ETV Bharat / city

9 ମାସ ପରେ ଖୋଲିଲା ସ୍କୁଲ କଲେଜ, କ୍ଲାସରୁମରେ ପାଠପଢିଲେ ଛାତ୍ରଛାତ୍ରୀ - after 9 months school and colleges reopen in odisha

ଦୀର୍ଘ 9 ମାସର ସ୍କୁଲ ଓ କଲେଜ ଗଲେ ଛାତ୍ରଛାତ୍ରୀ । କୋଭିଡ କଟକଣା ପାଠପଢା ହେଲା ଆରମ୍ଭ । ଅଧିପ ପଢନ୍ତୁ...

9 ମାସ ପରେ ସ୍କୁଲ ଗଲେ ଛାତ୍ରଛାତ୍ରୀ
9 ମାସ ପରେ ସ୍କୁଲ ଗଲେ ଛାତ୍ରଛାତ୍ରୀ
author img

By

Published : Jan 8, 2021, 8:10 AM IST

Updated : Jan 8, 2021, 8:21 PM IST

ଭୁବନେଶ୍ବର: ଦୀର୍ଘ 9 ମାସ ପରେ ଖୋଲିଲା ସ୍କୁଲ । ବାଜିଲା ଘଣ୍ଟି । ବହୁ ପ୍ରତିକ୍ଷାର ଅନ୍ତଘଟି ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ । ଚଳ ଚଞ୍ଚଳ ହୋଇପଡିଛି ସ୍କୁଲ ପରିସର । ମହାମାରୀ ପାଇଁ ବନ୍ଦ ରହିଥିଲା ସମସ୍ତ ଶିକ୍ଷାର ମନ୍ଦିର । ତେବେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ନେଇଥିଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଯେଉଁଥିରେ କେବଳ ଦଶମ ଓ ଯୁକ୍ତ ଦୁଇ ପିଲାଙ୍କୁ ଶିକ୍ଷାଦାନ ପାଇଁ ଅନୁମତି ଦେଇଥିଲେ । ଏପଟେ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଗୁଡିକ ସାନିଟାଇଜ କରାଯାଇଥିଲା । ଶ୍ରେଣୀ ଗୃହ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା , ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ଏହାସହ ଆଜି ପ୍ରଥମ ଦିନରେ ସ୍କୁଲ ଗୁଡିକରେ ଭଲ ଉପସ୍ଥାନ ରହିଥିବା ଦେଖିବାକୁ ମିଳିଛି ।

9 ମାସ ପରେ ଖୋଲିଲା ସ୍କୁଲକଲେଜ, କ୍ଲାସରୁମରେ ପାଠପଢିଲେ ଛାତ୍ରଛାତ୍ରୀ

ସେପଟେ, ସ୍କୁଲ ଖୋଲିବା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଯାଇ ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ମନ୍ତ୍ରୀ ରାଜଧାନୀର ବିଭିନ୍ନ କଲେଜ ଓ ସ୍କୁଲକୁ ପରିଦର୍ଶନ କରିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡିକ କିଭଳି କୋଭିଡ କଟକଣା ପାଳନ କରୁଛନ୍ତି କି ନାହିଁ, ସେନେଇ ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ । 9 ମାସ ସ୍କୁଲ ବନ୍ଦ ଥିବା ହେତୁ ପାଠ ପଢାରେ ବିଳମ୍ବ ହୋଇଛି । ସେଥିପାଇଁ ଏବେଠୁ 100 ଦିନ ପାଠ ପଢା ହେବ । ଶନିବାର ଓ ରବିବାର ମଧ୍ୟ ପାଠ ପଢା ହେବ । ସେପଟେ ମାଟ୍ରିକ ପରୀକ୍ଷାରେ ପ୍ରତି ବଷୟ ପାଇଁ 80 ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ । ଆସନ୍ତା 10 ତାରିଖରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ 8 ରୁ ଏପ୍ରିଲ 26 ପର୍ଯ୍ୟନ୍ତ ପାଠପଢା ହେବ । ସେହିପରି ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ 8ରୁ ଏପ୍ରିଲ 28 ଯାଏଁ ପାଠପଢା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2021, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.