ETV Bharat / city

ଶ୍ରୀଜୀଉଙ୍କ ପରେ ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ନେଲେ ଶାହା - home minister visited to lingaraj temple

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଶାହା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

AMIT SHAH
ଶ୍ରୀଜୀଉଙ୍କ ପରେ ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ନେଲେ ଶାହା
author img

By

Published : Feb 29, 2020, 11:16 AM IST

Updated : Feb 29, 2020, 12:53 PM IST

ଭୁବନେଶ୍ବର: ଶ୍ରୀଜୀଉଙ୍କ ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ସକାଳୁ ସକାଳୁ ସେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେଠାରେ କାଳିଆ ସାଆନ୍ତଙ୍କ ଆଶିଷ ନେବା ପରେ ଚାଲି ଆସିଥିଲେ ଏକାମ୍ର କ୍ଷେତ୍ର । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଲିଙ୍ଗରାଜ ମନ୍ଦିରରେ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥଲା । ସ୍ବାଗତମ ସ୍ବାଗତମ ନାରାରେ ପ୍ରକମ୍ପିତ ହୋଇଉଠିଥିଲା ସାରା ପରିବେଶ ।

ଶ୍ରୀଜୀଉଙ୍କ ପରେ ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ନେଲେ ଶାହା

ମନ୍ଦିରକୁ ପ୍ରବେଶ କରିବା ପରେ ପ୍ରଥମେ ସିଦ୍ଧ ଗଣେଶଙ୍କୁ ଦର୍ଶନ କରିଥିଲେ ଶାହା । ତା ପରେ କ୍ଷୀର,ବେଲପତ୍ର, ଫୁଲଫଳରେ ପ୍ରଭୁ ଲିଙ୍ଗରାଜଙ୍କ ଅଭିଷେକ କରାଇଥିଲେ । ଏହି ଅବସରରେ ସେବାୟତଙ୍କ ପକ୍ଷରୁ ଶାହାଙ୍କୁ ମହାପ୍ରସାଦ ଓ ଫଟୋଚିତ୍ର ପ୍ରଦାନ କରାଯାଇଥିଲା । ସେପଟେ ଲିଙ୍ଗରାଜ ଆସିବାକୁ ଗୃହମନ୍ତ୍ରୀ ନିଜେ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଗସ୍ତରେ ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 29, 2020, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.