ETV Bharat / city

ଆକାଶରେ ବାୟୁବୀରଙ୍କ ଜଲୱା, ସାହସିକତା ପ୍ରଦର୍ଶନ ପରେ ଟିମକୁ ସମ୍ବର୍ଦ୍ଧନା - ସୂର୍ଯ୍ୟକିରଣ ଏରୋବେଟିକ ଟିମର ଏୟାର ସୋ

ରାଜଧାନୀ ଭୁବନେଶ୍ବରର କୁଆଖାଇ ବାଲିଯାତ୍ରା ପଡ଼ିଆରେ ଆଜି ଆୟୋଜିତ ହୋଇଥିଲା ବାୟୁସେନାର ଏରୋବେଟିକ ସୋ' । ଆକାଶ ମାର୍ଗରେ ବାୟୁବୀରମାନେ ସାହସିକତା ପ୍ରଦର୍ଶନ କରିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ

ଆକାଶରେ ବାୟୁବୀରଙ୍କ ଜଲୱା, ସାହସିକତା ପ୍ରଦର୍ଶନ ପରେ ଟିମକୁ ସମ୍ବର୍ଦ୍ଧନା

author img

By

Published : Sep 16, 2022, 6:02 PM IST

Updated : Sep 16, 2022, 6:17 PM IST

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ରାଜଧାନୀ ଭୁବନେଶ୍ବରର କୁଆଖାଇ ନଦୀପଠାରେ ଆୟୋଜିତ ହୋଇଯାଇଛି ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ ଟିମର ଏୟାର ସୋ' । ବାୟୁବୀରମାନେ ଆକାଶ ମାର୍ଗରେ ଉଡ଼ାଇଛନ୍ତି ୯ଟି ହକ୍‌ ବିମାନ । ୨୫ ମିନିଟର ଲାଇଭ ସୋ' ଦେଖି ରାଜଧାନୀବାସୀ ଉତ୍ସାହିତ ହୋଇପଡ଼ିଥିବାବେଳେ, ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ।

ଆକାଶରେ ବାୟୁବୀରଙ୍କ ଜଲୱା, ସାହସିକତା ପ୍ରଦର୍ଶନ ପରେ ଟିମକୁ ସମ୍ବର୍ଦ୍ଧନା

ଏୟାର ମାର୍ଶଲ ଦିଲ୍ଲୀପ ୯ଟି ହକ ବିମାନରେ ଥିବା ଟିମକୁ ସ୍ବାଗତ କରିବା ସହ ସମସ୍ତ ସାହସୀ ବୀରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସୋ' ଆଜାଦି କା ଅମୃତ ମହୋତ୍ସବକୁ ନେଇ କରାଯାଉଥିବାବେଳେ ଦ୍ବିତୀୟରେ ଓଡିଶାରେ ଯୁବ ପିଢିଙ୍କୁ ଏଭଳି ଲାଇନକୁ ଆସିବାକୁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟ ରହିଥିଲା । ଯାହାକି ନିଶ୍ଚିତ ଭାବେ ଫଳପ୍ରଦ ହୋଇଥିବା ଆଶା କରାଯାଉଛି । ସୋ'କୁ ଦେଖିବା ଲାଗି କୁଆଖାଇ ବାଲିଯାତ୍ରା ପଡ଼ିଆରେ ପ୍ରାୟ ୫୦ ହଜାର ଲୋକଙ୍କ ଭିଡ଼ ଜମିଥିଲା ।

ଏହି ଲଢୁଆ ବିମାନ ପାଖାପାଖି ଘଣ୍ଟା ପ୍ରତି ୬୦୦ ରୁ ୭୦୦ କିମି ସ୍ପିଡରେ ଉଡୁଥିଲା । ପକ୍ଷୀମାନଙ୍କ ପାଇଁ ସୋ'ର ସମୟ କମ କରାଯାଇଥିଲା । କମ ସମୟ ହୋଇଥିଲେ ମଧ୍ୟ ରାଜଧାନୀବାସୀଙ୍କ ପାଇଁ ଏହି ଅନୁଭୂତି ସ୍ଵତନ୍ତ୍ର ରହିଥିଲା । ଭୁବନେଶ୍ଵରବାସୀ ସୋ'କୁ ନେଇ ବହୁତ ଉତ୍ସାହିତ ହୋଇପଡ଼ିଥିଲେ । ୧୦ଟା ୨୦ମିନିଟରୁ ଏହି ସୋ' ଆରମ୍ଭ ହୋଇଥିବାବେଳେ, ପ୍ରାୟ ୨୫ ମିନିଟ ଚାଲିଥିଲା ।

ଏହା ବି ପଢନ୍ତୁ- ସୂର୍ଯ୍ୟକିରଣ ଏୟାର ସୋ’ ଦେଖିଲେ ରାଜ୍ୟବାସୀ, ଆକାଶମାର୍ଗରୁ ବୀରତ୍ବ ଦେଖାଇଲେ ବାୟୁବୀର

ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ଓଡ୍ରାଫ୍ ଟିମକୁ ମଧ୍ୟ ସଜାଗ ରଖାଯାଇଥିଲା । ଏହି ସୋ' ପାଇଁ ପୋଲିସର ଭୂମିକାକୁ ପ୍ରଶଂସା କରିଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । ଏତେ ସଂଖ୍ୟକ ଦର୍ଶକ ସୋ'କୁ ଉପଭୋଗ କରିବା ଲାଗି ଆସିଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଆକାଶରେ ବାୟୁବୀରଙ୍କ ଜଲୱା
ଆକାଶରେ ବାୟୁବୀରଙ୍କ ଜଲୱା

ସୂଚନା ଥାଉ କି, ସୂର୍ଯ୍ୟକିରଣ ଟିମ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମ ଥର ପାଇଁ ଚିତ୍ତାକର୍ଷକ ସୋ' ପ୍ରଦର୍ଶନ କରିଥିଲା । ଶ୍ରୀଲଙ୍କାର କଲୋମ୍ବୋରେ ଏହି ସୋ' ଆୟୋଜିତ ହୋଇଥିଲା । ଏହା ପରଠାରୁ ସୂର୍ଯ୍ୟକିରଣ ଟିମ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ସୋ' ପ୍ରଦର୍ଶନ କରିଆସୁଛନ୍ତି । ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ବାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରାଯାଉଛି । ପୂର୍ବବର୍ଷ ଡେରାଡୁନ ରାମେଶ୍ବରମରେ ଏଭଳି ସୋ' ପ୍ରଦର୍ଶନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 16, 2022, 6:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.