ETV Bharat / city

ବସ୍ତି ବାସିନ୍ଦାଙ୍କୁ ଅତ୍ଯାବଶ୍ଯକ ସାମଗ୍ରୀ ବାଣ୍ଟିଲେ ବର୍ଷା - କୋରୋନା ଭାଇରସ ଖବର

ସୁନ୍ଦରପଦାର ଅଭିରାମ ବସ୍ତିରେ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟିଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶନୀ ବସ୍ତିବାସିନ୍ଦାଙ୍କ ପାଇଁ ଚାଉଳ, ଡାଲି, ଅଟା, ଆଳୁ ଭଳି ଅତ୍ୟାବଶ୍ୟକ ସାମଗ୍ରୀର କିଟ ବାଣ୍ଟିଛନ୍ତି । ଅଧିକ ପଢନ୍ତୁ...

ବସ୍ତି ବାସିନ୍ଦାଙ୍କୁ ଅତ୍ଯାବଶ୍ଯକ ସାମଗ୍ରୀ ବାଣ୍ଟିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

author img

By

Published : Apr 30, 2021, 11:03 PM IST

ଭୁବନେଶ୍ବର: ସୁନ୍ଦରପଦା ଅଭିରାମ ବସ୍ତିରେ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟିଲେ ବର୍ଷା ପ୍ରିୟଦର୍ଶିନୀ । ସମଗ୍ର ଦେଶ ମହାମାରୀ କୋଭିଡର ଦ୍ବିତୀୟ ଲହରୀ ସହିତ ଲଢେଇ କରୁଛି। ଓଡିଶା ମଧ୍ୟ ଏହା ଦ୍ବାରା ବହୁଳ ଭାବରେ ପ୍ରଭାବିତ ହୋଇଛି।

ଚାରିଆଡେ ମହାମାରୀ କୋରୋନାର କାୟା । ଭୂତାଣୁକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସମ୍ବଳ ସଂଗ୍ରହ କରୁଥିବା ବେଳେ ସେଲିବ୍ରିଟିମାନେ ମଧ୍ୟ ସାଧାରଣ ନାଗରିକମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ଏହି ସମୟରେ ଓଲିଉଡ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରି ଅସୁବିଧାରେ ପଡିଥିବା ଗରିବ ଦଳିତମାନଙ୍କୁ ସହାୟତା କରିଛନ୍ତି। ଭୁବନେଶ୍ଵର ସୁନ୍ଦରପଦାରେ ଅଭିରାମ ବସ୍ତିବାସିନ୍ଦା ସମ୍ମୁଖୀନ ଅସୁବିଧା ବୁଝିବା ସହ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଛନ୍ତି ।

ବର୍ଷା ପ୍ରିୟଦର୍ଶନୀ ବସ୍ତିବାସିନ୍ଦାଙ୍କ ପାଇଁ ଚାଉଳ, ଡାଲି, ଅଟା, ଆଳୁ ଭଳି ଅତ୍ୟାବଶ୍ୟକ ସାମଗ୍ରୀର କିଟ ବାଣ୍ଟିଛନ୍ତି । ବସ୍ତିର ରହୁଥିବା ପ୍ରାୟ 30ରୁ ଉର୍ଦ୍ଧ୍ବ ପରିବାର ମଧ୍ୟରେ ବଣ୍ଟନ କରିଥିଲେ । ଏପରିକି ବସ୍ତିର ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ ପ୍ରଦାନ କରିଥିଲେ । ବସ୍ତିବାସିନ୍ଦା ସେମାନଙ୍କ ଗହଣରେ ବର୍ଷାକୁ ପାଇ ଆନନ୍ଦିତ ହେବା ସହ ସହାୟତାକୁ ନେଇ କୃତଜ୍ଞତା ଜ୍ଞାପନ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.