ETV Bharat / city

ବିଜେଡି କହେ ଗୋଟେ, କରେ ଆଉ ଗୋଟେ: ବିଜେପି ବିଧାୟିକା

author img

By

Published : May 23, 2022, 10:06 PM IST

ଷ୍ଟାର ଦମ୍ପତି ଅନୁଭବ-ବର୍ଷା ବିବାଦରେ ଘଡିକେ ଘୋଡା ଛୁଟୁଛି । ବିବାଦ ନେଇ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଥାନାରେ ନୂଆ ନୂଆ ମାମଲା ଯୋଡି ହେଉଛି । ଅନୁଭବଙ୍କ ନାଁରେ ବର୍ଷା ନାରୀତ୍ବକୁ ଅପମାନ କରିଥିବାର ଏତଲା ଦେବା ପରେ ଏଥିରେ ଲମ୍ପ ମାରିଛି ବିଜେପି । ସାଂସଦଙ୍କ ନାଁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ

ବିଜେପି ବିଧାୟିକା
ବିଜେପି ବିଧାୟିକା

ଭୁବନେଶ୍ବର: ଷ୍ଟାର ଦମ୍ପତି ଅନୁଭବ-ବର୍ଷା ବିବାଦରେ ଘଡିକେ ଘୋଡା ଛୁଟୁଛି । ବିବାଦ ନେଇ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଥାନାରେ ନୂଆ ନୂଆ ମାମଲା ଯୋଡି ହେଉଛି । ଅନୁଭବଙ୍କ ନାଁରେ ବର୍ଷା ନାରୀତ୍ବକୁ ଅପମାନ କରିଥିବାର ଏତଲା ଦେବା ପରେ ଏଥିରେ ଲମ୍ଫ ମାରିଛି ବିଜେପି । ସାଂସଦଙ୍କ ନାଁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି ।

ବିଜେଡି କୁହେ ଗୋଟେ, କରେ ଆଉ ଗୋଟେ- ବିଜେପି ବିଧାୟିକା

ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ କାର୍ଯ୍ୟକୁ କଡା ନିନ୍ଦା କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ମାମଲାରେ ପ୍ରତିକ୍ରିୟା ରଖି ବିଧାୟିକା କୁସୁମ ଟେଟେ କହିଛନ୍ତି ଯେ, ବିଜୁ ଜନତା ଦଳ ବାହାରେ କେବଳ ମା'ଙ୍କୁ ସମ୍ମାନର କଥା କୁହେ । ମାତ୍ର ତାଙ୍କ ନିଜ ଘରେ ଘଟୁଥିବା ଏପରି ଘଟଣା ପ୍ରମାଣ କରୁଛି ମାଙ୍କୁ କିପରି ସମ୍ମାନ ଦିଆଯାଉଛି । କେବଳ ଏଇ ଗୋଟିଏ ଘଟଣା ନୁହେଁ ।

ଏହି ଭଳି ଅନେକ ବିଜେଡିର ନେତା ମନ୍ତ୍ରୀଙ୍କ କ୍ଷେତ୍ରରେ ବି ଏମିତି ଅଭିଯୋଗ ରହିଛି । ସେମାନଙ୍କ ବିରୋଧରେ ବୋହୁଠୁ ନେଇ ଘରେ କାମ କରୁଥିବା ଚାକରାଣୀ ଅଭିଯୋଗ ଆଣିଛନ୍ତି । ବିଜେଡି ନେତା ମା'କୁ ସମ୍ମାନ କଥା କେବଳ ମୁହଁରେ କୁହନ୍ତି । ମାତ୍ର ବାସ୍ତବରେ ତାହା କେବେ ପାଳନ କରନ୍ତି ନାହିଁ ।

ତେଣୁ ବିଜେଡି ନେତା ଘରେ ପ୍ରଥମେ ମାକୁ ସମ୍ମାନ ଦେଇ ଶିଖନ୍ତୁ । ଆଉ ନିଜର ପାରିବାରିକ ମାମଲା ସମାଧାନ କରନ୍ତୁ । ପରେ ବାହାରେ ଲୋକଙ୍କୁ କହିବେ ବୋଲି କହିଛନ୍ତି କୁସୁମ ଟେଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଦିନ ହେଲା ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । କିଏ ସତ କହୁଛି ଆଉ କିଏ ମିଛ । କୋର୍ଟ ରାୟ ପରେ ଜଣାପଡିଯିବ । ଅନୁଭବ ମହାନ୍ତି ରିଲ ଲାଇଫରେ ସୁନ୍ଦର ଅଭିନୟ କରନ୍ତି । ମାତ୍ର ରିୟଲ ଲାଇଫରେ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି । ତେଣୁ ସେ ପ୍ରଥମେ ମା ଆର୍ଥତ ମହିଳା ମାନଙ୍କୁ ସମ୍ମାନ ଦେଇ ଶିଖନ୍ତୁ ବୋଲି କହିଛନ୍ତି କୁସୁମ । ନବୀନ ବାବୁ କାଗଜ କଲମରେ ବିଚାର କରୁଛନ୍ତି । କିନ୍ତୁ ପ୍ରାକ୍ଟିକାଲରେ ହେଉନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.