ଭୁବନେଶ୍ବର: ପ୍ରତି ବର୍ଷ ଭଳି ଆରମ୍ଭ ହୋଇଛି ଆଦିବାସୀ ମେଳା। ମଙ୍ଗଳବାର ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ବିଗତ ଦୁଇ ବର୍ଷ ଧରି ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଥିବା ଏହି ମେଳା ଚଳିତବର୍ଷ ପୂର୍ବ ସ୍ଥାନ ଅର୍ଥାତ 1ନମ୍ବର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ।
ଉଦଘାଟନ ପରେ ଧୀରେ ଧୀରେ ଦର୍ଶକଙ୍କ ଭିଡ଼ ମେଳା ମଧ୍ୟରେ ଦେଖିବାକୁ ମିଳିଥିଲା। ତେବେ କୋରୋନା ମହାମାରୀ ଯୋଗୁ ସମସ୍ତପ୍ରକାର କଟକଣାକୁ ଗୁରୁତ୍ୱ ଦିଆଯାଉଥିବା ଦେଖା ଯାଇଛି।
ସେଥିପାଇଁ ପ୍ରତିଦିନ ପୂର୍ବାହ୍ନ 11 ଟା ଠାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ମେଳା ପରିସର ଖୋଲା ରଖାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ପ୍ରତିବର୍ଷ ସାଧାରଣ ତନ୍ତ୍ର ଦିବସ ଠାରୁ ଆୟୋଜନ ହେଉଥିବା ଏହି ମେଳା 15 ଦିନ ଧରି ଜାରି ରହେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ