ETV Bharat / city

ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ - ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ

ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ । ଏନେଇ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆ।ଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Oct 1, 2019, 7:53 AM IST

Updated : Oct 1, 2019, 11:06 AM IST

ଭୁବନେଶ୍ବର: ରାଜ୍ୟରେ ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ । ଏହାସହ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଓଏଚଆରସି ରିପୋର୍ଟ ତଲବ କରିଛନ୍ତି ।

ରାଜ୍ୟ ମାନବାଧିକାର କମିଶନଙ୍କ ଅନୁସାରେ, ୨୦୧୪ରେ ଘଟିଥିଲା ଏଭଳି ଏକ ଘଟଣା । ବଲାଙ୍ଗୀର ଜିଲ୍ଲାର ଏକ ପରିବାର ବାପା ମାଆ ଓ ଏକ ନାବାଳକକୁ ଧରି କର୍ଣ୍ଣାଟକର କୁୱେଲଗି ଅଞ୍ଚଳରେ ଥିବା ଇଟାଭାଟିରେ କାମ କରିବାକୁ ନିଜ ଭିଟାମାଟି ଛାଡିଥିଲେ । ହେଲେ ଦୁଇ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ କାମ କରିଥିଲେ ମଧ୍ୟ ମାସ ଶେଷରେ ଦରମା ନଦେଇ ମାଡ଼ ମାରି ହାତ ଭାଙ୍ଗିଦେଇଥିଲା ଇଟା ଭାଟିର ମାଲିକ ।

ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ, ୨୮ ସୁଦ୍ଧା ରିପୋର୍ଟ ଦାଖଲ

ତେବେ ଏହି ଖବରକୁ ନେଇ ୨୦୧୪ ମସିହାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଶ୍ରମ ବିଭାଗ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ଏ ବାବଦରେ କର୍ଣ୍ଣାଟକ ସରକାରଙ୍କୁ ଜଣାଇଥିଲା । ୨୦୧୪ ମସିହାରେ ସିଙ୍ଗିଲ ବେଞ୍ଚ ରହିଥିବାରୁ କୌଣସି ଅଭିଯୋଗକୁ ଶୁଣାଣି କରାଯାଇନଥିଲା । ତେବେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା କମିଶନ ବିପି ଦାସ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ଶ୍ରମ ବିଭାଗକୁ ୨୮ ଅକ୍ଟୋବର ସୁଧା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଜବାବକୁ ନିର୍ଦ୍ଦେଶ ମିଳିଛି । ଏହା ଦାଦନ ସମସ୍ୟାର କାରଣ ଏବଂ ନିରାକରଣ ଉପରେ ରିପୋର୍ଟ ମାଗିଛନ୍ତି କମିଶନ ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ଯୁବକ ଯୁବତୀ । ହେଲେ ସେମାନଙ୍କର ସୁରକ୍ଷା କିଭଳି ରହୁଛି କାହା ପାଖରେ ଖବର ନାହିଁ । କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ସେନେଇ ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିଶନ ଶ୍ରମ ବିଭାଗକୁ ନୋଟିସ ଜାରି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଶ୍ରମ ବିଭାଗକୁ ନୋଟିସ, ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ।

ରାଜ୍ୟର ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ଓଏଚ ଆର ସି ଙ୍କ ରିପୋର୍ଟ ତଲବ କରିଛି। ଶ୍ରମ ବିଭାଗକୁ ରିପୋର୍ଟ ତଲବ କଲେ ଓ ଏଚ ଆର ସି। ଅକ୍ଟୋବର୨୮ ସୁଧା ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ରହିଛି।

Body:

ସୂଚନା ଅନୁଯାୟୀ, ରାଜ୍ୟ ମାନବାଧିକାର କମିଶନ ସୋ ମୋଟ ଅନୁଯାଇ ୨୦୧୪ରେ ଘଟିଥିଲା ଘଟଣା। ବଲାଙ୍ଗୀର ଅଂଚଳର ଗୋଟେ ପରିବାର ବାପା ମଆ ଓ ଏକ ନାବାଳକକୁ ଧରି କର୍ଣ୍ଣାଟକ ର କୁୱେଲଗି ଅଂଚଳରେ ଥିବା ଇଟା ଭାଟି ରେ କାମ କରିବାକୁ ନିଜ ଭିଟା ମାଟି ଛାଡିଥିଲେ। ହେଲେ ଦୁଇ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ କାମ କରିଥିଲେ ମଧ୍ୟ ମାସ ଶେଷରେ ଦରମା ନ ଦେଇ ମାଡ଼ ମାରୁଥିଲା ଇଟା ଭାଟିର ମାଲିକ। ଅନ୍ୟପଟେ ନାବାଳକକୁ ମଧ୍ୟ ଛାଡିନଥିଲା ମାଲିକ। ମାଡ଼ ମାରି ହାତ ଭାଙ୍ଗିଦେଇଥିଲା ଇଟା ଭାଟିର ମାଲିକ। ତେବେ ଏହି ଖବର କୁ ନେଇ ୨୦୧୪ ମସିହାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଶ୍ରମ ବିଭାଗ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ଏହାର କ୍ଷତି ପୁରାଣ ପାଇଁ କର୍ଣ୍ଣାଟକ ସରକାରଙ୍କୁ ଜଣାଇଦେଆଯାଇଥିଲା। ୨୦୧୪ ମସିହାରେ ସିଙ୍ଗିଲ ବେଞ୍ଚ ରହିଥିବାରୁ କୌଣସି ଅଭିଯୋଗକୁ ଶୁଣାଣି କରାଯାଇନଥିଲା। ତେବେ ନୂତନ ଭାବେ କାର୍ଯ୍ୟ ରେ ଯୋଗ ଦେଇଥିବା କମିଶନ ବି ପି ଦାସ ଏହାକୁ ଗମ୍ବିର ସହ ନେଇ ଦାଦନ ଶ୍ରମିକ ଉପରେ ଦୃଷ୍ଟି ଦେଇଛନ୍ତି। ଶ୍ରମ ବିଭାଗ ଏହାକୁ ୨୮ ଅକ୍ଟୋବର ସୁଧା ରାଜ୍ୟ ମାନବାଧିକାର କମିଶନଙ୍କୁ ଜବାବ ଦେବା। ବିଭିନ୍ନ ଦାଦନ ସମସ୍ୟା ଉପରେ , କାରଣ, ନିରାକରଣ ଉପରେ ରିପୋର୍ଟ ମାଗିଛନ୍ତି ରାଜ୍ୟ ମାନବାଧିକାର କମିଶନ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଅନେକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ଯୁବକ ଯୁବତୀ। ହେଲେ ସେମାନଙ୍କର ସୁରକ୍ଷା କିଭଳି ରହୁଛି କାହା ପାଖ ରେ ଖବର ନାହିଁ। ଏତେ ମାତ୍ର ରେ ଯାଉଛନ୍ତି ଦାଦାନ ଖଟିବା ପାଇଁ ଶ୍ରମିକ । ସେନେଇ ଏକ ରିପୋର୍ଟ ଦେବା ପାଇଁ ରାଜ୍ୟ ମାନବାଧିକାର କମିଶନ ଶ୍ରମ ବିଭାଗକୁ ନୋଟିସ ଜରିକରିଛି।

Conclusion:
Last Updated : Oct 1, 2019, 11:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.