ETV Bharat / city

ଫିସ ପାଇଁ କଠୋରୀରେ ବନ୍ଦ ପିଲାଏ, ଘରୋଇ ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Aug 25, 2022, 10:32 PM IST

ବଢି ଚାଲିଛି ଘରୋଇ ସ୍କୁଲର ମାନମାନି । ଏପିଜେ ପବ୍ଲିକ ସ୍କୁଲରେ 34 ଜଣ ପିଲାଙ୍କୁ ସ୍କୁଲ ଫିସ ପାଇଁ ଏକ କୋଠରୀରେ ବନ୍ଦ କରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଛି (private school locked student for school fees) । ଅଧିକ ପଢ଼ନ୍ତୁ

ଫିସ ପାଇଁ କଠୋରୀରେ ବନ୍ଦ ପିଲାଏ, ଘରୋଇ ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଫିସ ପାଇଁ କଠୋରୀରେ ବନ୍ଦ ପିଲାଏ, ଘରୋଇ ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ଘରୋଇ ସ୍କୁଲର ମାନମାନି (action demand against private school )। ସ୍କୁଲ୍‌ ଫି ଓ ଅନ୍ୟାନ ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ସିଧାସଳଖ ଭାବରେ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଉଛନ୍ତି । ରାଜ୍ୟର ଅନେକ ଘରୋଇ ସ୍କୁଲରେ ଏଭଳି ଘଟଣା ସମ୍ମାନକୁ ଆସିଛି । ସ୍କୁଲ୍‌ ଫି'କୁ ନେଇ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହ ସ୍କୁଲ୍‌ କର୍ତ୍ତୃପକ୍ଷ ପରୀକ୍ଷା ଦେବାକୁ ବାରଣ କରିଥିବା ନଜିର ରହିଛି ଏହାକୁ ନେଇ ଉଚିତ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ମାନବାଧିକାର କର୍ମୀ ।

ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ କହିଛନ୍ତି, "ଗତ 2 ଦିନ ତଳେ ଏପିଜେ ପବ୍ଲିକ ସ୍କୁଲରେ 34(private school locked student for school fees) ଜଣ ପିଲାଙ୍କୁ ସ୍କୁଲ ଫିସ ପାଇଁ ଏକ କୋଠରୀରେ ବନ୍ଦ କରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ନିକଟରେ ସ୍କୁଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ସ୍କୁଲ୍‌ ଫିସ୍‌ ପାଇଁ କୌଣସି ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦଣ୍ଡ ଦେବା ତ ଦୂରର କଥା ଆଦୌ ଅବଗତ ବି କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଛି । କୋରୋନା ମହାମାରୀ ସମୟରେ ସ୍କୁଲ ଫିସରେ ରିହାତି ଉପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦିଆଯାଇଥିବା ରିହାତି ମଧ୍ୟ ଏହି ସ୍କୁଲ ମାନି ନଥିଲେ । ଅଭିଭାବକ ବହୁବାର ଦାବି କରିବା ପରେ ଆସନ୍ତା ବର୍ଷରେ ଫି' ଆଡ୍‌ଜଷ୍ଟ କରିବାକୁ କହିଥିଲେ ହେଲେ ଲାଗୁ କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି ଘରୋଇ ସ୍କୁଲ୍‌ କର୍ତ୍ତୃପକ୍ଷ ।"

ଏବର୍ଷ ପାଇଁ ମଧ୍ୟ ସବୁ ସ୍କୁଲ ଫିସ ବୃଦ୍ଧି କରାଯାଇଛି । ଏହି ସମସ୍ୟା ଥିବାରୁ ସ୍କୁଲର ମନଇଚ୍ଛା ଫି' ଆଦାୟକୁ ନେଇ ଅଭିଭାବକ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାର ଥିଲା । ତାହା ହୋଇନାହିଁ । ପିଲାଙ୍କୁ ଫି ଆଦାୟ ପାଇଁ ନିର୍ଯାତନା ଦେବା ଅତ୍ୟନ୍ତ ଅମାନବୀୟ, ନିନ୍ଦନୀୟ ଓ ହୃଦୟହୀନ କାର୍ଯ୍ୟ ବୋଲି ଅଭିଯୋଗ ହୋଇଛି । ପୂର୍ବରୁ 2015 ମସିହାରେ ଓ ପରବର୍ତ୍ତୀ ସମୟରେ 2018 ମସିହାରେ NCPCR ମଧ୍ୟ ଏ ସଂକ୍ରାନ୍ତିୟ ନିର୍ଦ୍ଦେଶନାମା ଓ ପରାମର୍ଶ ଦେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଙ୍କୁ ଚିଠି ଲେଖି ଜଣାଇଥିଲେ । ସ୍କୁଲ ଫି' ସଂକ୍ରାନ୍ତରେ ସ୍କୁଲ କର୍ତ୍ତୃପକ୍ଷ କେବଳ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବେ । ହେଲେ ଏହି ନିର୍ଦ୍ଦେଶ ନାମାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି RTI ସଦସ୍ୟ ଭଜମୋହୋନ ବିଶ୍ଵାଳ । ସେ କହିଛନ୍ତି, "ଯଦି ଅଭିଭାବକ ସ୍କୁଲ୍‌ ଫି' ଦେଇନାହାନ୍ତି ତେବେ ଅଭିଭାବକଙ୍କୁ ନୋଟିସ କରିବା ଆବଶ୍ୟକ, କିନ୍ତୁ ପିଲାଙ୍କୁ ଏଭଳି 5 ଘଣ୍ଟା ଧରି ବନ୍ଦି କରି ରଖି ନିର୍ଯାତନା ଦେବା ଗ୍ରହଣୀୟ ନୁହେଁ । ପିଲାଙ୍କ ସାମାଜିକ ଅଧିକାର ଏଠାରେ କ୍ଷୁର୍ଣ୍ଣ ହୋଇଛି । NHRC ଏହାକୁ ଅତି ଗୁରୁତ୍ଵ ଭାବରେ ନେଇଛନ୍ତି । ବନ୍ଦୀ କରି ରଖିବା ଫଳରେ ପିଲାଙ୍କ ଉପରେ ମାନସିକ ଚାପ ପଡିଛି । ଅଭିଭାବକ ମାନଙ୍କର ଅଧିକାର କ୍ଷୁର୍ଣ୍ଣ ହୋଇଛି ।"

NHRCଙ୍କ ନିକଟରେ ହୋଇଥିବା ଅଭିଯୋଗ ମୁତାବକ ଛାତ୍ରଛାତ୍ରୀଙ୍କୁ ବନ୍ଦୀ କରିବା ରଖିବା ଫଳରେ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି । ଏଣୁ ସ୍କୁଲ କର୍ତ୍ତୃପକ୍ଷ ପ୍ରତି ପିଲାଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଦେବେ । ଅନେକ ସମୟରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟକଳାପ କରୁଥିବା ନଜରକୁ ଆସୁଛି । ଏଭଳି ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ମାନମାନି ବଢ଼ିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.