ETV Bharat / city

କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ନେଲା ଯୁବକଙ୍କ ଜୀବନ ! - doctor at Capital Hospital

କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ 30 ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଭୁଲ ଇଞ୍ଜେକସନ ନେଲା ଯୁବକଙ୍କ ଜୀବନ
ଭୁଲ ଇଞ୍ଜେକସନ ନେଲା ଯୁବକଙ୍କ ଜୀବନ
author img

By

Published : Feb 1, 2021, 5:37 PM IST

ଭୁବନେଶ୍ବର:ପୁଣିଥରେ ସାମ୍ନାକୁ ଆସିଲା ଡାକ୍ତରଙ୍କ ଅବହେଳା ଅଭିଯୋଗ । ଭୁଲ ଇଞ୍ଜେକସନ ପାଇଁ ଗଲା ରୋଗୀଙ୍କ ଜୀବନ । କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ଭୁଲ ଇଞ୍ଜେକସନ ଦେବାରୁ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ପରିବାର ଲୋକ।

କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ 30 ବର୍ଷିୟ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତବ୍ୟକ୍ତିଙ୍କ ନାଁ ସିଦ୍ଧିନାଥ ସାହୁ , ତାଙ୍କ ଘର ଭିଙ୍ଗାରପୁର ଶାସନ ଅଞ୍ଚଳର ବୋଲି ଜଣାପଡିଛି ।

ଭୁଲ ଇଞ୍ଜେକସନ ନେଲା ଯୁବକଙ୍କ ଜୀବନ
ଭୁଲ ଇଞ୍ଜେକସନ ନେଲା ଯୁବକଙ୍କ ଜୀବନ

ରାତିରେ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଅଧବାଟରେ ସିଦ୍ଧିନାଥଙ୍କର ବାନ୍ତି ହୋଇଥିଲା । ସେ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ବିଳମ୍ବିତ ରାତି 2ଟା ବେଳେ ଡାକ୍ତର ଇଞ୍ଜେକସନ ଦେବାର 5 ମିନିଟ ପରେ ସିଦ୍ଧିନାଥ ଟଳି ପଡ଼ିଥିଲେ ।

ଡାକ୍ତରଙ୍କ ଅବହେଳା ଅଭିଯୋଗ

ରାତି ପାଇଲେ ନିଜ ବାହାଘର ପାଇଁ ଝିଅ ଦେଖିବା ପାଇଁ ଯାଇଥାନ୍ତେ ସିଦ୍ଧିନାଥ । ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ,ଏହି ଘଟଣା ଉପରେ ଅବଗତ ନଥିବା ସହ ଯଦି ଏଭଳି ଘଟଣା ଘଟିଥାଏ, ତେବେ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.