ETV Bharat / city

ସରକାରଙ୍କ ମିଛ ଧରିଲେ ସିଏଜି - ସିଏଜି ରିପୋର୍ଟ ନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ପ୍ରେସମିଟ

ବ୍ୟୟ ନହୋଇ ମଧ୍ୟ 275.27 କୋଟି ଟଙ୍କା ମୂଲ୍ୟର ବିନିଯୋଗ ପ୍ରମାଣପତ୍ର ଭାରତ ସରକାରଙ୍କୁ ଦାଖଲ କରାଯାଇଛି । ଦାଖଲ ନଥିପତ୍ର ଯାଞ୍ଚରୁ ଜଣାଗଲା ଯେ , ଆରକେଭିୱାଇ ପାଣ୍ଠିରୁ 10.52 କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ରର ଦାଖଲ 2018 ମାର୍ଚ୍ଚ ସୁଦ୍ଧା ବାକି ରହିଥିଲା । ଯାହାକି ଓଡ଼ିଶା ସରକାରଙ୍କ ଦ୍ଵାରା ଭାରତ ସରକାରଙ୍କୁ ପ୍ରଦାନ କରାଯିବାର ଥିଲା । ଅଧିକ ପଢନ୍ତୁ..

ସରକାରଙ୍କ ମିଛ ଧରିଲେ ସିଏଜି
ସରକାରଙ୍କ ମିଛ ଧରିଲେ ସିଏଜି
author img

By

Published : Oct 6, 2020, 7:18 PM IST

Updated : Oct 6, 2020, 9:41 PM IST

ଭୁବନେଶ୍ବର: 59 ହଜାର 387 ମାମଲାରେ ସରକାରୀ ତ୍ରୁଟି ଯୋଗୁଁ 2017-18ରେ 795.18 କୋଟିର କ୍ଷତି ସହିଛନ୍ତି ସରକାର । ଦ୍ରବ୍ୟର ଉପଯୁକ୍ତ ବର୍ଗୀକରଣ ନହେବାରୁ ଟିକସ ହରାଇଛନ୍ତି ସରକାର । 64.07 ଲକ୍ଷ ଟଙ୍କାର କର ଓ ଜୋରିମାନା ଆଦାୟ ହୋଇପାରିଲା ନାହିଁ । ସିଏଜି ରିପୋର୍ଟ ନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ପ୍ରେସମିଟରେ ଏ ନେଇ କୁହାଯାଇଛି ।

ସରକାରଙ୍କ ମିଛ ଧରିଲେ ସିଏଜି

ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ଦ୍ଵାରା ଆଦାୟ ହୋଇଥିବା ରାଜସ୍ବର ପରିମାଣ ରାଜ୍ୟର ସମଗ୍ର ରାଜସ୍ବର 2016-17 ବର୍ଷରେ 41.58 ପ୍ରତିଶତରୁ 2017-18 ବର୍ଷରେ 42.60 ପ୍ରତିଶତକୁ ବୃଦ୍ଧି ଘଟିଥିଲା । ବ୍ୟୟ ନହୋଇ ମଧ୍ୟ 275.27 କୋଟି ଟଙ୍କା ମୂଲ୍ୟର ବିନିଯୋଗ ପ୍ରମାଣପତ୍ର ଭାରତ ସରକାରଙ୍କୁ ଦାଖଲ କରାଯାଇଛି । ଦାଖଲ ନଥିପତ୍ର ଯାଞ୍ଚରୁ ଜଣାଗଲା ଯେ , ଆରକେଭିୱାଇ ପାଣ୍ଠିରୁ 10.52 କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ରର ଦାଖଲ 2018 ମାର୍ଚ୍ଚ ସୁଦ୍ଧା ବାକି ରହିଥିଲା । ଯାହାକି ଓଡ଼ିଶା ସରକାରଙ୍କ ଦ୍ଵାରା ଭାରତ ସରକାରଙ୍କୁ ପ୍ରଦାନ କରାଯିବାର ଥିଲା । ସମୀକ୍ଷାରୁ ଜଣାପଡିଛି କି 385.79 କୋଟି ଟଙ୍କା ମୂଲ୍ୟର ଆର.କେ.ଭି.ୱାଇ ପାଣି ବ୍ୟବହାରକାରୀ ସଂସ୍ଥାମାନଙ୍କ ପାଖରେ ଖର୍ଚ୍ଚ ନ ହୋଇ ପଡ଼ିରହିଥିଲା । ଏହି ସବୁ ତଥ୍ୟରୁ ଜଣାଗଲା ଯେ , କୌଣସି ପ୍ରକୃତ ବ୍ୟୟ ନ ହୋଇଥିଲେ ମଧ୍ୟ 257.27 କୋଟି ଟଙ୍କା ମୂଲ୍ୟର ବିନିଯୋଗ ପ୍ରମାଣପତ୍ର ଭାରତ ସରକାରଙ୍କୁ ପ୍ରଦାନ କରାଯାଇଥିଲା |

ରାଜ୍ୟ ସରକାରୀ ଉଦ୍ୟୋଗଗୁଡିକର କାର୍ଯ୍ୟକ୍ରମ ( ଶକ୍ତି କ୍ଷେତ୍ର ଏବଂ ଅଣ - ଶକ୍ତି କ୍ଷେତ୍ର ) 2018 ମାର୍ଚ୍ଚ 31 ସୁଦ୍ଧା ଓଡ଼ିଶାରେ 82 ଟି ସରକାରୀ ଉଦ୍ୟୋଗ ଥିଲା । 5 ଟି କାର୍ଯ୍ୟରତ ସରକାରୀ ଉଦ୍ୟୋଗ ( ଯାହା ମଧ୍ୟରୁ ୫ଟି ଶକ୍ତି କ୍ଷେତ୍ର ସରକାରୀ ଉଦ୍ୟୋଗ ଏବଂ 48 ଟି ଅଣ - ଶକ୍ତି କ୍ଷେତ ସରକାରୀ ଉଦ୍ୟୋଗ ) ଏବଂ 2 ଟି ନିଷ୍କ୍ରିୟ ସରକାରୀ ଉଦ୍ୟୋଗ ଥିଲା । ସେହିଭଳି 82 ଟି ପିଏସ୍‌ୟୁରେ ବିନିଯୋଗ ( ପୁଞ୍ଜି ନିବେଶ ଏବଂ ଦୀର୍ଘକାଳୀନ ରଣ ) ଥିଲା 18,627.37 କୋଟି ଟଙ୍କା । 2013-14 ରୁ 2017-18 ମଧ୍ୟରେ ସମୁଦାୟ ପୁଞ୍ଜି ବିନିଯୋଗ ( 8,027.47 କୋଟି ଟଙ୍କା ) ର 83.33 ପ୍ରତିଶତ ( 6,688.92 କୋଟି ଟଙ୍କା ) ଶକ୍ତି କ୍ଷେତ୍ର ପାଇଥିଲା । କାର୍ଯ୍ୟରତ ପିଏସ୍‌ୟୁଗୁଡିକ ସେମାନଙ୍କର ସର୍ବଶେଷ ଚୂଡାନ୍ତ ହିସାବ ଅନୁଯାୟୀ 2017-18 ବର୍ଷରେ 25,123.06 କୋଟି ଟଙ୍କାର କାରବାର କରିଥିଲେ | ଶକ୍ତି କ୍ଷେତ୍ର ପିଏସୟୁ ଗୁଡିକ ସେମାନଙ୍କର ସର୍ବଶେଷ ଚୂଡାନ୍ତ ହିସାବ ଅନୁଯାୟୀ 2017-18 ବର୍ଷରେ ୨ , 601.63 କୋଟି ଟଙ୍କାର କାରବାର କରିଥିଲେ । ଆଠଟି ଶକ୍ତିକ୍ଷେତ୍ର ପିଏସ୍‌ୟୁର 2013-14ରେ ହୋଇଥିବା ମୋଟ 187.44 କୋଟି ଟଙ୍କା ତୁଳନାରେ 2017-18ରେ 75.81 କୋଟି ଟଙ୍କା କ୍ଷତି ହୋଇଥିଲା |

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Oct 6, 2020, 9:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.