ETV Bharat / city

4 ଦିନିଆ ଓଡିଶା ଗସ୍ତରେ AAP ନୂଆ ପ୍ରଭାରୀ ବିରେନ୍ଦ୍ର ସିଂହ କାଦିଆନ

AAP ଓଡ଼ିଶାର ନବ ନିଯୁକ୍ତ ପ୍ରଭାରୀ ବିରେନ୍ଦ୍ର ସିଂହ କାଦିଆନ 4 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ । ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ଅଧିକ ପଢନ୍ତୁ

author img

By

Published : Apr 16, 2022, 9:25 PM IST

4 ଦିନିଆ ଓଡ଼ିଶା ଗସ୍ତରେ AAP ପ୍ରଭାରୀ ବିରେନ୍ଦ୍ର ସିଂହ କାଦିଆନ

ଭୁବନେଶ୍ବର: ଆମ ଆଦମୀ ପାର୍ଟି (AAP) ଓଡ଼ିଶାର ନବ ନିଯୁକ୍ତ ପ୍ରଭାରୀ ବିରେନ୍ଦ୍ର ସିଂହ କାଦିଆନ 4 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଅପରାହ୍ନରେ ସେ ଭୁବନେଶ୍ୱରରେ ପହଞ୍ଚିବେ । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଦଳର ସ୍ଥିତି ପରଖିବା ସହ ରହଣି ଅବଧି ମଧ୍ୟରେ ସେ ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡିଶାର ପୁର୍ବତନ ପ୍ରଭାରୀ ସଞ୍ଜୟ ସିଂହଙ୍କ ପରେ ନୂତନ ରାଜ୍ୟ ପ୍ରଭାରୀ ଭାବେ ବିରେନ୍ଦ୍ର ସିଂହଙ୍କର ଗସ୍ତ ଅତ୍ୟନ୍ତ ଗୁରୁତ୍ଵ ବହନ କରୁଛି । ରାଜ୍ୟରେ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେହିପରି 18 ତାରିଖରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେବେ ।

ଭୁବନେଶ୍ଵରର ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରସ୍ ଭବନରେ 19 ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ ସେ ଓଡ଼ିଶାରେ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇଥିବା ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଦାବି ଆନ୍ଦୋଳନର ସମୀକ୍ଷା କରିବା ସହ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ମାର୍ଗଦର୍ଶନ କରିବାର ଯୋଜନା ମଧ୍ୟ ରହିଛି । ଆମ୍ ଆଦମି ପାର୍ଟି ଓଡିଶାର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ତାଙ୍କୁ ସ୍ଵାଗତ କରିବେ ।

ଭୁବନେଶ୍ବରରୁ ଭଭାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.