ETV Bharat / city

ଖୁସି ବାଣ୍ଟୁଛନ୍ତି ଯୋଗଗୁରୁ ରଞ୍ଜନ, ଅଚିହ୍ନାଙ୍କ ମୁହଁରେ ହସ ଫୁଟାଉଛି ନିଆରା ଫଟୋଗ୍ରାଫି

ଯୋଗ ଶିକ୍ଷକ ରଞ୍ଜନ କୁମାର ପାତ୍ର । ବୃତ୍ତିରେ ଯୋଗ ଶିକ୍ଷକ କିନ୍ତୁ ନିଶା ତାଙ୍କର ଫଟୋଗ୍ରାଫି । ଆଉ ସେହି ଫଟୋଗ୍ରାଫି ମାଧ୍ୟମରେ ଏବେ ସେ ଆରମ୍ଭ କରିଛନ୍ତି ଏକ ଅଭିଯାନ, ଅଚିହ୍ନାଙ୍କ ମୁହଁରେ ‘ଟିକିଏ ଖୁସି’ । ଅଧିକ ପଢନ୍ତୁ...

author img

By

Published : Apr 13, 2021, 8:40 PM IST

ଫଟୋରେ ଖୁସି ବାଣ୍ଟୁଛନ୍ତି ଯୋଗ ଶିକ୍ଷକ
ଫଟୋରେ ଖୁସି ବାଣ୍ଟୁଛନ୍ତି ଯୋଗ ଶିକ୍ଷକ

ଭୁବନେଶ୍ବର: ସମାଜର ଭିଡ଼ ଭିତରେ ଅନେକ ଭଲ ମଣିଷ ଅଛନ୍ତି । ଯାହାଙ୍କ ପ୍ରତିଭା ପାଇଁ ସେମାନେ ସହଜରେ ବାରି ହୋଇପଡ଼ନ୍ତି । ସେହିଭଳି ଭିନ୍ନ ଚରିତ୍ର ହେଲେ ଯୋଗ ଶିକ୍ଷକ ରଞ୍ଜନ କୁମାର ପାତ୍ର । ବୃତ୍ତିରେ ଯୋଗ ଶିକ୍ଷକ କିନ୍ତୁ ନିଶା ତାଙ୍କର ଫଟୋଗ୍ରାଫି । ଆଉ ସେହି ଫଟୋଗ୍ରାଫି ମାଧ୍ୟମରେ ଏବେ ସେ ଆରମ୍ଭ କରିଛନ୍ତି ଏକ ଅଭିଯାନ, ଅଚିହ୍ନାଙ୍କ ମୁହଁରେ ‘ଟିକିଏ ଖୁସି’ ।

ଖୁସି ବାଣ୍ଟୁଛନ୍ତି ଯୋଗଗୁରୁ ରଞ୍ଜନ, ଅଚିହ୍ନାଙ୍କ ମୁହଁରେ ହସ ଫୁଟାଉଛି ନିଆରା ଫଟୋଗ୍ରାଫି

ଫଟୋରେ ଫଟୋରେ ଖୁସି ବାଣ୍ଟୁଛନ୍ତି ରଞ୍ଜନ । ଅଜଣା ଜାଗାରେ ଅଜଣା ଲୋକଙ୍କ ଫଟୋ ଉଠାଉଛନ୍ତି । ପୁଣି ଫଟୋକୁ ଫ୍ରେମରେ ବାନ୍ଧି ସେହି ବ୍ୟକ୍ତିଙ୍କୁ ଉପହାରରେ ଦେଉଛନ୍ତି । ଭଦ୍ରକ ଶହୀଦ ନଗରର ରାମହରି ପାତ୍ର ଓ ସ୍ୱର୍ଗତ ସେବତୀ ପାତ୍ରଙ୍କ ପୁଅ ରଞ୍ଜନ । ପରିବାରରେ ବିଭିନ୍ନ ଅସୁବିଧା ସତ୍ତ୍ୱେ ବି ରଞ୍ଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆସି ଯୋଗରେ ଏମ୍ଏ ଶିକ୍ଷା କଲେ ।

୨୦୧୬ରେ କଳାହାଣ୍ଡି କଲମପୁର ଆଦର୍ଶ ବିଦ୍ୟାଳୟରେ ଯୋଗ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ । ଚାକିରି ସହ ଫଟୋ ଉଠା ତାଙ୍କର ନିଶା ପାଲଟିଗଲା । ୨୦୨୦ରୁ ରଞ୍ଜନ ଫଟୋ ଦେଇ ଖୁସି ସାଉଁଟିବାରୁ ଏହି ଫଟୋଗ୍ରାଫି ପାଇଁ ରଞ୍ଜନଙ୍କୁ ପୁରସ୍କୃତ କରାଯାଇଛି ।

ଏଥିସହ ସର୍ବଭାରତୀୟ ୱାଇଲ୍ଡ ଲାଇଫ୍ ଫଟୋ ନେଇଛନ୍ତି । ଆଉ ତା’ର ନାଁ ଦେଇଛନ୍ତି ‘ଟିକିଏ ଖୁସି’ । ସେ ଗତ ୩ବର୍ଷ ପ୍ରାୟ ୨୫ ଜଣ ସାଧାରଣ ମଣିଷଙ୍କ ଫଟୋ ଉଠାଇ ଉପହାରରେ ଦେଇଛନ୍ତି । ଯାହା ତାଙ୍କୁ ଅତି ଖୁସି ଦିଏ ବୋଲି ରଞ୍ଜନ ପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.