ETV Bharat / city

MP Aparajita Sarangiଙ୍କୁ ବିରୋଧ; ସାଂସଦ କହିଲେ ଏହା ତାଙ୍କ ଅଭିମାନ - MP aparajita news

ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar Mp Aparajita Sarangi)ଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖିନ ହେବାକୁ ପଡିଛି । ଆଜି 61 ନମ୍ବର ୱାର୍ଡରେ ପଦଯାତ୍ରା କରୁଥିବା ବେଳେ LPG ଗ୍ୟାସ ଦର ବୃଦ୍ଧି ନେଇ ବିଜେଡି କର୍ମୀ ମାନେ ତାଙ୍କୁ ବିରୋଧ କରିଥିଲେ । ଅଧିକ ପଢନ୍ତୁ

MP Aparajita Sarangi
MP Aparajita Sarangi
author img

By

Published : Nov 27, 2021, 5:36 PM IST

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖିନ ହେବାକୁ ପଡିଛି (BJD Workers oppose MP Aparajita Sarangi) । ଆଜି 61 ନମ୍ବର ୱାର୍ଡରେ ପଦଯାତ୍ରା କରୁଥିବା ବେଳେ LPG ଗ୍ୟାସ ଦର ବୃଦ୍ଧି ନେଇ ବିଜେଡି କର୍ମୀ ମାନେ ତାଙ୍କୁ ବିରୋଧ କରିଥିଲେ ।

MP Aparajita Sarangi ଙ୍କୁ ବିରୋଧ; ସାଂସଦ କହିଲେ ଏହା ତାଙ୍କ ଅଭିମାନ

ଆଜି ସାଂସଦ ଭୁବନେଶ୍ବର ଭୀମଟାଙ୍ଗୀ (ଆନି ଛକ) ଠାରୁ ବେହେରା ସାହି ପର୍ଯ୍ୟନ୍ତ ପଦଯାତ୍ରାର କରୁଥିଲେ । ତେବେ ଗ୍ୟାସ ଦର ବୃଦ୍ଧି ନେଇ ଖଣ୍ଡୁଆଳ ବସ୍ତିରେ ବିଜେଡି କର୍ମୀ ମାନେ ତାଙ୍କୁ ବିରୋଧ କରିଥିଲେ । ବସ୍ତିବାସିନ୍ଦାଙ୍କ ଅଭିଯୋଗ, ମାଡାମ ସାଂସଦ ହେବା ପରଠାରୁ କେବେ ଆମ ପାଖକୁ ଆସି ନାହାଁନ୍ତି । ଏବେ କାହିଁକି ଆସିଛନ୍ତି ?

ଏହାମଧ୍ୟ ପଢନ୍ତୁ: Bhubaneswar MP Security; ବଢିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୁରକ୍ଷା

ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଗଣତନ୍ତ୍ରରେ ସମର୍ଥନ, ଅସମର୍ଥନ, ବିରୋଧ ପ୍ରତିବାଦ ଏକ ଅଙ୍ଗ । ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ମଧ୍ୟ ମୋ ସଂସଦୀୟ କ୍ଷେତ୍ର ଲୋକ । ସେମାନଙ୍କ ଅଧିକାର ଦାବି ଆପତ୍ତି କରିବା । ତାହା ବିରୋଧ ନୁହେଁ, ତାଙ୍କ ଅଧିକାର ଓ ଅଭିମାନ । ତାଙ୍କ ସମସ୍ୟା ସହ ଆଲୋଚନା କରିଛି । ତାଙ୍କୁ ମୋ କାର୍ଯ୍ୟାଳୟକୁ ମଧ୍ୟ ଡାକିଛି । ଯାହା ତାଙ୍କର ସମସ୍ୟା ରହିଛି ସମାଧାନ କରାଯିବ । ବିକାଶର କୌଣସି ଧର୍ମ କି ଦଳ ନାହିଁ । ବିକାଶ ହେଉଛି । ଆହୁରି ବିକାଶ ଦୃତ ଗତିରେ ହେବ ବୋଲି କହିଛନ୍ତି ଅପରାଜିତା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.