ଭୁବନେଶ୍ୱର: ରାଜଧାନୀରେ ମାଡି ଚାଲିଛି କୋରୋନା । ଆଜି ଚିହ୍ନଟ ହୋଇଥିବା 165 ସଂକ୍ରମିତଙ୍କ ମଧ୍ୟରୁ 7 ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି । ଚିନ୍ତାର ବିଷୟ 3 ଜଣ ସ୍ଥାନୀୟ ଲୋକଙ୍କ ଠାରେ କୋରୋନା ପଜିଟିଭ ମିଳିଛି ।

ଭୁବନେଶ୍ବରରେ ବଢି ଚାଲିଛି ସଂକ୍ରମଣ ମାମଲା । ଆଜି ଚିହ୍ନଟ ହୋଇଥିବା 7 ମାମଲାରୁ 4 ଜଣ ସଙ୍ଗରୋଧ କେନ୍ଦ୍ରରୁ ଆସିଥିବାବେଳେ 3 ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହି 4 ଜଣ ରେଳ ବିଭାଗର କର୍ମଚାରୀ ହୋଇଥିବା ବେଳେ ସମସ୍ତେ ଦିଲ୍ଲୀ ଫେରନ୍ତା । ସମସ୍ତେ ନିଜ ଘରେ ସଙ୍ଗରୋଧ ହୋଇ ରହିଥିଲେ ।
ଅନ୍ୟପଟେ 2 ଜଣ ଡୁମଡୁମା ଏଚବି କଲୋନୀ 45 ବର୍ଷୀୟ ମହିଳା ଓ 10 ବର୍ଷର ଯୁବକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏମାନେ ସମସ୍ତେ ଗଞ୍ଜାମରୁ ଫେରିଥିଲେ। ଏହା ପରେ ଅନ୍ୟ ଜଣେ ହେଉଛନ୍ତି 31 ବର୍ଷୀୟ ମହିଳା ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ଭୁବନେଶ୍ୱରରେ ମୋଟ ପଜିଟିଭ 165 ରହିଥିବା ବେଳେ 83 ଜଣ ସୁସ୍ଥ। ସଂକ୍ରମିତ ମାମଲା ମଧ୍ୟରୁ 78 ଜଣ ସକ୍ରିୟ ଓ 3 ଜଣ ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ