ETV Bharat / city

ଏଣିକି କୃଷି ଋଣ ପାଇଁ ଆଧାର ବାଧ୍ୟତାମୂଳକ

author img

By

Published : Aug 31, 2019, 2:45 PM IST

କୃଷି ଋଣ ପାଇଁ ଆଧାର ହୋଇଛି ବାଧ୍ୟତାମୂଳକ । ଯୋଗ୍ୟ ଚାଷୀ କୃଷି ଋଣ ନେଉଛି ନା ନାହିଁ ଏବଂ ସରକାରୀ ସୁବିଧାରୁ ଉପକୃତ ହେଉଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ସମବାୟ ବିଭାଗ ।

ଫାଇଲ ଫଟୋ

ଭୁବନେଶ୍ବର: ଏଣିକି କୃଷି ଋଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ଯୋଗ୍ୟ ଚାଷୀ କୃଷି ଋଣ ନେଉଛନ୍ତି ନା ନାହିଁ ଓ ସରକାରୀ ସୁବିଧାରୁ ଉପକୃତ ହେଉଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଏପରି ନିଷ୍ପତ୍ତି ନେଇଛି ସମବାୟ ବିଭାଗ । ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ଆଧାର ସଂଯୋଗୀକରଣ ଶେଷ କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି ।

adhar card
ଏଣିକି କୃଷି ଋଣ ପାଇଁ ଆଧାର ବାଧ୍ୟତାମୂଳକ

କିଷାନ କ୍ରେଡିଟ କାର୍ଡ ହେଉ ଅବା ସଞ୍ଚୟ ଖାତା ସବୁଥିରେ ଆଧାର କାର୍ଡ ଲିଙ୍କ କରିବା ହେବ ବାଧ୍ୟତାମୂଳକ । ଏପରିକି ଯେଉଁମାନେ ଖରିଫ ଋଣ ନେଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଆଧାରକାର୍ଡ ଲିଙ୍କ୍ କରିବା ବାଧ୍ୟତାମୂଳକ । ବିନା ଆଧାରକାର୍ଡ ସଂଯୋଗରେ ଚାଷୀକୁ ମିଳିବନି ଋଣ। ଏଥିପାଇଁ ସମବାୟ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି ।

adhar card
ଏଣିକି କୃଷି ଋଣ ପାଇଁ ଆଧାର ବାଧ୍ୟତାମୂଳକ

ତେବେ ରାଜ୍ୟରେ 48 ଲକ୍ଷ 99 ହଜାର 343 ଚାଷୀଙ୍କୁ କ୍ରେଡିଟ କାର୍ଡ ଦିଆଯାଇଥିବା ବେଳେ ମାତ୍ର 10 ଲକ୍ଷ 80 ହଜାର 219 ଚାଷୀଙ୍କ ଆଧାର ସଂଯୋଗ ହୋଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଚାଷ ଋଣ ପାଇଁ ଆଧାର ହୋଇଛି ବାଧ୍ୟତାମୂଳକ। ଯୋଗ୍ୟ ଚାଷୀ ଯେ କୃଷି ଋଣ ନେଉଛନ୍ତି ଓ ସରକାରୀ ସୁବିଧାରୁ ଉପକୃତ ହେଉଛନ୍ତି ତାହା ଜାଣିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ସମବାୟ ବିଭାଗ। ସେପ୍ଟେମ୍ବର ୩୦ ସୁଦ୍ଧା ଆଧାର ସଂଯୋଗୀକରଣ ଶେଷ କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। କିଷାନ କ୍ରେଡିଟ କାର୍ଡ ହେଉ କି ଋଣ କି ସଞ୍ଚୟ ଖାତା ସବୁଥିରେ ଆଧାର କାର୍ଡ ଲିଙ୍କ ହେବ। ଏପରିକି ଯେଉଁମାନେ ଖରିଫ ଋଣ ନେଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ଯେପରି କୌଣସି ଚାଷୀଙ୍କୁ ଆଧାର ସଂଯୋଗ ବିନା ଋଣ ଦିଆଯିବ ନାହିଁ ତାହା ନିଶ୍ଚିତ କରିବାକୁ ସମବାୟ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି। ଏପରିକି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ପାଇଁ ଏହା ଲାଗୁ ହେବ। ରାଜ୍ୟରେ 48 ଲକ୍ଷ 99 ହଜାର 343 ଚାଷୀଙ୍କୁ କ୍ରେଡିଟ କାର୍ଡ ଦିଆଯାଇଥିବା ବେଳେ ମାତ୍ର 10 ଲକ୍ଷ 80 ହଜାର 219 ଚାଷୀ ଙ୍କ ଆଧାର ସଂଯୋଗ ହୋଇଛି। Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.