ETV Bharat / city

ପ୍ରଦୀପ ମାଝୀଙ୍କ ବିବାଦୀୟ ମନ୍ତବ୍ୟ ପଛରେ ହାଇକମାଣ୍ଡଙ୍କ ହାତ: ଗୋଲକ ମହାପାତ୍ର

କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି ।

bjp press meet on congress
ପ୍ରଦୀପ ମାଝୀଙ୍କ ବିବାଦୀୟ ମନ୍ତବ୍ୟ ପଛରେ ହାଇକମାଣ୍ଡଙ୍କ ହାତ: ଗୋଲକ ମହାପାତ୍ର
author img

By

Published : Dec 29, 2019, 7:18 PM IST

ଭୁବନେଶ୍ବର: କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି । ହିଂସା ପଛରେ ସୋନିଆ ଗାନ୍ଧୀଙ୍କ ହାତ ଥିବା ଅଭିଯୋଗ ଆଣିଛି ବିଜେପି । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ପ୍ରଦୀପ ମାଝୀଙ୍କ ବିବାଦୀୟ ମନ୍ତବ୍ୟ ପଛରେ ହାଇକମାଣ୍ଡଙ୍କ ହାତ: ଗୋଲକ ମହାପାତ୍ର

କଂଗ୍ରେସ ଅହିଂସାରେ ବିଶ୍ବାସ କରେ କିନ୍ତୁ ଏ ପର୍ଯ୍ୟନ୍ତ ଦଳୀୟ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଏହା ବୁଝାପଡୁଛି କି ଏଭଳି ହିଂସା ପଛରେ ସୋନିଆ ଗାନ୍ଧୀଙ୍କ ନିର୍ଦେଶ ରହିଛି ଯାହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରୁଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବୋଲି କହିଛନ୍ତି ଗୋଲକ ମହାପାତ୍ର । ସେପଟେ ନିରଞ୍ଜନଙ୍କ ବୟାନରୁ ବୁଝାପଢୁଛି ଏହା ଏକ ପ୍ରାୟୋଜିତ ଘଟଣା । ଜାତୀୟ ସମ୍ପତିକୁ ନଷ୍ଟ କରିବା ଏକ ନିନ୍ଦନୀୟ ଘଟଣା । ଏହାକୁ ବିଜେପି ଦୃଢ ନିନ୍ଦା କରୁଛି ବୋଲି ବିଜେପି ମୁଖପାତ୍ର କହିଛନ୍ତି ।

ଏଠାରେ ସୂଚନାଥାଉ ଯେ ଦୁଇ ଦିନ ତଳେ ନବରଙ୍ଗପୁରରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଫୋନ ଯୋଗେ କର୍ମୀମାନଙ୍କୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଜେପି ସାମ୍ବାଦିକ ସମ୍ମିଳନୀ।

Body:ନବରଙ୍ଗପୁରରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବିବାଦୀୟ ପ୍ରସଙ୍ଗରେ ପୁଣି ପ୍ରଶ୍ନ ଉଠେଇଲା ବିଜେପି।ପ୍ରଦୀପ ମାଝୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ କଂଗ୍ରେସ।କଂଗ୍ରେସ ଅହିଂସାରେ ବିଶ୍ୱାସ କରେ କିନ୍ତୁ ଏ ପର୍ଯ୍ୟନ୍ତ ଦଳୀୟ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏହା ବୁଝାପଡୁଛି କି ଏଭଳି ହିଂସା ପଛରେ ସୋନିଆ ଗାନ୍ଧୀଙ୍କ ନିର୍ଦେଶ ରହିଛି ଯାହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରୁଛନ୍ତି ପୁର୍ବତନ ସାଂସଦ ପ୍ରଦୀପ ମାଝୀ।ତେଣୁ ନିରଞ୍ଜନ ଙ୍କ ବୟାନରୁ ବୁଝାପଢୁଛି ଏହା ଏକ ପ୍ରାୟୋଜିତ ଘଟଣା।ଜାତୀୟ ସମ୍ପତି କୁ ନଷ୍ଟ କରିବା ଏକ ନିନ୍ଦନୀୟ ଘଟଣା।ଏହାକୁ ବିଜେପି ଦୃଢ ନିନ୍ଦା କରୁଛି ।ଯେହେତୁ କଂଗ୍ରେସ ଅହିଂସାରେ ବିଶ୍ୱାସ କରେ ତୁରନ୍ତ ପ୍ରଦୀପ ମାଝୀଙ୍କ ଉପରେ ଦଳୀୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ଗତ ଦୁଇ ଦିନ ତଳେ ନବରଙ୍ଗପୁରରେ ଦୁଷ୍କର୍ମ ଘଟଣାରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଫୋନ ଯୋଗେ କର୍ମୀମାନଙ୍କୁ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.