ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ବିଜୟ କୁମାର ସାହୁ କୋରୋନା ପଜିଟିଭ । କୋଭିଡ ଆକ୍ରାନ୍ତ ପରେ ତାଙ୍କୁ କଟକରେ ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ସାହୁ କୋଭିଡ ଆକ୍ରାନ୍ତ ହୋଇଛନ୍ତି। କଟକର ଏକ ଘରୋଇ କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଏକ ସପ୍ତାହ ହେବ ସେ କୋରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସୂଚନାଥାଉକି ଭୁବନେଶ୍ୱରରେ ତାଙ୍କର ଏକ ବୃହତ ଘରୋଇ ସ୍କୁଲ ମଧ୍ୟ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ