ETV Bharat / city

‘ମରୁଡି ନେଇ ସରକାର ସଜାଗ, ମୁକାବିଲା ପ୍ଲାନିଂ ସରିଛି’

author img

By

Published : Sep 1, 2021, 5:52 PM IST

ରାଜ୍ୟର ମରୁଡି ସ୍ଥିତି ନେଇ କୃଷି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ଏହା ପରେ ବିଧାନସଭା ବାହାରେ ସରକାରଙ୍କ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

Agriculture minister dr Arun kumar sahu reaction on Droughts situation in state
ବିରୋଧୀଙ୍କ କକ୍ଷ ତ୍ୟାଗ ‘ମରୁଡି ନେଇ ସରକାର ସଜାଗ, ମୁକାବିଲା ପ୍ଲାନିଂ ସରିଛି’

ଭୁବନେଶ୍ବର: ବିଧାନସଭାରେ ଆଜି (ବୁଧବାର) ରାଜ୍ୟର ମରୁଡି ସ୍ଥିତିକୁ ନେଇ ବିରୋଧୀ, ରାଜ୍ୟ ସରକାରଙ୍କୁ ଘେରିବା ପରେ ବିଧାନସଭାରେ କୃଷି ମନ୍ତ୍ରୀ ଉତ୍ତର ରଖିଛନ୍ତି । କିନ୍ତୁ କୃଷି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ଏହା ପରେ ବିଧାନସଭା ବାହାରେ ରାଜ୍ୟ ମରୁଡି ସ୍ଥିତିକୁ ନେଇ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

‘ମରୁଡି ନେଇ ସରକାର ସଜାଗ, ମୁକାବିଲା ପ୍ଲାନିଂ ସରିଛି’

ରାଜ୍ୟରେ ଗତ 20 ବର୍ଷ ମଧ୍ୟରେ 8 ଥର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ବର୍ଷ ରାଜ୍ୟରେ ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇଛି । 23 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ରାଜ୍ୟର ଆସନ୍ନ ମରୁଡି ସ୍ଥିତି ଦେଖି ରାଜ୍ୟ ସରକାର ଆକ୍ସନ ପ୍ଲାନ ହାତକୁ ନେଇଛନ୍ତି । ସମସ୍ତ ବିଭାଗର ସମନ୍ବୟରେ ମରୁଡି ପରିସ୍ଥିତି ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି । ଜରୁରୀକାଳୀନ ଚାଷ ଯୋଜନା ଅଧିନରେ ରାଜ୍ୟର ଆବଶ୍ୟକ ସ୍ଥାନରେ ଜଳସେଚନ ଏବଂ ଧାନ ସହିତ ଅଣଧାନ ଚାଷ ଉପରେ ଫୋକସ ରହିଛି ।

ଉଠାଜଳସେଚନକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଖାଲି ଓଡିଶା ନୁହେଁ, ଦେଶର 13ଟି ରାଜ୍ୟରେ ଏବର୍ଷ ସ୍ବାଭାବିକଠୁ କମ ବର୍ଷା ହୋଇଛି । ତେବେ ରାଜ୍ୟ ସରକାର ସଜାଗ ଅଛନ୍ତି । ସଠିକ ଢଙ୍ଗରେ ଏହାର ମୁକାବିଲା କରାଯିବା ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସ୍ଥିତି ଦେଖି ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମରୁଡିକୁ ନେଇ ବୈଠକ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ସୂଚନାଥାଉକି, ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଚାଷ ଚଷୀ ଓ ମରୁଡି ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । କୃଷି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କକ୍ଷ ତ୍ୟାଗ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.