ETV Bharat / city

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ପ୍ରଥମ ଥର ଚାଲିଲା AC ସଫାରୀ ବସ

author img

By

Published : Oct 15, 2022, 7:18 AM IST

ପର୍ଯ୍ୟଟକମାନେ ଏଥର ଏସି ସଫାରୀ ବସରେ ବୁଲି ପାରିବେ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁ ଚାଲିଲା ଏସି ସଫାରୀ ବସ । ଅଧିକ ପଢନ୍ତୁ

ନନ୍ଦନକାନନରେ ଚାଲିଲା ଏସି ସଫାରୀ ବସ
ନନ୍ଦନକାନନରେ ଚାଲିଲା ଏସି ସଫାରୀ ବସ

ଭୁବନେଶ୍ବର: ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ପର୍ଯ୍ୟଟକମାନେ ଏଥର ଏସି ସଫାରୀ ବସରେ ବୁଲିବାର ସେବା ପାଇପାରିବେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁ ଚାଲିଲା ଏସି ସଫାରୀ ବସ । ପର୍ଯ୍ୟଟକଙ୍କ ପିଛା ଟିକଟର ମୂଲ୍ୟ ୯୦ ଟଙ୍କା ରଖାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ନନ୍ଦନକାନନରେ ଚାଲିଲା ଏସି ସଫାରୀ ବସ

ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଶୀତ ଋତୁ । ଶୀତ ଋତୁରେ ପର୍ଯ୍ୟଟକଙ୍କ ଭିଡ ସବୁ ଜାଗାରେ ବେଶ ଜମିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଏକ ସୁବିଧା ଉପଲବ୍ଧ କରାଯାଇଛି । ନନ୍ଦନକାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏସି ସଫାରୀ ବସରେ ବୁଲିବା ସୁବିଧା ଉପଲବ୍ଧ ରହିଛି । ନନ୍ଦନକାନନ ଭିତରେ ବୁଲିବା ପାଇଁ ଆଉ ପର୍ଯ୍ୟଟକଙ୍କୁ ଚାଲିବାକୁ ପଡିବ ନାହିଁ । ଏଣିକି ପର୍ଯ୍ୟଟକମାନେ ଏଥର ବସରେ ବସି ନନ୍ଦନକାନନ ଭିତରେ ବୁଲି ପାରିବେ । ଏସି ସଫାରୀ ବସରେ ବସି ବାଘ, ଭାଲୁ, ମୟୂର, ବଟନିକାଲ ଗାର୍ଡେନ ଆଦି ଦେଖିପାରିବେ ପର୍ଯ୍ୟଟକ । ଏଥିପାଇଁ ପର୍ଯ୍ୟଟକଙ୍କ ପିଛା ଟିକଟର ମୂଲ୍ୟ ୯୦ ଟଙ୍କା ରଖାଯାଇଛି । ଆଜିଠାରୁ ଗୋଟିଏ ଏସି ବସ ଚାଲିଥିବା ବେଳେ ଆଗାମୀ ଦିନରେ ଆଉ ୩ଟି ବସ ଚାଲିବାର ଯୋଜନା ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.