ETV Bharat / city

ଟୀକାକରଣ ପରେ ୧୯ ଜଣ ସାମାନ୍ୟ ଅସୁସ୍ଥ - corona vaccine

ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 77 ହଜାର 90 ଜଣଙ୍କୁ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୯ ଜଣଙ୍କ ପାଖରେ ଦେଖାଯାଇଛି ସାଇଡ୍ ଇଫେକ୍ଟ । ଆଜି ଭୁବନେଶ୍ବରରେ ୧୧ଟି ସ୍ଥାନରେ 2360 ଜଣଙ୍କୁ ଟୀକାକରଣ କରାଯିବ । ଅଧିକ ପଢନ୍ତୁ...

ଟୀକାକରଣ ପରେ ୧୯ ଜଣଙ୍କ ପାଖରେ ମାଇନର ସାଇଡ୍ ଇଫେକ୍ଟ

author img

By

Published : Jan 27, 2021, 12:17 PM IST

ଭୁବନେଶ୍ବର: ଆସନ୍ତାକାଲି ସମସ୍ତ ଜିଲ୍ଲାରେ ପୁଣି ଟୀକାକରଣ ହେବ । ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ରହିଛନ୍ତି ।

ଟିକା ନେବା ପରେ ଏବେ ସୁଦ୍ଧା ମୋଟ ୧୯ ଜଣଙ୍କ ପାଖରେ ମାଇନର ସାଇଡ ଇଫେକ୍ଟ ଦେଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ସ୍ଥାନରେ ଟିକା ଦିଆ ଯାଉଛି ସେଠି ଫୁଲା ରହୁଛି । ଆଉ କିଛି କ୍ଷେତ୍ରରେ ଜ୍ଵର ରହୁଛି ବୋଲି ଖବର ମିଳିଛି ।

ଗତ 23 ତାରିଖରେ ନୂଆପଡାର ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତ ବାନ୍ତି କରିଥିଲେ । ତାଙ୍କୁ ବୁର୍ଲା ହସ୍ପିଟାଲ ପଠାଯାଇଥିଲା । ସେଠି ତାଙ୍କର ବ୍ରେନ ହାମରେଜ ହୋଇଥିବା ଜଣାପଡିଲା । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଟିକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଏହା ଟୀକାକରଣ ଜନିତ ମୃତ୍ୟୁ ନୁହେଁ ବୋଲି ଜଣାପଡ଼ିଛି । ଦ୍ଵିତୀୟ ପର୍ଯ୍ୟାୟରେ ସେସନ ସିଡ୍ୟୁଲ ହେବ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମୟକୁ ବର୍ଦ୍ଧିତ କରାଯାଇଛି। ସେମାନଙ୍କ ଲିଷ୍ଟ ୩୧ ତାରିଖ ସୁଦ୍ଧା ଜଣାପଡିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.