ଭୁବନେଶ୍ବର: ଏକାଦଶ ନାମଲେଖା (11th admission) ପାଇଁ ପୁଣି ଥରେ ମିଳିବ ସୁଯୋଗ । ଯେଉଁ ଛାତ୍ରଛାତ୍ରୀ କୌଣସି କାରଣରୁ ନାମ ଲେଖାଇ ପାରିନାହାନ୍ତି, ସେମାନେ ଚାହିଁଲେ ନାମ ଲେଖାଇପାରିବେ । ଏହି ପର୍ଯ୍ୟାୟ ନାମଲେଖାବେଳେ କୌଣସି ସଂରକ୍ଷଣ ନିୟମ ଲାଗୁ ହେବ ନାହିଁ । ଏନେଇ ୧୮ରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।
![ଏକାଦଶ ନାମଲେଖା ପାଇଁ ପୁଣି ସୁଯୋଗ, 18ରୁ ପୁନଃ ଆବେଦନ](https://etvbharatimages.akamaized.net/etvbharat/prod-images/od-bbsr-04-education-xi-admisnion-7206049_17112021165650_1711f_1637148410_279.jpg)
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫି ଦେଇ ଆବେଦନ କରିଥିଲେ କିନ୍ତୁ ଏହି ନାମଲେଖାରେ କୌଣସି ଫି ପଡିବ ନାହିଁ । ନଭେମ୍ବର 18 ରୁ 22 ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ହେବ । 24 ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। 25 ଓ 26 ତାରିଖରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ 27 ତାରିଖରେ ୱେଟିଂ ଲିଷ୍ଟ (Waiting list) ପ୍ରକାଶ ପାଇବା ସହ 29 ଓ 30 ତାରିଖରେ ୱେଟିଂ ଲିଷ୍ଟ ପାଇଁ ନାମଲେଖା ହେବ ।
![ଏକାଦଶ ନାମଲେଖା ପାଇଁ ପୁଣି ସୁଯୋଗ, 18ରୁ ପୁନଃ ଆବେଦନ](https://etvbharatimages.akamaized.net/etvbharat/prod-images/od-bbsr-04-education-xi-admisnion-7206049_17112021165650_1711f_1637148410_279.jpg)
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ