ETV Bharat / city

ସ୍ୟାଟ୍‌ ଉଚ୍ଛେଦକୁ ନେଇ ଧାରଣାରେ ବସିଲେ ଓକିଲସଙ୍ଘ

ସ୍ୟାଟ୍‌ (ଓଡିଶା ପ୍ରଶାସନିକ ପ୍ରାଧିକରଣ ) ଉଚ୍ଛେଦ ନେଇ ଧାରଣାରେ ବସିଛନ୍ତି ଭୁବେନେଶ୍ବର ଓକିଲ ସଙ୍ଘ ।

author img

By

Published : Aug 16, 2019, 10:38 PM IST

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଶୁକ୍ରବାର ରାଜଧାନିରେ ପ୍ରବଳ ବର୍ଷା ସତ୍ତ୍ବେ ବି ଧାରଣାରେ ବସିଛନ୍ତି ଭୁବେନେଶ୍ବର ଓକିଲ ସଙ୍ଘ । ସ୍ୟାଟ୍‌ (ଓଡିଶା ପ୍ରଶାସନିକ ପ୍ରାଧିକରଣ ) ଉଚ୍ଛେଦ ନେଇ ସରକାରୀ ବିରୋଧୀ ନାରା ଦେଉଛନ୍ତ ଓକିଲମାନେ । ତେବେ ଉଲ୍ଲେଖଥାଉ ଗତ ଅଗଷ୍ଟ 6ରେ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡିଶା ପ୍ରଶାସନିକ ପ୍ରାଧିକରଣକୁ ଉଚ୍ଛେଦ କରଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଏନେଇ ଗତ 9 ତାରିଖରେ ଭୁବନେଶ୍ୱର ବାର ଆସୋସିଏସନ ସମେତ ସ୍ୟାଟ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯିବ ସହିତ କଳାବ୍ୟାଜ ପରିଧାନ କରାଯାଇଥିଲା । ମାତ୍ର ସରକାରଙ୍କ ପାଖରୁ କୌଣସି ଜବାବ୍‌ ମିଳିନଥିବାରୁ ଆଜି ବାଧ୍ୟ ହୋଇ ଧାରଣାକୁ ଓହ୍ଲାଇଛନ୍ତି ଓକିଲ ସଙ୍ଘ ।

ସୂଚନାଯୋଗ୍ୟ କି ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବର ଠାରେ ପ୍ରଶାସନିକ ପ୍ରାଧିକରଣ ଖୋଲିଥିଲା । ତେବେ ଏଥିରେ ବିଭିନ୍ନ ମାମଲାର ଉପରିସ୍ଥ ଅଧିକାରୀମାନଙ୍କୁ କୋର୍ଟରେ ହାଜର ହେବା ସହିତ ଅନେକ ରାୟ ତାଙ୍କ ବିରୁଦ୍ଧ ଯାଉଥିଲା । ଫଳରେ ଏହାକୁ ଚକ୍ରାନ୍ତ କରି ଉଛେଦ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରବର୍ତାଇଥିବା ଅଭିଯୋଗ ହେଉଛି ।

ତେବେ ଏହି ସ୍ୟାଟ୍‌ ଉଚ୍ଛେଦ ହେବା ଫଳରେ ସରକାରୀ ଅଧିକାରୀଙ୍କ ପାଖାପାଖି 72 ହଜାର ମାମଲର ଭାଗ୍ୟ ଅନିଶ୍ଚତା ମଧ୍ୟକୁ ଚାଲି ଯାଇଛି । ଏଥିସହିତ ଏହା ଉପରେ ନିର୍ଭର କରୁଥିବା 500ରୁ ଉର୍ଦ୍ଧ୍ବ ଓକିଲମାନେ ହାତ ବାନ୍ଧି ବସିଥିବା କୁହାଯାଉଛି । ତେଣୁ ସରକାର ଏହାର ପୁନଃ ବିଚାର କରିବା ସହିତ ସ୍ୟାଟକୁ ପୁନଃ ଚାଲୁ କରିବାକୁ ଦାବି ହୋଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ରସରକାରଙ୍କ ଦ୍ୱାରା ଭବନେଶ୍ୱର ପ୍ରଶାସନିକ ପ୍ରାଧିକରଣ କୁ ଉଛେଦ କରାଯିବା ନେଇ କ୍ରମାଗତ ଭାବେ ଓକିଲମାନଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।ଗତ 9 ତାରିଖରେ ଏହାକୁ ନେଇ ଭୁବନେଶ୍ୱର ବାର ଆସୋସେସନ ସମେତ ସ୍ୟାଟ ବାର ଆସୋସେସନ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯିବ ସହିତ କଳାବ୍ୟାଜ ପରିଧାନ କରିଥିଲେ।ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ସ୍ୟାଟ ଓକିଲ ମାନେ ଧାରଣାରେ ବସିଛନ୍ତି।

Body:ସୂଚନାଯୋଗ୍ୟ କି ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବର ଠାରେ ପ୍ରଶାସନିକ ପ୍ରାଧିକରଣ ଖୋଲିଥିଲା।ତେବେ ଏଥିରେ ବିଭିନ୍ନ କେଶ ରେ ଉପରିସ୍ତ ଅଧିକାରୀମାନଙ୍କୁ କୋର୍ଟରେ ହାଜର ହେବା ସହିତ ଅନେକ ରାୟ ତାଙ୍କ ବିରୁଦ୍ଧରେ ଯିବାରୁ ଏହାକୁ ଚକ୍ରାନ୍ତ କରି ଉଛେଦ କରିବାକୁ ସରକାରଙ୍କୁ ପ୍ରବର୍ଟାଇଥିଲେ।ଯାହାଫଳରେ ସରକାର ଏହାକୁ ଉଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ 2015 ମସିହାରେ ସୁପାରିଶ କରିଥିଲେ।ଯାହାକୁ ଗ୍ରହଣ କରି ଗତ 5 ତାରିଖରେ ଗେଜେଟ ନୋଟିଫିକେସନ ମାଧ୍ୟମରେ ଏହାକୁ ଉଚ୍ଛେଦ କରାଯାଇଛି।

Conclusion:ଏହା ଫଳରେ ସରକାରୀ ଅଧିକାରୀଙ୍କ ପାଖାପାଖି 72 ହଜାର କେଶ ର ଭାଗ୍ୟ ଅନିଶ୍ଚତା ମଧ୍ୟକୁ ଚାଲି ଯାଇଥିବାବେଳେ ଏହା ଉପରେ ନିର୍ଭର କରୁଥିବା 500ରୁ ଉର୍ଦ୍ଧ୍ବ ଓକିଲମାନେ ହାତ ବାନ୍ଧି ବସିଥିବା କହିଛନ୍ତି।ତେଣୁ ସରକାର ଏହାର ପୁନଃ ବିଚାର କରିବା ସହିତ ସ୍ୟାଟ କୁ ପୁନଃ ଚାଲୁ କରିବା ଦାବିରେ ଖରା ଓ ବର୍ଷାକୁ ଖାତିର ନ କରି ପ୍ରାଧିକରଣ ସମ୍ମୁଖରେ ଧାରଣାରେ ବସିଥିଲେ।ଏଥିରେ ସଙ୍ଘର ସଭାପତି,ସମ୍ପାଦକ ଙ୍କ ସମେତ ଶତାଧିକ ଓକିଲମାନେ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ।
ବାଇଟ-ସ୍ୟାଟ ବାର ଓକିଲ ସଙ୍ଘ ସଭାପତି-ଅନନ୍ତ କୁମାର ଆଚାର୍ଯ୍ୟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.