ETV Bharat / city

ହସ୍ତକ୍ଷେପ କଲେ ଲୋକାୟୁକ୍ତ, ଚକଡା କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିଲା ସହାୟତା ଅର୍ଥ - କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିଲା ସହାୟତା ଅର୍ଥ

୨୦୧୭- ୧୮ ବର୍ଷରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ତହସିଲ ଅଞ୍ଚଳରେ ଚକଡା ପୋକ ଦ୍ବାରା ଧାନ ଫସଲ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆର୍ଥିକ ସହାୟତା ଲାଗି ଚାଷୀ ମୟୂରଭଞ୍ଜ ଜିଲ୍ଲାପାଳ, କାପ୍ତିପଦା ତହସିଲଦାର, କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଅଧିକ ପଢନ୍ତୁ...

ଚକଡା ପୋକ କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିଲା ସହାୟତା ଅର୍ଥ

author img

By

Published : Mar 26, 2021, 7:02 PM IST

ଭୁବନେଶ୍ବର: ୨୦୧୭- ୧୮ ବର୍ଷରେ ମୟୂରଭଞ୍ଜ ଜିଲ୍ଲା କାପ୍ତିପଦା ତହସିଲ ଅଞ୍ଚଳରେ ଚକଡା ପୋକ ଦ୍ବାରା ଧାନ ଫସଲ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆର୍ଥିକ ସହାୟତା ଲାଗି ଚାଷୀ ମୟୂରଭଞ୍ଜ ଜିଲ୍ଲାପାଳ, କପ୍ତିପଦା ତହସିଲଦାର, କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଇନଥିଲେ ।

ସରକାରୀ ଉଦାସୀନତା ବା ଅବହେଳାକୁ ଦୃଷ୍ଟିରେ ରଖି କାପ୍ତିପଦା ଜୟ ଯବାନ, ଜୟ କିଷାନ କୃଷକ ସଂଘ ପକ୍ଷରୁ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ । ସଂପୃକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଅଭିଯୋଗର ଶୁଣାଣି କରି ଲୋକାୟୁକ୍ତ ସଂପୃକ୍ତ ତହସିଲଦାରଙ୍କ ରିପୋର୍ଟକୁ ଅନୁଧ୍ୟାନ କରି କୃଷକମାନଙ୍କର ଫସଲ କ୍ଷତିର ଭରଣା ପାଇଁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଜଣାଇବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ଲିଖିତ ଉତ୍ତରରେ ୭୩୬ ଜଣ କୃଷକ କ୍ଷତିଗ୍ରସ୍ତ ହୋଇଥିବା ସ୍ବୀକାର କରାଯାଇଥିଲା । ନିକଟରେ ଗତ ଜାନୁଆରୀ ୧୩ ତାରିଖରେ ଜିଲ୍ଲାପାଳ ମୟୂରଭଞ୍ଜ, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ କୃଷକମାନଙ୍କ କ୍ଷତି ଭରଣା ପାଇଁ ୧୯ ଲକ୍ଷ ୧୦ ହଜାର ୪୭୬ ଟଙ୍କାର ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ । ଲୋକାୟୁକ୍ତ ମଧ୍ୟ କୃଷକମାନଙ୍କର ଅଭିଯୋଗକୁ ବାସ୍ତବ ବୋଲି ଦର୍ଶାଇ ଏସଆରସିଙ୍କୁ ଉପରୋକ୍ତ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବାକୁ ସୁପାରିଶ କରିଥିଲେ ।

ଫଳରେ ଏସଆରସିଙ୍କ ତରଫରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉପରୋକ୍ତ ଆର୍ଥିକ ସହାୟତା କାପ୍ତିପଦା ତହସିଲ ଅଂଚଳର କୃଷକମାନଙ୍କୁ ବିତରଣ ନିମନ୍ତେ ପ୍ରଦାନ କରାଯାଇଛି । ଘଟଣାରେ ଲୋକାୟୁକ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳ ଯଦି ସେତେବେଳେ କୃଷକମାନଙ୍କର ଅଭିଯୋଗକୁ ସଠିକ୍ ଭାବେ ଗ୍ରହଣ କରିଥାନ୍ତେ , ତେବେ ସେମାନଙ୍କୁ ଧାଯ୍ୟ ଆର୍ଥିକ ସହାୟତା ମିଳିବାରେ ଏତେ ବିଳମ୍ବ ହୋଇ ନଥାନ୍ତା ।

ତେଣୁ ପରବର୍ତ୍ତୀ ଶୁଣାଣି ଦିବସ ପୂର୍ବରୁ ଏହି ସମସ୍ତ କୃଷକମାନେ ଯେପରି ସେମାନଙ୍କର ସହାୟତା ରାଶି ନିଶ୍ଚିତ ଭାବେ ପାଇପାରିବେ, ତାହା ଦୃଷ୍ଟିଦେବାକୁ ଲୋକାୟୁକ୍ତ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର କୃଷକମାନେ ଯେପରି ଆଗକୁ ଏଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି । ଏ ସମ୍ପର୍କରେ ଲୋକାୟୁକ୍ତ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସେଥପ୍ରତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅବଗତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.