ETV Bharat / city

ବିଶ୍ବ ଏଡସ ଦିବସକୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ - ବିଶ୍ବ ଏଡସ ଦିବସ

ରବିବାର ସମଗ୍ର ବିଶ୍ବ ପାଳିବ ବିଶ୍ବ ଏଡସ ଦିବସ । ଏହାପୂର୍ବରୁ ରାଜଧାନୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-6ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ ।

_aids awareness
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 30, 2019, 5:16 PM IST

ଭୁବନେଶ୍ବର: ସାରା ବିଶ୍ବରେ ଏଡସ ଏକ ଦୁରାରୋଗ୍ୟ ଭାବେ ପରିଚିତ । ବର୍ତ୍ତମାନ ସମୟରେ ବିଶ୍ବରେ ପାଖାପାଖି 4 କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ । ଆଜିର ଏକବିଂଶ ଶତାବ୍ଦୀରେ ଏହିଭଳି ରୋଗ ପ୍ରତି ଲୋକମାନଙ୍କ ନିକଟରେ ସଚେତନତା ସୃଷ୍ଟି ହୋଇପାରିଲେ ଏହାର ଭୟାବହତା କମିବା ସହିତ ସୁସ୍ଥ ସମାଜ ସୃଷ୍ଟି ହୋଇପାରିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆସନ୍ତାକାଲି (ରବିବାର) ସାରା ବିଶ୍ବ ପାଳିବ ଏଡସ ଦିବସ । ଏହା ପୂର୍ବରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-6ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏଡସ୍ ବିଷୟରେ ପିଲାମାନଙ୍କୁ ଅଧିକ ଜଣାଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା, ପେଣ୍ଟିଂ, ପ୍ରବନ୍ଧ, ସ୍ଲୋଗାନ, ବକ୍ତୃତା ଆଦି ଆୟୋଜନ କରାଯାଇଥିଲା । ଖାଲି ସେତିକି ନୁହେଁ ନାଟକ ମାଧ୍ୟମରେ ମଧ୍ୟ ଏହାର ସମାଜ ପ୍ରତି ଥିବା କୁ-ପ୍ରଭାବ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଯାଇଥିଲା ।

ଏପରି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଆଗାମୀ ଯୁବପୀଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ । ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରାମର୍ଶ ଗ୍ରହଣ କରିବା ସହିତ ନିଜ ଆଖପାଖର ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ବାଣ୍ଟିଲେ ସମାଜର ଆହୁରି ଅଧିକ ଲୋକ ସଚେତନ ହୋଇପାରିବେ ବୋଲି ଜଣେ ଛାତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସାରା ବିଶ୍ୱରେ ଏଡ୍ସ ଏକ ଦୁରାରୋଗ୍ୟ ରୋଗ ଭାବରେ ପରିଚିତ। ବିଶ୍ୱରେ ପାଖାପାଖି 4 କୋଟି ଏହି ରୋଗଦ୍ୱାରା ପ୍ରଭାବିତ।ଆଜିର ଏକବିଂଶ ଶତାବ୍ଦୀରେ ଏହିଭଳି ରୋଗ ପ୍ରତି ଲୋକମାନଙ୍କ ନିକଟରେ ସଚେତନତା ସୃଷ୍ଟି ହୋଇପାରିଲେ ଏହି ରୋଗ ର ପ୍ରସାର କମିବା ସହିତ ସୁସ୍ଥ ସମାଜ ସୃଷ୍ଟି ହୋଇ ପାରିବ ବୋଲି କୁହାଯାଏ।

Body:ଆସନ୍ତା କାଲି ବିଶ୍ୱ ଏଡ୍ସ ଦିବସ ପାଳନ ର ଅବ୍ୟବହିତ ପୂର୍ବରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ 6ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଯେଉଁଥିରେ ଏଡ୍ସ ବିଷୟରେ ପିଲାମାନଙ୍କୁ ଅଧିକ ଜଣାଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ପେଣ୍ଟି,ପ୍ରବନ୍ଧ ରଚନା,ସ୍ଲୋଗାନ,ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବା ସହିତ ନାଟକ ମାଧ୍ୟମରେ ମଧ୍ୟ ଏହାର ସମାଜ ପ୍ରତି କୁ ପ୍ରଭାବ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଯାଇଥିଲା।
ଏପରି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସମାଜର ପରିବର୍ତ୍ତନରେ ମୁଖ୍ୟତଃ ଆଗାମୀ ଯୁବପୀଢ଼ିଙ୍କ ମଧ୍ୟରେ ସଚେତନତା କରିବାରେ ସହାୟକ ହେଉଥିବା ପ୍ରକାଶ କରିଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ।ସେପରି ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ସମସ୍ତ ଛାତ୍ରଛାତ୍ରୀମାନେ ଏହି ପରାମର୍ଶ ଗ୍ରହଣ କରିବା ସହିତ ନିଜ ଆଖପାଖର ଲୋକଙ୍କ ମଧ୍ୟରେ ବାଣ୍ଟିଲେ ଏହା ସମାଜର ଆହୁରି ଅଧିକ ଲୋକଙ୍କ ନିକଟରେ ପହଁଚି ପାରିବ ଏବଂ ସେମାନେ ମଧ୍ୟ ସଚେତନ ହୋଇପାରିବେ ବୋଲି କହିଛନ୍ତି।
ବାଇଟ-ପ୍ରଦୀପ୍ତ କୁମାର ଦାସ,ଅଧ୍ୟକ୍ଷ
ବାଇଟ-ଆକାଂକ୍ଷା-ଛାତ୍ରୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.