ETV Bharat / city

ମମିତା ମର୍ଡର ମିଷ୍ଟ୍ରି: ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଦଳର ବିକ୍ଷୋଭ ପ୍ରଦର୍ଶନ - କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର

କଳାହାଣ୍ଡି ଜିଲ୍ଲା ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣା । ରାଜଧାନୀ ରାଜରାସ୍ତାରେ AISF ସଂଗଠନ ସମେତ ABVP ଓ CPIM ଦଳ ବିକ୍ଷୋଭ ପ୍ରଦର୍ଶନ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଅଧିକ ପଢନ୍ତୁ...

ମମିତା ମେହେର ମୃତ୍ୟୁ ଘଟଣା: ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଦଳର ବିକ୍ଷୋଭ ପ୍ରଦର୍ଶନ

author img

By

Published : Oct 21, 2021, 12:17 PM IST

Updated : Oct 21, 2021, 12:26 PM IST

ଭୁବନେଶ୍ବର: କଳହାଣ୍ଡି ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ଏବେ ଉଠୁଛି ପଡୁଛି ସାରା ଓଡିଶା । ରାଜରାସ୍ତା ଉପରକୁ ଓହ୍ଲାଇବରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସଂଗଠନ । ପୋଲିସର ମନମୁଖୀ କାର୍ଯ୍ୟକଳାପ ଓ ଅନ୍ୟପଟେ ମନ୍ତ୍ରୀଙ୍କ ପରୋକ୍ଷ ହସ୍ତକ୍ଷେପ ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଆଜି(ଗୁରୁବାର) ରାଜଧାନୀରେ AISF ସଂଗଠନ ସମେତ ABVP ଓ CPIM ଦଳ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ମମିତା ମର୍ଡର ମିଷ୍ଟ୍ରି: ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଦଳର ବିକ୍ଷୋଭ ପ୍ରଦର୍ଶନ

ଦୋଷୀକୁ ଧରିବା ଓ ପରେ ଛାଡ଼ିଦେବା ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇବା ସହ ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଏତେ ସବୁ ନାରାବାଜି ଚାଲିଥିବା ବେଳେ ସେ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛି AISF ସଂଗଠନ । ଏହାସହ ସରକାର ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ପୋଡିଛି ସଂଗଠନ। ଇତିଶ୍ରୀ ମମିତାଙ୍କ ଭଳି ଶିକ୍ଷୟିତ୍ରୀଙ୍କୁ ଓଡ଼ିଶାରେ ଲଗାତାର ଆକ୍ରମଣ ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଯଦି ମନ୍ତ୍ରୀ ଏହା ପରେ ଇସ୍ତଫା ନ ଦିଅନ୍ତି ତେବେ ଆଗାମୀ ଦିନରେ ଏ ଆନ୍ଦୋଳନ ଜୋରଦାର ହେବା ସହ ରାଜରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେତାବନୀ ଦେଇଛି AISF ସଂଗଠନ ।

ସେପଟେ ମୃତ୍ୟୁ ଘଟଣାରେ ସିଧାସଳଖ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ କରି CPIM ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଦଳ । କାରଣ ସେ ପର୍ଯ୍ୟନ୍ତ ଦଳରେ ଥିବେ ସେ ପର୍ଯ୍ୟନ୍ତ ତଦନ୍ତ ବାଟବଣା ହେବ ବୋଲି ଦଳ ଅଭିଯୋଗ କରିଛି । ତେଣୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ହତ୍ୟାକାରୀଙ୍କୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ବରଖାସ୍ତ କରି ନିରପେକ୍ଷ ତଦନ୍ତ କରନ୍ତୁ ।

ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନଠାରେ ABVPର ଛାତ୍ରଛାତ୍ରୀମାନେ ପ୍ଳାକାଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମମିତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଥିଲେ । ଏପରିକି ନିଃସହାୟ ପିତାମାତାଙ୍କୁ ଝିଅ ମୃତ୍ୟୁର ସଠିକ ନ୍ୟାୟ ମିଳୁ ବୋଲି ଛାତ୍ର ପରିଷଦ ଦାବି କରିଥିଲା । ଆଉ ସରକାରୀ ଶାସନରେ ରହି ବେସରକାରୀ କଲେଜକୁ କାହିଁକି ଏତେ ଟଙ୍କା ଦେଇଥିଲେ ତାହାର ତଦନ୍ତ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରିଛି ଏବିଭିପି । ଏହାସହ ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ଦିନକୁ ଦିନ କିଭଳି ବିଗୁଡୁଛି ତାକୁ ନେଇ ମଧ୍ୟ ଛାତ୍ର ପରିଷଦ ସରକାରଙ୍କୁ ପ୍ରଶ୍ନ କରିଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 21, 2021, 12:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.