ETV Bharat / city

୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Apr 28, 2022, 5:52 PM IST

Updated : Apr 28, 2022, 9:18 PM IST

ଆଉ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ତେଣୁ, ରାଜ୍ୟ ସରକାର କୋଭିଡ୍ ପାଇଁ ସବୁ ପ୍ରକାର ପ୍ରୋସେସ୍‌କୁ ଆପଣାଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଥିବା ବେଳେ ରାଜ୍ୟ ସରକାର କରୋନା ସହ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି । କାରଣ ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାସରିଛି । ତା’ସହ ହସ୍ପିଟାଲ ମଧ୍ୟ ରେଡି ହୋଇଛି । ଯଦି ସଂକ୍ରମଣ ବଢେ ତାହାଲେ ହସପିଟାଲସବୁ ତୁରନ୍ତ ଖୋଲାଯିବ ।

ସେ ଆହୁରି କହିଛନ୍ତି, ସବୁ ଜିଲ୍ଲାକୁ ମଧ୍ୟ ରାଜ୍ୟ ସରକାର ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ରାଜ୍ୟରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି । କେହି ଜଣେ ମଧ୍ୟ ଡ଼ାକ୍ତରଖାନାରେ ନାହାନ୍ତି । ତେଣୁ, ରାଜ୍ୟ ସରକାର କୋଭିଡ ଜଗିବା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି ଏବଂ ଟୀକାକରଣ ବଢ଼ାଯାଉଛି । ହେଲେ ସମସ୍ତେ କରୋନା କଟକଣା ମାନିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 28, 2022, 9:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.