ଭୁବନେଶ୍ବର: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ KGF-2 । ଗୁରୁବାର ଫିଲ୍ମଟି ରିଲିଜ ହୋଇ ଥିବାବେଳେ ୫ଟି ଭାଷା ହିନ୍ଦୀ, କନ୍ନଡ, ତାମିଲ୍, ତେଲୁଗୁ ଓ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଛି । KGF-1 ର ସସପେନ୍ସକୁ ନେଇ KGF-2 ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ ଉତ୍ସାହ । ରିଲିଜ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ନୂଆ ରେକର୍ଡ କରିସାରିଛି ଏହି ଫିଲ୍ମ ।
ଏହାକୁ ନେଇ ସବୁଠି କେଜିଏଫ୍ କ୍ରେଜ୍ ଦେଖିବାକୁ ମିଳିଥିବାବେଳେ ଭୁବନେଶ୍ବରର ବିଭିନ୍ନ ହଲରେ ମଧ୍ୟ ସମାନ ଚିତ୍ର ଦୃଶ୍ୟମାନ ହୋଇଛି । ଆଡଭାନ୍ସ ବୁକିଂରେ କୋଟି କୋଟି ଟଙ୍କା ଆୟ କରିଛି ଏହି ସିନେମା । ଭୁବନେଶ୍ବରର ପ୍ରାୟ ହଲ୍ରେ କିଛି ଦିନ ପାଇଁ ଟିକେଟ ବୁକ୍ ହୋଇସାରିଛି । ଏହି କ୍ରେଜକୁ ନେଇ ହଲ୍ଗୁଡିକ ହାଉସଫୁଲ୍ ରହୁଛି । ତେବେ କୋରୋନା ପରେ KGF ବଡ ବ୍ଯାନରରର ଫିଲ୍ମ ହୋଇ ଥିବାବେଳେ ହଲରେ ଦର୍ଶକଙ୍କ ଭିଡ ଜମୁଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ