ETV Bharat / city

ଆନ୍ତର୍ଜାତୀୟ ମହିଳା ଦିବସ: ଗରିବ ମହିଳା-ଯୁବତୀଙ୍କୁ ସାନିଟାରୀ ନ୍ୟାପକିନ୍ ବଣ୍ଟନ

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଭୟ ଫାଉଣ୍ଡେସନ ପକ୍ଷରୁ ଗରିବ ମହିଳା ଓ ଯୁବତୀଙ୍କୁ ସାନିଟାରୀ ନ୍ୟାପକିନ୍ ସହ ହ୍ୟାଣ୍ଡ ୱାସ୍ ବଣ୍ଟନ କରାଯାଇଛି ।

author img

By

Published : Mar 8, 2020, 9:25 AM IST

abhaya foundation distribute sanitary napkin to women
ଗରିବ ମହିଳା ଓ ଯୁବତୀଙ୍କୁ ସାନିଟାରୀ ନ୍ୟାପକୀନ୍ ବଣ୍ଟନ

ଭୁବନେଶ୍ବର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅଭୟ ଫାଉଣ୍ଡେସନ ପକ୍ଷରୁ ଗରିବ ମହିଳା ଓ ଯୁବତୀଙ୍କୁ ସାନିଟାରୀ ନ୍ୟାପକିନ୍ ସହ ହ୍ୟାଣ୍ଡ ୱାସ୍ ବଣ୍ଟନ କରାଯାଇଛି ।

ଏଥିସହ ମହିଳା ଓ ଯୁବତୀଙ୍କୁ ମାଗଣାରେ ଟେଲରିଂ ଓ ବିୟୁଟପାର୍ଲର କୋର୍ସ ଆଦି ଯୋଗାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ପଦକ୍ଷେପ ନେଉଛି ଅଭୟ ଫାଉଣ୍ଡେସନ। ଏହି ଅବସରରେ ଟ୍ରାଫିକ ଡିସିପି ସାଗରିକା ନାଥ ଉପସ୍ଥିତ ରହି ଅଭୟ ଫାଉଣ୍ଡେସନର ଏହି ପଦକ୍ଷେପକୁ ସ୍ଵାଗତ କରିବା ସହ ସମାଜରେ ମହିଳାମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି କହିଛନ୍ତି।

ଏହି ଅବସରରେ ମହିଳା କମିଶନ ସଦସ୍ୟ ସ୍ନେହାଞ୍ଜଳି ମହାନ୍ତି, ମହିଳା ଶିଶୁ କଲ୍ୟାଣ ବିଭାଗର ପରାମର୍ଶଦାତା ସୁଲତା ଦେଓ ଓ ଅନ୍ୟ ବହୁ ଅଧିକାରୀ ଉପସ୍ଥିତ ରହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.