ଭୁବନେଶ୍ବର: INI-CET ଓ ଏମ୍ସ ପରୀକ୍ଷାର୍ଥୀଙ୍କ ପାଇଁ ଜୁନ 16 ଏବଂ 27ରେ ଅନୁଷ୍ଠିତ ହେବାକୁଯାଉଛି ପ୍ରବେଶିକା ପରୀକ୍ଷା । କୋରୋନା ଲକଡାଉନ ଥିବାରୁ ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ କାର୍ଡ ହେବ ସେମାନଙ୍କର ପାସ । ଏନେଇ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଚିଠି ଜରିଆରେ ସୂଚନା ଦିଆଯାଇଛି ।
ତେଣୁ ପରୀକ୍ଷାଗୁଡ଼ିକୁ ସୁରୁଖୁରୁରେ କିଭଳି ଭାବରେ ପରିଚାଳନା କରାଯିବ ସେନେଇ ସହଯୋଗର ଆବଶ୍ୟକତା ରହିଛି। ଏମ୍ସର ପ୍ରବେଶ ଏବଂ ନିଯୁକ୍ତି ପରୀକ୍ଷା ଏକ ଜରୁରୀ ବୋଲି ବିବେଚନା କରାଯାଏ । ଜୁନ 16 ଏବଂ 27ରେ ହେବାକୁ ଥିବା ପରୀକ୍ଷାର ପ୍ରସ୍ତୁତି କରିବା ଆବଶ୍ୟକ । ପରୀକ୍ଷାକୁ ଯାଉଥିବା ପରୀକ୍ଷାର୍ଥୀମାନେ ନିଜର ଆଡମିଟ କାର୍ଡକୁ କର୍ଫ୍ୟୁ ପାସ ଭାବରେ ବ୍ୟବହାର କରିପାରିବେ।
ଏହି ସମୟରେ କୋରୋନା କଟକଣା ନିୟମକୁ ମାନି କାର୍ଯ୍ୟ କରିବେ । ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକୀୟ ପ୍ରଶାସନିକ ସୁବିଧା ଏବଂ ସୁରକ୍ଷା ଯୋଗାଇବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ,ବିମାନବନ୍ଦର କର୍ତ୍ତୃପକ୍ଷ ଓ ରେଳବାଇ କତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ