ETV Bharat / city

ନାରୀ ନିର୍ଯାତନା ନେଇ ଏବିଭିପିର ଆକ୍ରୋଶ, ପୋଲିସ ସହ ଧସ୍ତାଧସ୍ତି - ଭୁବନେଶ୍ବରରେ ଏବିଭିପିର ଆନ୍ଦୋଳନ

ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ସ୍ବର ଉଠାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏନେଇ ଶନିବାର ନିଜର ଆକ୍ରୋଶ ପ୍ରଦର୍ଶନ କରିଛି ଏବିଭିପି। ଅଧିକ ପଢନ୍ତୁ...

abvp protest in bhubaneswar, bhubaneswar latest news, abvp student presidents broke barricade, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଭୁବନେଶ୍ବରରେ ଏବିଭିପିର ଆନ୍ଦୋଳନ, ବ୍ୟାରିକେଡ ଭାଙ୍ଗି ଏବିଭିପିର ଆନ୍ଦୋଳନ
ନାରୀ ନିର୍ଯାତନା ନେଇ ଏବିଭିପିର ଆକ୍ରୋଶ
author img

By

Published : Dec 7, 2019, 7:14 PM IST

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ସ୍ବର ଉଠାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏନେଇ ଶନିବାର ନିଜର ଆକ୍ରୋଶ ପ୍ରଦର୍ଶନ କରିଛି ଏବିଭିପି । ଶତାଧିକ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଖାରବେଳ ଭବନ ଯାଇ ସରକାରଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟତ ହେବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ସମ୍ପୃକ୍ତ ସ୍ଥାନରେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ବ୍ୟାରିକେଡ ଭାଙ୍ଗି ଛାତ୍ରଛାତ୍ରୀ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଗାନ୍ଧୀମାର୍ଗ ଠାରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଘରୁ ବାହାରିବା ପରେ ନାରୀ ଓ ମହିଳା ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି।

ନାରୀ ନିର୍ଯାତନା ନେଇ ଏବିଭିପିର ଆକ୍ରୋଶ

ସ୍କୁଲରେ ଛାତ୍ରୀ ଗର୍ଭବତୀ ହେଉଥିବା ବେଳେ କଲେଜର ଶିକ୍ଷୟତ୍ରୀ ଦୁଷ୍କର୍ମର ଶିକାର ହେଉଛି। ଯେଉଁ ପୋଲିସ ଜନ ସାଧାରଣଙ୍କ ରକ୍ଷକ ସାଜି ରାଜକୋଷରୁ ପଇସା ନେଉଛି ସେ କିନ୍ତୁ ଭକ୍ଷକ ସାଜି ଏପରି ଘଟଣାରେ ସମ୍ପୃକ୍ତ ଥିବା ଦେଖାଯାଉଛି। ଯାହାକୁ ଏବିଭିପି ପକ୍ଷରୁ ନିନ୍ଦା କରାଯିବା ସହିତ ସରକାରକୁ ଧିକ୍କାର କରିଛନ୍ତି। ଏ ଦିଗରେ ସରକାର ଯଦି କୌଣସି ଦୃଢ଼ ଆଇନ ଆଣି ଦୋଷୀଙ୍କୁ ଦଣ୍ଡିତ ନକରନ୍ତି ଏଭଳି ଆକ୍ରୋଶର ସାମ୍ନା ସରକାରକୁ ସାରା ରାଜ୍ୟରେ ଦେଖିବାକୁ ମିଳିବ ବୋଲି ଛାତ୍ରନେତ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ନିଜର ଆକ୍ରୋଶ ପ୍ରଦର୍ଶନ କରିଛନ୍ତି।ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଖାରବେଳ ଭବନ ଯାଇ ସରକାରଙ୍କ ସହିତ ଆଲୋଚନାକୁ ଯିବାକୁ ଉଦ୍ୟତ ହେବାବେଳେ ପୋଲିସ ସେମାନଙ୍କୁ ଅଟକାଇବା ବେଳେ ବ୍ୟାରିକେଡ ଭାଙ୍ଗି ପୋଲିସ ସହିତ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି।

Body:ସ୍ଥାନୟ ଗାନ୍ଧୀ ମାର୍ଗ ଠାରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେବା ସହ ନାରୀ ଆଜିର ସମାଜରେ କିପରି ଭାବରେ ଅବହେଳିତ ଓ ନିର୍ଯ୍ୟାତିତ ହେଉଛି ସେ ବିଷୟରେ ଆଲୋକପାତ କରିଥିଲେ।ଘରୁ ବାହାରିବା ପରେ ଝିଅ/ମହିଳା ନିଜକୁ ସୁରକ୍ଷିତ ମଣୁନାହାନ୍ତି।ସ୍କୁଲ୍ ରେ ଛାତ୍ରୀ ଗର୍ଭବତୀ ହେଉଥିବା ବେଳେ କଲେଜ ର ଶିକ୍ଷୟତ୍ରୀ ବଳାତ୍କାର ର ଶିକାର ହେଉଛି।ଯେଉଁ ପୋଲିସ ଜନସାଧାରଣଙ୍କ ରକ୍ଷକ ସାଜି ରାଜ କୋଷରୁ ପଇସା ନେଉଛି ସେ କିନ୍ତୁ ଭକ୍ଷକ ସାଜି ଏପରି ଘଟଣାରେ ସଂପୃକ୍ତ ଥିବା ଦେଖାଯାଉଛି।ଯାହାକୁ ଏବିଭିପି ପକ୍ଷରୁ ନିନ୍ଦା କରାଯିବା ସହିତ ସରକାରକୁ ଧିକାର୍ କରିଛନ୍ତି।ଏଦିଗରେ ସରକାର ଯଦି କୌଣସି ଦୃଢ଼ ଆଇନ ଆଣି ଦୋଷୀମାନଙ୍କୁ ଦଣ୍ଡ ବିଧାନ ନ କରେ ତେବେ ଏହିଭଳି ଆକ୍ରୋଶର ସାମ୍ନା ସରକାରକୁ ସାରା ରାଜ୍ୟରେ ଦେଖିବାକୁ ମିଳିବ ବୋଲି ଛାତ୍ର ନେତାମାନେ କହିଛନ୍ତି।
ବାଇଟ-1-ସଞ୍ଜୟ ମଲ୍ଲିକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.