ETV Bharat / city

ଅବକାରୀ ବିଭାଗର ପ୍ରାୟ ୧୫୮ କୋଟି ଟଙ୍କାର ବ୍ୟୟ ବରାଦ ଗୃହୀତ - ଅବକାରୀ ବିଭାଗର ପ୍ରାୟ ୧୫୮ କୋଟି ଟଙ୍କାର ବ୍ୟୟ ବରାଦ ଗୃହୀତ

ଅବକାରୀ ବିଭାଗ ପକ୍ଷରୁ ଆଗତ ୧୫୮ କୋଟି ୧୦ ଲକ୍ଷ ୫୫ ହଜାର ଟଙ୍କାର ବ୍ୟୟ ବରାଦ ବିଧାନସଭରେ ଗୃହୀତ ହୋଇଛି । ଖର୍ଚ୍ଚ ଦାବୀ ଗୃହୀତ କରିବା ଲାଗି ଗୃହରେ ଆଗତ କରିଥିଲେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଅଧିକ ପଢନ୍ତୁ

ଅବକାରୀ ବିଭାଗର ପ୍ରାୟ ୧୫୮ କୋଟି ଟଙ୍କାର ବ୍ୟୟ ବରାଦ ଗୃହୀତ

author img

By

Published : Jul 21, 2022, 10:39 PM IST

ଭୁବନେଶ୍ବର: ଅବକାରୀ ବିଭାଗ ପକ୍ଷରୁ ଆଗତ ୧୫୮ କୋଟି ୧୦ ଲକ୍ଷ ୫୫ ହଜାର ଟଙ୍କାର ବ୍ୟୟ ବରାଦ ବିଧାନସଭରେ ଗୃହୀତ ହୋଇଛି । ଖର୍ଚ୍ଚ ଦାବୀ ଗୃହୀତ କରିବା ଲାଗି ଗୃହରେ ଆଗତ କରିଥିଲେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ମନ୍ତ୍ରୀ କହିଛନ୍ତି ଯେ, ସଫଳ ଅବକାରୀ ନୀତି ଯୋଗୁଁ ବିଗତ ୧୩ ବର୍ଷ ଧରି ଅବକାରୀ ବିଭାଗର ରାଜ୍ୟସ୍ୱ ଲଗାତାରେ ଭାବେ ବୃଦ୍ଧି ପାଇଛି । ଗତବର୍ଷ ୫୫୨୮.୪୦ କୋଟି ଟଙ୍କାର ଅବକାରୀ ରାଜସ୍ବ ଏବଂ ୨୦୯୪ କୋଟି ଟଙ୍କାର VAT ଆଦାୟ କରାଯାଇଛି । ୨୦୨୧ ୨୨ ବର୍ଷରେ ସମସ୍ତ ପୂର୍ବ ସ୍ବୀକୃତ IMIL OFF shop ଓ Country Liquor ଦୋକାନ ଗୁଡିକର Lottery ମାଧ୍ୟମରେ ପୁନଃପ୍ରଚଳନ ଓ ସଂସ୍ଥାପନ କରାଯାଇଛି । ବିଗତ ବର୍ଷ ଅବକାରୀ କ୍ୟାଡର ପୁନର୍ଗଠନ କରାଯାଇ ସମୁଦାୟ କ୍ୟାଡର ସଂଖ୍ୟା ୧୯୦୬ ରୁ ୨୨୧୦କୁ ବୃଦ୍ଧି କରାଯାଇଛି ।

ଗତବର୍ଷ ରେକର୍ଡ ସଂଖ୍ୟାରେ ଗଞ୍ଜେଇ ୩୦୧୩୦ କେଜି, ବ୍ରାଗନ ସୁଗାର ୧୯୬୬୨.୯ ଗ୍ରାମ ଓ ଅଫିମ(୨୬୦୦ ଗ୍ରାମ) ଜବତ କରାଯାଇଛି । ଜବତ ନିଶା ଦ୍ରବ୍ୟକୁ ସୁରକ୍ଷିତ ଭାବେ ରଖିବା ପାଇଁ ରାଜ୍ୟରେ ୧୦ଟି ସ୍ଥାନରେ NDPS Godown କାର୍ଯ୍ୟକ୍ଷମ କରାଯାଇଛି । ଅବକାରୀ ଏବଂ ପୋଲିସ ବିଭାଗର ମିଳିତ ଉଦ୍ୟମରେ ୧୯,୭୭୪,୬୩ ଏକର ପରିମିତ ଜମିରେ ମୋଟ ୩,୨୯,୧୪,୦୩୨ ସଂଖ୍ୟାକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବ୍ୟବସାୟ ସରଳୀକରଣ ପାଇଁ ଅବକାରୀ ବିଭାଗ ୩୦ ଟି ସେବାକୁ e-Abakari ଓ Odisha State Beverages Corporation Limited (OSBCL) Online ପୋର୍ଟାଲ ମାଧ୍ୟମରେ ଉପଲବ୍ଧ କରାଯାଇଛି । ତନ୍ମଧ୍ୟରୁ ୧୪ ଟି ସେବାକୁ Odisha Right to Public Service Act(ORTPS Act)ରେ ଅନ୍ତର୍ଭୁକ୍ତ କରାଯାଇଛି ।

ପାନୀୟ ଦ୍ରବ୍ୟକୁ ମହଜୁଦ ରଖିବା ପାଇଁ ଖୋର୍ଦ୍ଧାରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଡିପୋକୁ କାର୍ଯ୍ୟକ୍ଷମ କରାଯାଇଛି । Odisha State Beverages Comporation Limited (OSBCL) ୨୦୨୧-୨୨ ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି । ୭୯ ଲକ୍ଷ ଟଙ୍କା CSR କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି । ଚଳିତ ଆର୍ଥିକ ବର୍ଷ ନିମନ୍ତେ ସମୁଦାୟ ୧୫୮.୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତନ୍ମଧ୍ୟରୁ ପ୍ରସ୍ତାବିତ ୪୦ କୋଟି ପୁଞ୍ଜି ବ୍ୟୟ ବରାଦ ଭିତ୍ତିଭୂମି ନିର୍ମାଣ ଓ ବିକାଶକୁ ତ୍ବରାନ୍ବୀତ କରାଇବ । ପ୍ରବର୍ତ୍ତନ କାର୍ଯ୍ୟକୁ ଦୃଢିଭୂତ କରିବା ପାଇଁ ଯାନବାହନ ବାବଦରେ ୪.୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅବୈଧ ମଦ ଯୋଗଣକୁ ଆୟତ୍ତ କରିବା ପାଇଁ "ମୁଦ୍ରଣ ଜନିତ ଖର୍ଚ୍ଚ ଦେୟ" ଶୀର୍ଷ ଅଧୀନରେ କାଗଜ ଆଧାରିତ ହୋଲୋଗ୍ରାମ ଯୋଗାଣ ନିମନ୍ତେ ୨୦ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବିତ କରାଯାଇଛି । ଚଳିତ ବର୍ଷ ଗଞ୍ଜେଇ ଗଛ ନଷ୍ଟ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହା enforcement କାର୍ଯ୍ୟକୁ ଦୃଢିଭୂତ କରିବ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.