ETV Bharat / city

ଓଡିଶାବାସୀଙ୍କୁ ଭୁଲ ମାଗିଲେ ବାବୁସାନ, ଏମିତି କହିଲେ

author img

By

Published : Aug 20, 2022, 7:21 PM IST

ଆଉ ଏକ ଭିଡିଓ ଜାରି କଲେ ଅଭିନେତା ବାବୁସାନ । କିଛିଦିନ ତଳେ ଘଟିଥିବା ଘଟଣାକୁ ନେଇ ରାଜ୍ୟବାସୀଙ୍କୁ ଭୁଲ ମାଗିଲେ । ୩୭ ସେକେଣ୍ଡର ଭିଡିଓରେ ସାମ୍ନାକୁ ଆସିଲେ ବାବୁଶାନ୍, କହିଲେ ଭୁଲ ହୋଇଗଲା ! ଦେଖନ୍ତୁ...

ଭିଡିଓ ଜାରି କରି
ଓଡିଶାବାସୀଙ୍କୁ ଭୁଲ ମାଗିଲେ ବାବୁସାନ, ଏମିତି କହିଲେ..

ଭୁବନେଶ୍ବର: ପାରିବାରିକ ବିବାଦ (babusan family dispute ) ପରେ ନୂଆ ଭିଡ଼ିଓ ଜାରି କଲେ ଅଭିନେତା ବାବୁସାନ ମହାନ୍ତି (odia film actor babusan mohanty) । ଭୁଲ ପାଇଁ ଅନୁତାପ କରି ଓଡିଶାବାସୀଙ୍କୁ ଭୁଲ ମାଗିଲେ (babusan apologized to the people of odisha) । ଏକ ୩୭ ସେକେଣ୍ଡର ଭିଡିଓ ଜାରି କରି କିଛି ଦିନ ତଳେ ହୋଇଥିବା ଘଟଣାର ଭୁଲ ମାଗିଛନ୍ତି (actor babusan shares another video) । ଏହାସହ ତାଙ୍କ ପତ୍ନୀ ଓ ପରିବାରର କିଛି କ୍ଷତି ହେବାକୁ ଦେବିନେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଓଡିଶାବାସୀଙ୍କୁ ଭୁଲ ମାଗିଲେ ବାବୁସାନ

ଭିଡ଼ିଓରେ ବାବୁସାନ କହିଛନ୍ତି, "କିଛି ଦିନ ତଳେ ଯେଉଁ ଘଟଣାଟି ହୋଇଥିଲା, ତାହାକୁ ନେଇ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି । ମୋ ପତ୍ନୀ ତୃପ୍ତି ଓ ଶ୍ବଶୁର ଲଲିତ ଶତପଥୀଙ୍କୁ ମଧ୍ୟ ଭୁଲ ମାଗୁଛି। ଏପରିକି ମୋ ପତ୍ନୀ ଓ ଶ୍ବଶୁରଙ୍କ ନାଁରେ ଏକ କେସ ହୋଇଥିଲା। ଯେଉଁଥି ପାଇଁ ମୋ ପରିବାର ବହୁତ କଷ୍ଟ ପାଇଲେ। ଏଭଳି ଭୁଲ ଆଉ କେବେ ହେବ ନାହିଁ ।"

ସୂଚନା ଥାଉକି, ଜୁଲାଇ ୨୩ରେ ଅଭିନେତ୍ରୀ ପ୍ରକୃତି, ବାବୁସାନ ଓ ତୃପ୍ତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ପ୍ରକୃତି ମିଶ୍ର ଓ ବାବୁସାନଙ୍କୁ ପତ୍ନୀ ତୃପ୍ତି ଏକାଠି ଏକ କାରରେ ଯାଉଥିବା ସମୟରେ ଅଟକାଇଥିଲେ ଏବଂ ଉଭୟଙ୍କୁ ଟଣାଓଟରା କରିଥିଲେ । ପ୍ରକୃତିଙ୍କ ପାଇଁ ସେମାନଙ୍କ ପାରିବାରିକ ସମ୍ପର୍କ ଖରାପ ହୋଇଥିବା ଅଭିଯୋଗ ହୋଇଥିଲା ।

ଏହାଦ୍ବାରା ବାବୁସାନ ପତ୍ନୀ ଓ ପ୍ରକୃତିଙ୍କ କଳି ପଦାରେ ପଡିଥିଲା । ଏହି ଘଟଣା ବେଶ କିଛିଦିନ ଖବରର ଶିରୋନାମା ପାଲଟିଥିବା ବେଳେ ଷ୍ଟାର କଳି ଦାଣ୍ଡରେ ପଡି ହାଟରେ ଗଡୁଥିଲା । ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଓ ସମାଲୋଚନା ମଧ୍ୟ ହୋଇଥିଲା । ଉଭୟ ପରିବାର ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାଟି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏଯାବତ୍ ପତ୍ନୀ ଓ ପୁଅ ବାବୁସାନଙ୍କ ପାଖକୁ ଫେରିନଥିବା ବେଳେ ନିଜର ସୌଜନ୍ୟତା ଦେଖାଇ ବାବୁସାନ ଏହି ଭିଡିଓ ଜାରି କରିଥିବା ଅନୁମାନ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.