ETV Bharat / city

ଅତ୍ୟାବଶ୍ୟକୀୟ ସେବା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଏବିଭିପି - ହେଲ୍ପଲାଇନ ନମ୍ବର ଜାରି କଲା ଏବିଭିପି

ଦିନକୁ ଦିନ କୋରୋନାର କରାଳ ରୂପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜାରି ହୋଇଛି ଜିଲ୍ଲାସ୍ତରୀୟ ହେଲ୍ପଲାଇନ ନମ୍ବର । ଅଧିକ ପଢନ୍ତୁ...

ଅତ୍ୟାବଶ୍ୟକୀୟ ସେବା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଏବିଭିପି

author img

By

Published : Apr 26, 2021, 9:37 PM IST

Updated : Apr 26, 2021, 10:23 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନାର ସ୍ଥିତି ସଙ୍ଗୀନ । ଦିନକୁ ଦିନ କୋରୋନାର କରାଳ ରୂପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜାରି ହୋଇଛି ଜିଲ୍ଲାସ୍ତରୀୟ ହେଲ୍ପଲାଇନ ନମ୍ବର ।

କୋଭିଡ ମୁକାବିଲା ଲାଗି ଆଗକୁ ଆସିଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) । ସମସ୍ୟାରେ ପଡିଥିବା ଲୋକଙ୍କୁ ସହଯୋଗ କରିବା ଲାଗି ଏବିଭିପି ପକ୍ଷରୁ ଜାରି କରାଯାଇଛି ହେଲ୍ପଲାଇନ ନମ୍ବର । ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷ କରି ଛାତ୍ରଛାତ୍ରୀ ଏହି ସେବାର ଲାଭ ପାଇପାରିବେ । ସୋମବାର ଅପରାହ୍ନରେ ଅନଲାଇନରେ ଏବିଭିପି ତରଫରୁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।

ଏଥିରେ ଅତିଥି ଭାବରେ ବିଶିଷ୍ଟ ଆୟୁର୍ବେଦିକ ଡାକ୍ତର ତଥା ଜିଜ୍ଞାସା ଫୋରମର ପ୍ରାନ୍ତ ପ୍ରମୁଖ ଡ. ସୁସ୍ମିତା ଓତା ଓ ପରିଷଦର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ ଉପସ୍ଥିତି ରହିଥିଲେ । ମହାମାରୀ କୋରୋନାକୁ ରୋକିବାକୁ ହେଲେ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ଡ. ଓତା କହିଛନ୍ତି । ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସଂକଟପୂର୍ଣ୍ଣ ପରିସ୍ଥିତିରେ ବିଦ୍ୟାର୍ଥୀ ପରିଷଦର ଏହି କାର୍ଯ୍ୟ ମାନବିକାତର ସ୍ଵରୁପ ବୋଲି ସେ କହିଛନ୍ତି । ସେବା ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ଏବିଭିପିର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ ଏଥିରେ ଯୋଗ ଦେଇ ସେବା କାର୍ଯ୍ୟରେ ବିଦ୍ୟାର୍ଥୀ ପରିଷଦର ଲମ୍ବା ଯାତ୍ରା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଗତ ବର୍ଷରୁ ଆରମ୍ଭ କରି ଚଳିତବର୍ଷ ପର୍ଯ୍ୟନ୍ତ ମହାମାରୀ କୋରୋନା ସମୟରେ ବିଦ୍ୟାର୍ଥୀ ପରିଷଦର ସେବା କାର୍ଯ୍ୟ ଜାରି ରହିଛି । କ୍ୟାମ୍ପସ ସାନିଟାଇଜ ହେଉ ବା ରକ୍ତଦାନ କେନ୍ଦ୍ର ସବୁଠି ପରିଷଦର କାର୍ଯ୍ୟକର୍ତ୍ତାମାନେ ନିଜର ପରାକାଷ୍ଠା ଦେଖାଇଛନ୍ତି ।

ସବୁ ସମୟରେ ତପ୍ତରତା ଦେଖାଇ ଥିବା ବିଦ୍ୟାର୍ଥୀ ପରିଷଦ କୋରୋନାର ଦ୍ବିତୀୟ ଲହରୀ ସମୟରେ ମଧ୍ୟ ସମାଜର ସବୁ ବର୍ଗର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ବୋଲି ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି । ଆଗକୁ ରକ୍ତଦାନ ଶିବିର କରାଯିବା ସହ ଟିକାକରଣ ପାଇଁ ଲୋକମାନଙ୍କୁ ଉତ୍ସାହିତ କରାଯିବ ବୋଲି ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଏବିଭିପି ତରଫରୁ ଜାତୀୟ ସ୍ତରୀୟ ଓ ପ୍ରାନ୍ତ ସ୍ତରୀୟ ହେଲ୍ପଲାଇନ ନମ୍ବର ଜାରି ହୋଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 26, 2021, 10:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.