ETV Bharat / city

ମେଡିକାଲ ଅଫିସର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ - OPSC

ମେଡିକାଲ ପରୀକ୍ଷା ଘୁଞ୍ଚାଇବା ଓ ଅଧିକ ପରୀକ୍ଷା କେନ୍ଦ୍ର କରିବା ଦାବିରେ ଏବିଭିପିର ମେଡ଼ିକାଲ ଛାତ୍ର ଫୋରମ ମେଡିଭିଜନ ପକ୍ଷରୁ ଭୁବନେଶ୍ବର ଜୟଦେବ ଭବନ ଠାରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ମେଡିକାଲ ଅଫିସର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Apr 26, 2021, 2:26 PM IST

ଭୁବନେଶ୍ବର: ମେଡିକାଲ ପରୀକ୍ଷା ଘୁଞ୍ଚାଯାଉ ଓ ଅଧିକ ପରୀକ୍ଷା କେନ୍ଦ୍ର କରିବା ଦାବିରେ ଭୁବନେଶ୍ବର ଜୟଦେବ ଭବନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବିଭିପିର ମେଡ଼ିକାଲ ଛାତ୍ର ଫୋରମ ମେଡିଭିଜନ । ଆସନ୍ତା ୨୮ ତାରିଖରେ OPSC ତରଫରୁ ହେବାକୁ ଯାଉଥିବା ଆସିଷ୍ଟାଣ୍ଟ ସରଜନ ମେଡିକାଲ ଅଫିସର ପରୀକ୍ଷା ପାଇଁ କଟକ ଓ ଭୁବନେଶ୍ବରରେ ସର୍ବମୋଟ ୧୫ ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ଯାହା ରାଜ୍ୟ ସମେତ ଅନ୍ୟ ରାଜ୍ୟରେ ଅସୁଥିବା ୨୦୦୦ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।

ମେଡିକାଲ ଅଫିସର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ହେଲେ କରୋନାର ଦ୍ବିତୀୟ ଲହରୀର ଟ୍ରିପଲ ମ୍ୟୁଟେଣ୍ଟ ଷ୍ଟ୍ରେନ୍ଥ ଚାଲିଥିବା ବେଳେ ଏତେ କମ୍ ସଂଖ୍ୟକ କେନ୍ଦ୍ରରେ କୋଭିଡ ପାଳନ କରି ପରୀକ୍ଷା କରବା ସମ୍ଭବ ନୁହେଁ। ଏହାସହ ପରୀକ୍ଷା ପରେ ପରୀକ୍ଷା ଦେବାକୁ ଆସୁଥିବା ଡାକ୍ତର ମାନେ ପୁଣି ଯାଇ ରୋଗୀ ସେବା କରିବେ । ତେଣୁ ଯଦି କୌଣସି ଅଘଟଣ ଘଟେ ତେବେ ଡାକ୍ତର ମାନେ ହିଁ ସୁପର ସ୍ପ୍ରେଡର ହେବେ । ତେଣୁ ଆସିଷ୍ଟାଣ୍ଟ ସର୍ଜନ ମେଡିକାଲ ଅଫିସର ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ଉପଲବ୍ଧ କରାଯାଉ ନଚେତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରିଛି ଏବିଭିପିର ମେଡ଼ିକାଲ ଛାତ୍ର ଫୋରମ ମେଡିଭିଜନ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କୁ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.