ETV Bharat / city

ସୌମ୍ୟଙ୍କ ପରେ ଭର୍ତ୍ତୃହରିଙ୍କ ଏଡିଟୋରିଆଲ ଆର୍ଟାକ; ଦଳରେ ଭିନ୍ନମତ କଣ ଦଳ ବିରୋଧୀ ?

author img

By

Published : Jul 4, 2021, 4:19 PM IST

ସମ୍ପାଦକୀୟରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ ପରେ ଏବେ ବାଣ ମାରିଛନ୍ତି ଭର୍ତ୍ତୁହରି ମହତାବ । ଏକ ଛପା ଗଣମାଧ୍ୟମରେ ଭର୍ତ୍ତୃହରିଙ୍କ ଲିଖିତ ସମ୍ପାଦକୀୟ, ଦଳରେ ଭିନ୍ନମତ କଣ ନେତା ବିରୋଧୀ ? ବିଜେଡି ସଂଗଠନ ଯେ ଆଗ ପରି ଠିକ ଚାଲିନି ପରୋକ୍ଷରେ ଏହା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ସାଂସଦ ଭର୍ତ୍ତୃହରି । ଅଧିକ ପଢନ୍ତୁ...

ସୌମ୍ୟଙ୍କ ପରେ ଭର୍ତ୍ତୃହରିଙ୍କ ଏଡିଟୋରିଆଲ ଆର୍ଟାକ; ଦଳରେ ଭିନ୍ନମତ କଣ ଦଳ ବିରୋଧୀ ?
ସୌମ୍ୟଙ୍କ ପରେ ଭର୍ତ୍ତୃହରିଙ୍କ ଏଡିଟୋରିଆଲ ଆର୍ଟାକ; ଦଳରେ ଭିନ୍ନମତ କଣ ଦଳ ବିରୋଧୀ ?

ଭୁବନେଶ୍ବର: ବିଜେଡି ଭିତରେ ଯେ ସବୁକିଛି ଠିକ ଚାଲିନି, ତାହା କିଛିଦିନ ହେଲା ଦଳୀୟ ବରିଷ୍ଠ ନେତାଙ୍କ ଦ୍ୱାରା ଲେଖା ଯାଇଥିବା ବିଭିନ୍ନ ସମ୍ପାଦକୀୟରୁ ଜଣାପଡୁଛି । କିଛି ଦିନ ପୂର୍ବରୁ ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟ 'ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?'କୁ ଏକ ପ୍ରକାର ପରୋକ୍ଷରେ ସମର୍ଥନ କରିଛନ୍ତି କଟକ ସାଂସଦ ତାହା ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ । ଏକ ଛପା ଗଣମାଧ୍ୟମରେ ଭର୍ତ୍ତୃହରିଙ୍କ ଲିଖିତ ସମ୍ପାଦକୀୟ, ଦଳରେ ଭିନ୍ନମତ କଣ ନେତା ବିରୋଧୀ ? ବିଜେଡି ସଂଗଠନ ଯେ ଆଗ ପରି ଠିକ ଚାଲିନି ପରୋକ୍ଷରେ ଏହା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ସାଂସଦ ଭର୍ତ୍ତୃହରି ।

ଭର୍ତ୍ତୃହରି ତାଙ୍କ ଲେଖା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରମଣା ଉକ୍ତିରୁ ଆରମ୍ଭ କରିଛନ୍ତି । ଗଣତନ୍ତ୍ରର ସଫଳତା କେବଳ ନିର୍ବାଚନରେ ବିପୁଳ ଭୋଟ ପାଇଯିବା ନୁହେଁ ବାସ୍ତବ ସଫଳତା ହେଉଛି ଭିନ୍ନମତର ଆଦାନ ପ୍ରଦାନ । ଏପରିକି ଅବାନ୍ତର ଯୁକ୍ତିକୁ ମଧ୍ୟ ଶୁଣିବା । ତାଙ୍କର ଏହି ମନ୍ତବ୍ୟ ଏପରି ଏକ ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଯେବେ ଦେଶରେ ସର୍ବତ୍ର କେହି ଅନ୍ୟର କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ବୁଝିବା ତ ଦୂରର କଥା । ଏଭଳି ଉକ୍ତିକୁ ବ୍ୟବହାର କରି ଦଳ ଭିତର ହାଲଚାଲର ଚିତ୍ର ବୟାନ କରିଛନ୍ତି ଭର୍ତ୍ତୃହରି । ବିଗତ କିଛି ବର୍ଷ ହେଲା ବିଜେଡିକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ନିୟନ୍ତ୍ରଣ କରୁଛନ୍ତି, ଯାହାଙ୍କୁ ନେଇ ଭର୍ତ୍ତୃହରି ଅସନ୍ତୋଷ ଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ବର୍ତ୍ତମାନ ଦଳର ନେତା ହିଁ ସର୍ବେସର୍ବା । ନିର୍ବାଚିତ ପ୍ରତିନିଧି, ସିଏ ବିଧାନସଭାକୁ ନିର୍ବାଚିତ ହୁଅନ୍ତୁ କି ପାର୍ଲାମେଣ୍ଟକୁ । ସେମାନେ ଦଳ ବା ଦଳର ନେତାଙ୍କ ନିର୍ଦ୍ଦେଶରେ ମତ ପ୍ରଦାନ କରିବାକୁ ବାଧ୍ୟ ହୋଇଯାଇଛନ୍ତି । ଗୃହ ଭିତରେ ଆଉ ବୌଦ୍ଧିକ ବିଚାର - ଆଲୋଚନା ହେଉନାହିଁ । ହୋଇପାରୁ ନାହିଁ । ଜଣେ ଚାହିଁଲେ ବି ବ୍ୟକ୍ତିଗତ ମତ ରଖିପାରୁନାହିଁ । କାରଣ ଦଳର ଦୃଷ୍ଟିକୋଣକୁ ହିଁ କେବଳ ଗୃହରେ ଉପସ୍ଥାପନ କରିବା ଏକପ୍ରକାରେ ବାଧ୍ୟ କରାଯାଉଛି । ଯଦି କିଏ ଦଳର ନେତାଙ୍କ ସ୍ବାର୍ଥବିରୋଧୀ କିନ୍ତୁ ରାଷ୍ଟ୍ର ବା ରାଜ୍ୟ ସପକ୍ଷରେ ମତ ଦେଲା, ତେବେ ତାହାକୁ ଦଳବିରୋଧୀ ବୋଲି ଆଖ୍ୟା ଦେବାକୁ ଦୁଇମିନିଟ୍ ଲାଗୁନାହିଁ । କୌଣସି ଦଳରେ ସେପରି କିଛି ମଞ୍ଚ କି ଫୋରମ ନାହିଁ ଯେଉଁଠି ଏକଥା ସବୁ ଚର୍ଚ୍ଚା ହୋଇପାରିବ । କୌଣସି ଦଳ ନାଁ ନ ନେଇ ପରୋକ୍ଷରେ ନିଜ ଦଳ ବିଜେଡିରେ କଥା କହିଛନ୍ତି ଭର୍ତ୍ତୃହରି ।

ବର୍ତ୍ତମାନ ସମୟରେ ଚାଲିଥିବା ଅଫିସର ରାଜ୍ ବାବଦରେ ଖୁଲମଖୋଲା କହିଛନ୍ତି ଭର୍ତ୍ତୃହରି । ଅଫିସରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ସେ । କହିଛନ୍ତି, ଯଦି ଦଳ ସରକାରରେ ଅଛି, ତେବେ କିଛି ପଣ୍ଡିତ ଅଫିସର ହିଁ ସରକାରଙ୍କ ନୀତି ନିର୍ଦ୍ଧାରଣ କରିନେଉଛନ୍ତି । ତାହା ହିଁ ଶାସକଦଳର ନୀତି ଭାବେ ଲଦି ଦିଆଯାଉଛି । ପୂର୍ବରୁ ରାଜ୍ୟରେ ଅଫିସର ରାଜ୍ ବାବଦରେ ବିରୋଧୀ କହୁଥିବା ନଜରକୁ ଆସୁଥିଲା । ଏବେ ଦଳୀୟ ନେତା ମଧ୍ୟ ଆଲୋଚନା କରିବାକୁ ପଛେଇନାହାନ୍ତି । ଅତୀତରେ ବୈଜୟନ୍ତ ପଣ୍ଡା, ଦାମଦୋର ରାଉତ, ପ୍ରଫୁଲ୍ଲ ଘଡେଇ ଅନେକ ଏହି ଲିଷ୍ଟରେ ସାମିଲ ହୋଇ ବିଜେଡିରୁ ବିଦା ହୋଇଛନ୍ତି ।

ଯେଉଁ ସବୁ ରାଜନୈତିକ ଦଳମାନେ ଏ ଦେଶରେ ଅଛନ୍ତି, ସେମାନଙ୍କ କାର୍ଯ୍ୟକାରୀ କମିଟି ରାଷ୍ଟ୍ରୀୟ ପରିଷଦ ଆଦି ବୈଠକଗୁଡ଼ିକ ନେତାଙ୍କ ଜୟଗାନରେ ହିଁ ସୀମିତ । କୌଣସି ପ୍ରସଙ୍ଗ ନେଇ ଭିନ୍ନମତ ପ୍ରକାଶ ପାଇବା ଏବଂ ସେ ନେଇ ବିତର୍କ କରାଯିବାର ସୁଯୋଗ ନାହିଁ । ଏପରି ହେଲେ ତାହାକୁ ଦଳବିରୋଧୀ ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ଏହା ‘ ଦଳ ବିରୋଧୀ ’ କି ? ନା, ନେତାଙ୍କ ସ୍ବାର୍ଥବିରୋଧୀ ? ଆଉ ଏକ ସମସ୍ୟା ଏବେ ଦେଶରେ ଲକ୍ଷ୍ୟ କରାଯାଉଛି । ତାହା ହେଉଛି । ଅଧକାଂଶ ରାଜନୈତିକ ଦଳଗୁଡ଼ିକ ଜଣେ ଜଣେ ନେତା ସର୍ବସ୍ୱ, ଏକକ ମାଲିକାନା କମ୍ପାନୀ ଭଳି କାର୍ଯ୍ୟ କରୁଛନ୍ତି । କମ୍ପାନୀ ମାଲିକ ଯେଭଳି ନିଜ ଅନୁଗତ କିଛି ମ୍ୟାନେଜର, ଗୁମାସ୍ତା ରଖି ପରିଚାଳନା କରେ । ସେହିପରି ଦଳଗୁଡ଼ିକ ଚାଲିଛି । ଯାହାର ଭିନ୍ନମତ କୌଣସି କ୍ଷେତ୍ରରେ ଉପୁଜିଲା । ସିଏ ମନେମନେ ନିଜ ସମ୍ମାନ ରଖି ଇସ୍ତଫା ଦେଇ ଚାଲିଗଲା ତ ଭଲ । ନଚେତ ଢେଲାପଥର ମାଡ଼ରେ ଆକ୍ରାନ୍ତ ହୋଇ ବିଦା ହେବାକୁ ପଡ଼ୁଛି । ଇଏ କୌଶଳ ଅବଶ୍ୟ ନିଜ ଦଳରେ ଭିନ୍ନ ମତକୁ ଚାପିଦେବା ପାଇଁ ଏହାକୁ କ'ଣ ସଫଳ ଗଣତନ୍ତ୍ର କୁହାଯିବ ?

ଗଣତନ୍ତ୍ରରେ ଭିନ୍ନମତକୁ ସମ୍ମାନ ଦେବା ବେଳେ ଦଳ ଭିତରେ ମଧ୍ୟ ଭିନ୍ନ ମତକୁ ସମ୍ମାନ ଦେବା ଦରକାର । ତାହା ଯେତେ କ୍ଷୁଦ୍ର ହେଉ ପଛେ । ସରକାରରେ ଥିବା ଦଳର କୌଣସି ନେତା ଯଦି ସେ ସରକାରର ତ୍ରୁଟି ବିଚ୍ୟୁତିକୁ ଗଠନ ମୂଳକ ସମାଲୋଚନା କଲା । ତେବେ ତାକୁ ଦଳ ବିରୋଧୀ ବୋଲି କୁହାଯିବ କିପରି ? ମଣିଷ ସବୁ କିଛି, ସବୁବେଳେ ଠିକ୍ କରେନାହିଁ - ଏ ଆପ୍ତବାଣୀକୁ ଯଦି କେହି ଭୁଲି ଯାଏ, ତେବେ ସିଏ ନିଜ ପତନକୁ ହିଁ ଡାକିଆଣେ । ପରୋକ୍ଷରେ ଦଳୀୟ ନେତାଙ୍କୁ ଇଙ୍ଗିତ କରିଛନ୍ତି ଭର୍ତ୍ତୃହରି । ବଡ଼ିଥିଲେ ପଚାରି, ସାନ ଥିଲେ ବିଚାରୀ । ଯେଉଁ ରାଜନୈତିକ ଦଳରେ ବିଚାରବିମର୍ଶ ବନ୍ଦ ହୋଇଯାଇଛି ବା ସଂକୁଚିତ ହୋଇଯାଇଛି, ସେ ଦଳଠାରୁ ଗଣତାନ୍ତ୍ରିକ ବ୍ୟବହାର ଆଶା କରିବା ବୃଥା । ଏପରି କହି ବିଜେଡିରେ ଭିନ୍ନ ମତକୁ ସ୍ୱୀକାର କରାଯାଉନାହିଁ । କିମ୍ବା ଭିନ୍ନ ମତ ନଦେବା ଲାଗି ଚାପ ଲଦି ଦିଆଯାଉଥିବା ପରୋକ୍ଷରେ ଖୋଲି କହିଛନ୍ତି ଭର୍ତ୍ତୃହରି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.