ETV Bharat / city

ଭୁବନେଶ୍ୱର AIIMSକୁ ବଡ ସଫଳତା, ସମ୍ପୂର୍ଣ୍ଣ ଜଙ୍ଘହାଡ ପ୍ରତିରୋପଣ କଲେ ଡାକ୍ତର - ଭୁବନେଶ୍ବର ଏମ୍ସରେ ସଫଳ ପ୍ରତିରୋପଣ

ଭୁବନେଶ୍ୱର ଏମ୍ସକୁ ମିଳିଲା ବଡ ସଫଳତା । ପ୍ରଥମ କରି ରାଜ୍ୟରେ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ସଫଳତାର ସହ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର AIIMS କୁ ବଡ ସଫଳତା, ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ କଲେ ଡାକ୍ତର

author img

By

Published : May 26, 2022, 9:52 PM IST

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ । ଏମ୍ସ ଭୁବନେଶ୍ୱର ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ ସଫଳ ହୋଇଛି । ପିନେଟ ଟ୍ୟୁମର(କର୍କଟ)ରେ ପୀଡ଼ିତ ଥିବା ଯୁବକଙ୍କ ଶରୀରେ ଏହି ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି । ଦୀର୍ଘ 4 ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଥିବାବେଳେ ସମ୍ପୃକ୍ତ ରୋଗୀ ସୁସ୍ଥଥିବା ସୂଚନା ମିଳିଛି ।

ତେବେ ଏପରି ବିରଳ ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମଥର ପାଇଁ କରାଯାଇଛି । ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ଡ଼ାକ୍ତର ସୁଜିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ କେନ୍ଦ୍ରାପଡା ଜିଲ୍ଲାର ଜଣେ ୩୦ ବର୍ଷୀୟ ଯୁବକଙ୍କର ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ କରିଛନ୍ତି । ଏହି ଯୁବକଙ୍କ ବାମ ଜଙ୍ଘହାଡ଼ରେ ଏକ ବଡ଼ ଟ୍ୟୁମର ରହିଥିଲା । ତାଙ୍କ ଜଙ୍ଘହାଡ଼ରେ ପ୍ରିମିଟିଭ ନ୍ୟୁରୋଏକ୍ଟୋଡର୍ମାଲ୍ ଭଳି ଜଟିଳ ରୋଗରେ ପୀଡ଼ିତ ଥିଲେ । ଏନେଇ ସେ ପୂର୍ବରୁ ୨୦୧୮ ଏବଂ ୨୦୧୯ରେ ଦୁଇ ଦୁଇଟି ଅସ୍ତ୍ରୋପଚାର କରିସାରିଥିଲେ ।

ମାତ୍ର ତାହା ଟ୍ୟୁମରକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ପର୍ଯ୍ୟାପ୍ତ ନଥିଲା । ପରବର୍ତ୍ତୀ ସମୟରେ ଯୁବକଙ୍କ ଠାରେ ଉକ୍ତ ଟ୍ୟୁମର ବୃଦ୍ଧି ପାଇବା ସହିତ ଅସହ୍ୟ ପୀଡ଼ା ଅନୁଭୂତ ହୋଇଥିଲା । ତେଣୁ ଏହି ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ କେମୋଥେରାପି ଦିଆଯାଇଥିଲା । ଏହି ବିପଦପୂର୍ଣ୍ଣ ଟ୍ୟୁମରଟି ରକ୍ତବାହି ପାଖାପାଖି ଥିଲା । ତେଣୁ ଅତ୍ୟନ୍ତ ସତର୍କତା ଓ ଯତ୍ନର ସହିତ ଅସ୍ତ୍ରୋପଚାର କରାଯାଇ ସମ୍ପୂର୍ଣ୍ଣ ଟ୍ୟୁମରଟିକୁ ଟୋଟୋରେ ଏକ୍ସାଇଜ୍ କରାଯାଇ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ କରିଛନ୍ତି ଡାକ୍ତର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.