ETV Bharat / city

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୂର୍ବ ଶତ୍ରୁତା ସନ୍ଦେହ - ପୂର୍ବ ଶତ୍ରୃତାକୁ ନେଇ ଆକ୍ରମଣ

ରାଜଧାନୀରେ ଭୟଙ୍କର ହଣାକଟା । ପୂର୍ବ ଶତ୍ରୁତାକୁ ନେଇ ମିଳିମିଶି ହାଣିଲେ ଦୁବୃର୍ତ୍ତ । ଅଧିକ ପଢନ୍ତୁ...

a youngman brutally attacked by mischievous in bhubaneswar
ରାଜଧାନୀରେ ନୃଶଂସ ଭାବେ ହାଣିଲେ ଦୁବୃର୍ତ୍ତ
author img

By

Published : Jan 13, 2021, 9:02 PM IST

ଭୁବନେଶ୍ବର : ରାଜଧାନୀରେ ଭୟଙ୍କର ହଣାକଟା। ପୂର୍ବ ଶତ୍ରୁତାକୁ ନେଇ ମିଳିମିଶି ହାଣିଲେ ଦୁବୃର୍ତ୍ତ । କ୍ୟାପିଟାଲ ଥାନା ଅନ୍ତର୍ଗତ ଆମ୍ବେଦକର ବସ୍ତିରେ ସଙ୍ଘବଦ୍ଧ ଆକ୍ରମଣ । ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୫ ରୁ ୬ଜଣ ଯୁବକ । ଆକ୍ରମଣରେ ଆମ୍ବେଦକର ବସ୍ତିର କାହ୍ନାନାୟକ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡ, ପିଠିରେ ଓ କାନ୍ଧ ସମେତ ଅଣ୍ଟାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଫଳରେ ୧୨ରୁ ଅଧିକ ଷ୍ଟିଚ ପଡିଛି ।

ରାଜଧାନୀରେ ନୃଶଂସ ଭାବେ ହାଣିଲେ ଦୁବୃର୍ତ୍ତ

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଗଣ୍ଡଗୋଳ ସହ ଆକ୍ରମଣ ହୋଇଥିବା କାହ୍ନାନାୟକଙ୍କ ମାଆ ଅଭିଯୋଗ କରିଛନ୍ତି । ତେବେ ଆକ୍ରମଣକାରୀ ଯୁବକ ତାରିଣି ବସ୍ତିର ବୋଲି ଜଣାପଡିଛି । ତେବେ ଏଭଳି ଆକ୍ରମଣ ଘଟଣା ପରେ ରାଜଧାନୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଗୁରୁତରଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରୁଛି । ପୂର୍ବରୁ କ୍ୟାପିଟାଲ ଥାନା ଅଧିନରେ ଥିବା ମାର୍କେଟ ବିଲଡିଂ , ଫାଳିକିଆ ବସ୍ତିରେ ଏଭଳି ଘଟଣା ବଢୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.