ଭୁବନେଶ୍ବର: ଛତିଶଗଡକୁ ବସ ଚଳାଚଳ ବନ୍ଦ । ଓଡିଶା ସୀମାନ୍ତ ଛତିଶଗଡରେ ସଂକ୍ରମଣ ବଢୁଥିବାରୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି । ତର୍ଜମା ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ବିଭାଗ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯାଇପାରେ ।
ସେହିପରି ସୀମାନ୍ତରେ ଚେକିଂ ପଏଣ୍ଟରେ ଆରଟିଓମାନେ ଯାଞ୍ଚ କରିବେ । ଗାଇଡଲାଇନ ଅନୁସାରେ ଚେକିଂ କରାଯିବ । ବଢୁଥିବା ସଂକ୍ରମଣ ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କଟକଣା କରାଯିବ ସେନେଇ ଆଲୋଚନା କରାଯିବ ବୋଲି ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ