ETV Bharat / city

ପୁଣି ଓଡିଶାରେ ପୁଞ୍ଜି ନିବେଶ କରିବ କୋରିଆ କମ୍ପାନୀ - ମଜବୁତ ହେବ ରାଜ୍ୟ ଅର୍ଥନୀତି

ଓଡିଶାର ପ୍ରତିଟି କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ ପୁଣି ଆଗ୍ରହ ଦେଖାଇଛି ଦକ୍ଷିଣ କୋରିଆର ବହୁ ନାମୀଦାମୀ କୋରିଆନ କମ୍ପାନୀ । ଏନେଇ 46 ଜଣ କାରଭାନ ଟିମ୍ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 23, 2019, 11:55 PM IST

Updated : Sep 24, 2019, 5:56 AM IST

ଭୁବନେଶ୍ବର: ଏଣିକି ରାଜ୍ୟରେ ସୃଷ୍ଟି ହେବ ନିଯୁକ୍ତିର ସୁଯୋଗ । ମଜବୁତ ହେବ ରାଜ୍ୟ ଅର୍ଥନୀତି ଏବଂ ବଢିବ ନିବେଶ । କାରଣ ଓଡିଶାର ପ୍ରତିଟି କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ ପୁଣି ଆଗ୍ରହ ଦେଖାଇଛି ଦକ୍ଷିଣ କୋରିଆର ବହୁ ନାମୀଦାମୀ କୋରିଆନ କମ୍ପାନୀ । ସୋମବାର ଭୁବନେଶ୍ବରର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରିଆ ରାଷ୍ଟ୍ରଦୂତ ଶିନ ବଙ୍ଗ କିଲ ଓଡିଶାର ବିଭିନ୍ନ ସେକ୍ଟରରେ ପୁଞ୍ଜି ନିବେଶ ନେଇ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ବଙ୍ଗ କିଲ ଓଡ଼ିଶାରେ ପୁଞ୍ଜି ନିବେଶର ନୂତନ ସମ୍ଭାବନା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ସତ ହେଲେ ପୋସ୍କୋର ପୁରୁଣା ଦୁଃଖକୁ ବଖାଣି ବସିଥିଲେ । 12 ହଜାର ମିଲିଅନ ଡଲାରର ଏକ ସର୍ବବୃହତ ଷ୍ଟିଲ କମ୍ପାନୀ ପୋସ୍କୋର କିଭଳି ସ୍ବପ୍ନ ଅଧୁରା ରହିଗଲା ସେ ନେଇ ଦୁଃଖ ପ୍ରକାଶ କରିଥିଲେ କୋରିଆ ରାଷ୍ଟ୍ରଦୂତ । ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ, ମ୍ୟାନୁଫାକ୍ଚରିଙ୍ଗ, ଟେକ୍ସଟାଇଲ୍ସ, ପର୍ଯ୍ୟଟନ ତଥା ଡାଉନଷ୍ଟିଇମ ଶିଳ୍ପରେ ପୁଞ୍ଜିନିବେଶ କରିବ କୋରିଆନ କମ୍ପାନୀ ।

ବୃହତ କୋରିଆ ଇସ୍ପାତ କମ୍ପାନୀ ପୋସ୍କୋ ଫେରିଯିବା ପରେ ପୁଣି ଥରେ ପୁଞ୍ଜିନିବେଶ ନେଇ ସ୍ବପ୍ନ ଦେଖାଇବା ପରେ କୋରିଆ ଏବଂ ଓଡିଶା ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି । ଯାହା ରାଜ୍ୟ ସରକାରଙ୍କ ଭିଜନ 2030 ସମ୍ପୂର୍ଣ୍ଣ କରିବାରେ ସହଯୋଗ କରିବ ବୋଲି ଶିଳ୍ପ ବିଭାଗର ଅତିରିକ୍ତ ସଚିବ ନୀତିନ ଭାନୁଦାସ ଯାୱଲେ କହିଛନ୍ତି । ଏନେଇ 46 ଜଣ କାରଭାନ ଟିମ୍ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ପୋସ୍କୋ ପ୍ରସଙ୍ଗରୁ ଶିକ୍ଷା ମିଳିଛି, 20ବର୍ଷର ଭୂଲକୁ ସ୍ବୀକାର କରି ଆଗକୁ ବଢିବାକୁ ହେବ ବୋଲି ରାଷ୍ଟ୍ରଦୂତ ବଙ୍ଗ କିଲ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ଚଳିତ ମାସ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କୋରିଆ କାରଭାନ କାର୍ଯ୍ୟକ୍ରମ ଅବସରରେ ଓଡିଶା ଗସ୍ତରେ ଆସିଛନ୍ତି ୪୬ ଜଣିଆ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ । ବ୍ୟବସାୟିକ ସମ୍ପର୍କକୁ କିଭଳି ଆଗକୁ ନିଆଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି କାରଭାନ ଟିମରେ ଏଲଜି, ସାମସଙ୍ଗ, ହ୍ୟୁଣ୍ଡାଇ, କିଆ ମୋଟର୍ସର ପ୍ରତିନିଧି ମାନେ ସାମିଲ ଅଛନ୍ତି । ରାଜ୍ୟ ସରକାର 'ଇଜ ଅଫ ଡୁଇଙ୍ଗ ବିଜିନେସ' ଆଧାରରେ ଶିଳ୍ପ ନେଇ ବୁଝାମଣା ପତ୍ର ସ୍ବାକ୍ଷର କରୁଛନ୍ତି । ଏପରିକି ବିଦେଶ ମାଟିରେ ବିଭିନ୍ନ ସମୟରେ ରୋଡ଼ ସୋ' ମଧ୍ୟ କରାଯାଉଛି । ତେବେ କୋରିଅନ କମ୍ପାନୀ ଓଡିଶାରେ ପୁଞ୍ଜିନିବେଶ କରି କେତେ ସଫଳତା ପାଇବ, ରାଜ୍ୟରେ ଶିଳ୍ପର କେତେ ଅଭିବୃଦ୍ଧି ଘଟିବ, ସତରେ କଣ ସାଧାରଣ ଲୋକଙ୍କ ପାଇଁ ରୋଜଗାରର ଅନୁକୂଳ ସମ୍ଭାବନା ସୃଷ୍ଟି ହେବ ତାହା ଆଗାମୀ ଦିନ ଜଣାପଡିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଓଡ଼ିଶାରେ ପୁଣି ପୁଞ୍ଜି ନିବେଶ କରିବ କୋରିଆ।

Body:ପୁଞ୍ଜିନିବେଶର ନୂତନ ସମ୍ଭାବନା ନେଇ ଓଡ଼ିଶାରେ କୋରିଆ ରାଷ୍ଟ୍ରଦୂତ ଶିନ ବଙ୍ଗ କିଲ।ବିଭିନ୍ନ ସେକ୍ଟରରେ ପୁଞ୍ଜିନିବେଶ ନେଇ ପ୍ରସ୍ତୁତ କୋରିଆ।ସୋମବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କୋରିଆ କାରଭାନ ସହ କୋରିଆ ରାଷ୍ଟ୍ରଦୂତ ବଙ୍ଗ କିଲ ,ଓଡ଼ିଶାରେ ବିଭିନ୍ନ ସେକ୍ଟରେ ପୁଞ୍ଜିନିବେଶ ନେଇ ଦେଲେ ସୂଚନା।ବଙ୍ଗ କିଲ ଓଡ଼ିଶାରେ ନୂତନ ସମ୍ଭାବନା ନେଇ ଆଗ୍ରହ ପ୍ରକାଶ କଲେ ସତ, ହେଲେ ପୋସ୍କୋର ପୁରୁଣା ଦୁଖକୁବି ବଖାଣି ବସିଲେ।12 ହଜାର ମିଲିଅନ ଡଲାରର ଏକକ ସର୍ବବୃହତ ଷ୍ଟିଲ କମ୍ପାନୀ ପୋସ୍କୋର କିଭଳି ସ୍ବପ୍ନ ଅଧୁରା ରହିଗଲା ସେ ନେଇ ସିଧାସଳଖ ଦୁଃଖ ପ୍ରକାଶ କରିଥିଲେ କୋରିଆ ରାଷ୍ଟ୍ରଦୂତ।

ଏଥର ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲସ, ମ୍ୟାନୁଫାକଚରିଙ୍ଗ, ଟେକ୍ସଟାଇଲସ,ପର୍ଯ୍ୟଟନ ,ତଥା ଡାଉନଷ୍ଟିଇମ ଶିଳ୍ପରେ ପୁଞ୍ଜିନିବେଶ କରିବ କୋରିଆ।ବୃହତ କୋରିଆ ଇସ୍ପାତ କମ୍ପାନୀ ପୋସ୍କୋ ଫେରିଯିବା ପରେ ପୁଣିଥରେ ପୁଞ୍ଜିନିବେଶ ନେଇ କୋରିଆ ଏବଂ ଓଡିଶା ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି ଯାହା ରାଜ୍ୟ ସରକାରଙ୍କ ଭିଜନ 2030 ସମ୍ପୂର୍ଣ୍ଣ କରିପାରିବ ବୋଲି ରାଜ୍ୟ ସରକାରଙ୍କ ଲକ୍ଷ।

କୋରିଆ ଓଡ଼ିଶାରେ ବିଭିନ୍ନ ସେକ୍ଟରରେ ବୃହତ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି,ଏନେଇ କୋରିଆର ଏକ ୪୬ ଜଣିଆ କାରଭାନ ଟିମ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ବୋଲି ସୂଚନା ଦେଇଛନ୍ତି କୋରିଆ ରାଷ୍ଟ୍ରଦୂତ ବଙ୍ଗ କିଲ।

ପୋସ୍କୋ ପ୍ରସଙ୍ଗରୁ ଶିକ୍ଷା ମିଳିଛି।୨୦ ବର୍ଷର ଭୁଲକୁ ସ୍ୱୀକାର କରି ଆଗକୁ ବଢିବାକୁ ହେବ।ରାଜ୍ୟରେ ଏକାଧିକ ଶିଳ୍ପ ପାଇଁ ପୁଞ୍ଜିନିବେଶ କରିବ କୋରିଆ।ରାଜ୍ୟ ସରକାରଙ୍କ ଭିଜନ 2030 କୁ ସାକାର କରିବାକୁ ଏ ପୁଞ୍ଜିନିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶିଳ୍ପ ବିଭାଗର ଅତିରିକ୍ତ ସଚିବ ନିତିନ ଭାନୁଦାସ ଯାୱଲେ।

ଚଳିତ ମାସ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କୋରିଆ କାରଭାନ କାର୍ଯ୍ୟକ୍ରମ ଅବସରରେ ଓଡିଶା ଗସ୍ତରେ ଆସିଛନ୍ତି ୪୬ ଜଣିଆ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ।ବ୍ୟବସାୟିକ ସମ୍ପର୍କକୁ କିଭଳି ଆଗକୁ ନିଆଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।ଏହି କାରଭାନ ଟିମରେ ଏଲଜି, ସାମସଙ୍ଗ,ହ୍ୟୁଣ୍ଡାଇ ,କିଆ ମୋଟର୍ସ ର ପ୍ରତିନିଧି ମାନେ ସାମିଲ ଅଛନ୍ତି।

Conclusion:ରାଜ୍ୟ ସରକାର ଇଜ ଅଫ ଡୁଇଙ୍ଗ ବିଜିନେସ ଆଧାରରେ ଶିଳ୍ପ ନେଇ ବୁଝାମଣାପତ୍ର ସ୍ବାକ୍ଷର କରୁଛନ୍ତି।ଏପରିକି ବିଦେଶ ମାଟିରେ ବିଭିନ୍ନ ସମୟରେ ରୋଡ଼ ସୋ ମାନ କରାଯାଉଛି। କେତେ ସଫଳତା ପାଇବ, ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ଘଟିବ, ସାଧାରଣ ଲୋକଙ୍କୁ ରୋଜଗାର ଅନୁକୂଳ ସମ୍ଭାବନା ସୃଷ୍ଟି ହେବ ତାହା ଆଗାମୀ ଦିନ କହିବ।
Last Updated : Sep 24, 2019, 5:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.