ETV Bharat / city

କୋରୋନା ସମୟରେ ପାଠପଢା ଚିନ୍ତା, ୟୁଟ୍ୟୁବରେ ପଢିବେ ଛାତ୍ରଛାତ୍ରୀ

author img

By

Published : Jun 11, 2021, 7:41 AM IST

କୋରୋନା ସମୟରେ ଗଣଶିକ୍ଷା ବିଭାଗକୁ ପାଠପଢ଼ା ଚିନ୍ତା । କୋରୋନା କାଳରେ ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

କୋରୋନା ସମୟରେ ପାଠ ପଢା ଚିନ୍ତା, ଅନଲାଇନ ପରେ ଏବେ ୟୁଟ୍ୟୁବରେ ପଢି ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: କୋରୋନା ସମୟରେ ଗଣଶିକ୍ଷା ବିଭାଗକୁ ପାଠପଢ଼ା ଚିନ୍ତା। କୋରୋନା ସମୟରେ କ୍ଳାସ ବନ୍ଦ ରହିଥିବାବେଳେ ଏକ ମାତ୍ର ବିକଳ୍ପ ରହିଥିଲା ଅନଲାଇନରେ ପାଠପଢ଼ା। ହେଲେ ତାହାବି ମାରିଥିଲା ଫେଲ। ହେଲେ ଏବେ ୟୁଟ୍ୟୁବ ରେ ପାଠ ପଢିବା ପାଇଁ କରାଯାଉଛି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ 13 ଟି ଜିଲ୍ଲା ହେବେ ସାମିଲ।

କୋରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି। ନା ଅନଲାଇନ ମାଧ୍ୟମରେ ହେଲା ସଫଳ ନା ଠିକ ସମୟରେ କ୍ଲାସରେ ପାଠ ପଢିଲେ ପିଲା। ଦୀର୍ଘ ଦେଢ଼ ବର୍ଷ ଧରି କ୍ଳାସ ରୁମରେ ପିଲାମାନେ ପାଠ ପଢିନାହାନ୍ତି। କୋରୋନା ପାଇଁ ପିଲାଙ୍କୁ ଅନଲାଇନରେ ପାଠପଢ଼ା ଯାଉଥିଲା ମଧ୍ୟ ତାହା 30 ପ୍ରତିଶତ ସଫଳ ହୋଇଛି। ଯେହେତୁ ପିଲାମାନେ ଅନଲାଇନ ଶିକ୍ଷା କ୍ଷତ୍ରରେ ବିଫଳ ହୋଇଥିଲେ ତେଣୁ ଶିକ୍ଷା ବିଭାଗ ଆଉ ଏକ ପନ୍ଥା ବାଚିଛି। ଯାହା ୟୁଟ୍ୟୁବ ରେ ପାଠପଢା ନେଇ ଚିନ୍ତା କରୁଛି ଶିକ୍ଷା ବିଭାଗ ।

ଏହି ୟୁଟ୍ୟୁବରେ ଲାଇଭ କ୍ଳାସ କରାଯିବ। ଜୁନ 21 ତାରିଖରୁ ଏହି ଯୋଜନା ଆରମ୍ଭ ହେବାକୁ ଥିବାରୁ ଆସନ୍ତା 17 ତାରିଖ ପୂର୍ବରୁ ଯେଭଳି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବ। ପ୍ରଥମ ପର୍ଯ୍ୟାୟରେ 13 ଟି ଜିଲ୍ଲା ସାମିଲ କରାଯାଇଛି। ଖୋର୍ଧା, କଟକ, ବଲାଙ୍ଗୀର, ଗଞ୍ଜାମ, କୋରାପୁଟ, ପୁରୀ, ଢେଙ୍କାନାଳ ସୁନ୍ଦରଗଡ, ଭଦ୍ରକ, କେନ୍ଦ୍ରାପଡା, ନୟାଗଡ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଯୋଜନା କରାଯାଉଛି। ତେବେ ଏହାକୁ ନେଇ ଜିଲ୍ଲା ମୁଖ୍ୟାଳୟ ନିକରରେ ଥିବା ସେଣ୍ଟର ଅଫ ଏକ୍ସଲେନ୍ସ ହାଇସ୍କୁଲରେ ବ୍ୟବସ୍ଥା କରାଯିବ।

ଏହାକୁ ନେଇ ଶିକ୍ଷାବିତ ରଘୁନାଥ ପଣ୍ଡା କହିଛନ୍ତି ଯେ ଏହି ପଦକ୍ଷପ ସ୍ୱାଗତଯୋଗ୍ୟ ଅଟେ । ଏହା ଦ୍ୱାରା ବହୁତ ଛାତ୍ରଛାତ୍ରୀ ବହୁତ ଉପକୃତ ହେବେ। କାରଣ ଅନଲାଇନ କ୍ଳାସ ହେବା ଫଳରେ ବହୁତ ସ୍ଥାନରେ ଇଣ୍ଟରନେଟ ସୁବିଧା ରାହେନାହିଁ। ଯାହା ଫଳରେ ପାଠପଢ଼ାରେ ବିଫଳ ହେଉଛନ୍ତି ଛାତ୍ରଛାତ୍ରୀ। ଯାହା ସରକାର ୟୁଟ୍ୟୁବ ରେ କ୍ଳାସ କରାଯାଉଛି। ଯାହା ଫଳରେ ପିଲାମାନେ ଯେତେବେଳେ ଚାହିଁବେ ସେମାନେ ୟୁଟ୍ୟୁବ ଖୋଲି ଦେଖିପାରିବେ ଓ ପାଠ ପଢିପାରିବେ। ଏହା ବାଦ ଟିଭିରେ ମଧ୍ୟ ପାଠ ପଢିପାରିବେ ଛାତ୍ରଛାତ୍ରୀ ସେହିପରି ଗାଁ ଗୁଡିକର ଗୋଟିଏ ସ୍ଥାନରେ ଟିଭି ରଖି ମଧ୍ୟ ଅନେକ ପିଲାମାନେ ଏହାର ସୁଯୋଗ ନେଇପାରିବେ ବୋଲି କହିଛନ୍ତି।

ଅନ୍ୟପଟେ ଅଭିଭାବକ ମହାସଙ୍ଗର ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ଅନଲାଇନ ରେ ନା ଅଫଲାଇନ ରେ ପାଠପଢ଼ା ସମ୍ଭବ ହେଲାନାହିଁ। ୟୁ ଟ୍ୟୁବ ରେ ପାଠପଢ଼ା ପାଇଁ ପିଲାଙ୍କୁ ମୋବାଇଲ ଯୋଗାଇବାକୁ ପଡିବ। ଅନେକ ପିଲାଙ୍କ ପାଖରେ ମୋବାଇଲ ନାହିଁ। ତେଣୁ ସରକାର ସମ୍ପୂର୍ଣ୍ଣ ଭାବରେ ଏକ କ୍ଳାସ କରିବା ପାଇଁ ହେଲେ ସବୁ ଜିନିଷ ଯୋଗାଇବା ଆବଶ୍ୟକ ନହେଲେ ଅନଲାଇନ କ୍ଳାସ ଭଳି ୟୁ ଟ୍ୟୁବ ମଧ୍ୟ ଫେଲ ମାରିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.