ଭୁବନେଶ୍ବର: ଓଡ଼ିଶା ଫେରୁଛନ୍ତି ବିବାଦ ଘେରରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ବାବୁଶାନ୍ ମହାନ୍ତି । ମାଆ ଅପରାଜିତା ଓ ପରିବାରଙ୍କ ଅନୁରୋଧ ରକ୍ଷା କରି ସେ ଆଜି ଘରକୁ ଫେରୁଛନ୍ତି । ବାବୁଶାନ୍ ଓ ପ୍ରକୃତିଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଗଣମାଧ୍ୟମଠୁ ଦୂରରେ ରହିଥିଲେ ବାବୁ ଏବଂ ଫିଲ୍ମ ପ୍ରମୋସନ ନେଇ ଚେନ୍ନାଇ ଯାଇଥିଲେ । ଚେନ୍ନାଇରୁ ଫିଲ୍ମ ଦମନ ଫିଲ୍ମର ପୁରା ଟିମ୍ ଓଡ଼ିଶା ଫେରିଥିବା ବେଳେ ସେ ଆସିନଥିଲେ ।
ଏହା ବି ପଢନ୍ତୁ- ଓଡିଶା ଫେରିଲେ ଦମନ ଟିମ୍, ହେଲେ ଆସିଲେନି ବାବୁସାନ
ଓଡ଼ିଶା ଫେରିବା ପାଇଁ ରିଟର୍ଣ୍ଣ ଟିକେଟ ମଧ୍ୟ ହୋଇଥିଲା । ହେଲେ ବାବୁ ଘରକୁ ଫେରିନଥିବା ଟିମ କହିଥିଲା । ସେପଟେ ଭିଡ଼ିଓ ଭାଇରାଲ ହେବା ପରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଫୋନ ଯୋଗେ ବାବୁଶାନ ଓ ପ୍ରକୃତିଙ୍କୁ ପଚରା ଉଚୁରା ପାଇଁ ପୋଲିସ ଥାନାରେ ହାଜର ହେବା ପାଇଁ କହିଥିଲା । ପ୍ରକୃତି ନିଜ ପରିବାର ସହିତ ଓଡ଼ିଶା ଫେରିଥିବା ବେଳେ ବାବୁ ଆସିନଥିଲେ । ସେପଟେ ମାଆ ଅପରାଜିତା କୋହଭରା କଣ୍ଠରେ ଘରକୁ ଫେରିବା ପାଇଁ ବାବୁଙ୍କୁ ଅନୁରୋଧ କରିଥିଲେ ।
ପ୍ରକୃତିଙ୍କ ପିତା ମନ୍ମଥ ମଧ୍ୟ ପତ୍ନୀ ଓ ପରିବାର ନିକଟକୁ ଫେରି ଆସିବା ପାଇଁ ବାବୁଙ୍କୁ କହିଥିବା କହିଥିଲେ । ଚେନ୍ନାଇ ଏୟାରପୋର୍ଟରେ ବାବୁଶାନଙ୍କୁ ଦେଖିବାକୁ ମିଳିଛି । ତେବେ ସେ ଓଡ଼ିଶା ଫେରୁଥିବା ନେଇ ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର