକ୍ଷା କରାଯିବ ।

ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶାନୁସାରେ, ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭାର ସମସ୍ତ ସଦସ୍ୟଙ୍କ ସମେତ ତାଙ୍କ ପିଏସଓ ଓ ଡ୍ରାଇଭରମାନଙ୍କ ମଧ୍ୟ ଆରଟିପିସିଆର ଟେଷ୍ଟ ହେବ। ଡାକ୍ତର ଟିମଙ୍କ ସହାୟତାରେ ଆସନ୍ତା 15 ଏବଂ 16 ତାରିଖ ସକାଳ 8 ଟା 30ରୁ 1 ଟା 30 ଏବଂ ପୁଣି ଅପରାହ୍ନ 3 ଟା 30ରୁ 5 ଟା ଯାଏଁ ଚାଲିବ ଟେଷ୍ଟ । ସେହିପରି 17 ତାରିଖ ସକାଳ 8 ଟା 30ରୁ 1 ଟା 30 ଯାଏଁ ମଧ୍ୟ ଏହି ଟେଷ୍ଟ କରାଯିବ ।

ତେବେ ଅଧିବେଶନ ପରେ ମଧ୍ୟ ପୁନର୍ବାର ସମସ୍ତଙ୍କ ଟେଷ୍ଟ ହେବ। ଯଦି ବଜେଟ ଅଧିବେଶନ ମଧ୍ୟରେ କେହି ସଦସ୍ୟ ଅସୁସ୍ଥତା ଅନୁଭବ କରନ୍ତି, ତେବେ ସେମାନେ ନିଜର ଆଣ୍ଟିଜେନ ଟେଷ୍ଟ କରାଇପାରିବେ । ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋବ୍ସ ନିୟମିତ ଭାବେ ଯୋଗାଇ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.