ETV Bharat / city

14ରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ, ପରିଦର୍ଶନ କରିବେ ‘ବୁଲବୁଲ’ ପ୍ରଭାବିତ ଅଞ୍ଚଳ

author img

By

Published : Nov 11, 2019, 8:19 PM IST

ବାତ୍ୟା ବୁଲବୁଲ ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିବା ପରେ ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ନବୀନଙ୍କ ସମୀକ୍ଷା

ଭୁବନେଶ୍ବର: ବାତ୍ୟା ବୁଲବୁଲ ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିଦର୍ଶନରୁ ଫେରି ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଭାବିତ 6 ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କନଫେରେନ୍ସିଂରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏଥିସହ ଜିଲାସ୍ତରୀୟ ଅଧିକାରୀ ଓ ଆରଡିସି ସେଣ୍ଟ୍ରାଲ ଡ଼ିଭିଜନ ମଧ୍ୟ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା, ବିପର୍ଯ୍ୟୟ ପରିଚାଳନା ସଚିବ ନିକୁଞ୍ଜ ଧଳ, ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ଖାଦ୍ୟ ଯୋଗାଣ ସଚିବ ବି.ବି ଯାଦବ, ସେସୁ ସିଏମଡି ଅରୁଣ ବୋଥ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

14ରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ, ପରିଦର୍ଶନ କରିବେ ‘ବୁଲବୁଲ’ ପ୍ରଭାବିତ ଅଞ୍ଚଳ
14ରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ, ପରିଦର୍ଶନ କରିବେ ‘ବୁଲବୁଲ’ ପ୍ରଭାବିତ ଅଞ୍ଚଳ

ବାତ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ଧାନ ଫସଲ ନଷ୍ଟ ହୋଇଛି । ମଙ୍ଗଳବାର ସୁଦ୍ଧା ବିଜୁଳି ଓ ପିଇବା ପାଣି ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ଧନ୍ୟବାଦ ଦେଇଛନ୍ତି । ସେପଟେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ସେଣ୍ଟ୍ରାଲ ଟିମ ଆସନ୍ତା ୧୪ ତାରିଖ ଆସିବା ନେଇ ସୂଚନା ରହିଛି । ୧୫ ତାରିଖରେ ବିଭିନ୍ନ କ୍ଷୟକ୍ଷତି ଆକଳନ କରିବେ ବୋଲି ସୂଚନା ଦେଇଛନ୍ତି ଏସଆରସି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:୬ଟି ଜିଲ୍ଲାର ବାତ୍ୟା ବୁଲବୁଲ ପ୍ରଭାବିତ ଅଂଚଳକୁୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।, ପରିଦର୍ଶନରୁ ଫେରି ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । Body:ପ୍ରଭାବିତ ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏଥି ସହ ଜିଲାସ୍ତରୀୟ ଅଧିକାରୀ ଓ ଆରଡିସି ସେଣ୍ଟ୍ରାଲ ଡ଼ିଭିଜନ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା, ବିପର୍ଯ୍ୟୟ ପରିଚାଳନା ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ଖାଦ୍ୟ ଯୋଗାଣ ସଚିବ ବି.ବି ଯାଦବ, ସେସୁ ସିଏମଡି ଅରୁଣ ବୋଥ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।ବାତ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ଧାନ ଫସଲ ନଷ୍ଟ ହୋଇଛି ।କାଲି ସୁଦ୍ଧା ବିଜୁଳି ଓ ପିଇବା ପାଣି ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।Conclusion:ଏହା ସହNdrf ଓ ଓଡ୍ରାଫ କୁ ଭଲ ପାଇଁ ଧନ୍ୟବାଦ ଦେଇଛନ୍ତି ।ସୂଚନା ଅନୁସାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ସେଣ୍ଟ୍ରାଲ ଟିମ ୧୪ତାରିଖ ଆସିବା ନେଇ ସୂଚନା ।୧୫ତାରିଖରେ ବିଭିନ୍ନ କ୍ଷୟକ୍ଷତି ଆକଳନ କରିବେ ବୋଲି ସୂଚନା ଦେଇଛନ୍ତି ଏସଆରସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.