ETV Bharat / city

ABVPର ବିଧାନସଭା ଘେରାଓ: ରାସ୍ତାରୁ ଉଠାଇ ନେଲା ପୋଲିସ

author img

By

Published : Jul 11, 2022, 9:42 PM IST

ଏବିଭିପି (ABVP)ର ବିଧାନସଭା ଘେରାଓ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି । ଅଧିକ ପଢନ୍ତୁ

ଏବିଭିପିର ବିଧାନସଭା ଘେରାଓ:ଘେରାଉ ବେଳେ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ଏବିଭିପି (ABVP)ର ବିଧାନସଭା ଘେରାଓ । ଘେରାଉ ବେଳେ ଉଠାଇ ନେଲା ପୋଲିସ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି ।ଶ୍ରେୟା ଛକ ଗୁରୁଦ୍ବାର ମନ୍ଦିର ଠୁ ବିଧାନସଭା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବର୍ଷାରେ ଭିଜି ହାତରେ ପ୍ଳାକାର୍ଡ ଧରି ସରକାର ବିରୋଧୀ ନାରାବାଜି ଦେଇ ବିକ୍ଷୋଭ ପଦର୍ଶନ କରିଥିଲେ ଛାତ୍ରଛାତ୍ରୀ।

ରାଜ୍ୟର ଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ଏହି ଆନ୍ଦୋଳନ କରିଥିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ। ଆଉ ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇଥିଲା । ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଛି ପୋଲିସ।

ତେବେ ରୁଚିକାଙ୍କ ମୃତ୍ୟୁକୁ ୧୦ ଦିନ ପୁରିଥିଲେ ମଧ୍ୟ ଏଯାବତ ପୋଲିସ ହତ୍ୟା କି ଆତ୍ମହତ୍ୟା ର କାରଣ ଖୋଜି ପାରିନଥିବା ବେଳେ ଖୁବଶୀଘ୍ର ଘଟଣାର ତଦନ୍ତ ହେଉ । ଆଉ ରୁଚିକାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ଏହାସହ ତଦନ୍ତ ନ କରି ଝିଅ ପାଇଁ ନ୍ୟାୟ ମାଗୁଥିବା ମାଙ୍କୁ ଉଠାଇ ନେବା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି । ଆଉ ରୁଚିକାଙ୍କୁ ନ୍ୟାୟ ନ ଦେଇପାରୁଥିବା ବା ଛାତ୍ରୀଙ୍କ ସୁରକ୍ଷା ରେ ବିଫଳ ହୋଇଥିବା ଅପାରଗ ସରକାରଙ୍କୁ ନିଜର ଗାଦି ଛାଡନ୍ତୁ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.