ETV Bharat / city

ସ୍ୱାବଲମ୍ବୀ ହେବା ସହ ପରିବାର ପୋଷୁଛି ନାରୀ

ହାଣ୍ଡିଶାଳରୁ ମହାକାଶ...ଘର ଅଗଣାରୁ ସଂସଦ...ସବୁ କ୍ଷେତ୍ରରେ ନାରୀ ନିଜର ପରାକାଷ୍ଠା ପ୍ରତିପାଦିତ କରିପାରିଛି । ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି ତାର ଜ୍ବଳନ୍ତ ଉଦାହରଣ ସ୍ମାର୍ଟସିଟି ଭୁବନେଶ୍ବରରେ ଆପଣଙ୍କୁ ଦେଖିବାକୁ ମିଳିବ । ସେନେଇ ଦେଖନ୍ତି ଏହି ସ୍ପେଶିଆଲ ରିପୋର୍ଟ...

author img

By

Published : Mar 8, 2021, 9:02 PM IST

ସ୍ୱାବଲମ୍ବୀ ହେବା ସହ ପରିବାର ପୋଷୁଛି ନାରୀ
ସ୍ୱାବଲମ୍ବୀ ହେବା ସହ ପରିବାର ପୋଷୁଛି ନାରୀ

ଭୁବନେଶ୍ବର: ହାଣ୍ଡିଶାଳରୁ ମହାକାଶ...ଘର ଅଗଣାରୁ ସଂସଦ...ସବୁ କ୍ଷେତ୍ରରେ ନାରୀ ନିଜର ପରାକାଷ୍ଠା ପ୍ରତିପାଦିତ କରିପାରିଛି । ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି ତାର ଜ୍ବଳନ୍ତ ଉଦାହରଣ ସ୍ମାର୍ଟସିଟି ଭୁବନେଶ୍ବରରେ ଆପଣଙ୍କୁ ଦେଖିବାକୁ ମିଳିବ । ଏ ହେଉଛନ୍ତି ପ୍ରତିମା ପାତ୍ର । ବୟସ ୩୨ ବର୍ଷ । ମୋ ବସରେ ମହିଳା ଗାଇଡ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଗୋଟେ ପଟେ ଘର କାମ ଆଉ ଗୋଟେ ପଟେ ପେଟଣା ପାଇଁ କରୁଛନ୍ତି ସଂଘର୍ଷ । ବାପା ନଥିବାରୁ ଘରର ସବୁ ଦାୟିତ୍ବ ସେ ତୁଲାନ୍ତି । ଏହାସହ ଦୈନିକ ଶହ ଶହ ଲୋକଙ୍କୁ ନିଷ୍ଠାପର ସହ ଯୋଗାଉଛନ୍ତି ସେବା । ଯେଉଥିପାଇଁ କ୍ରୃଟ ପକ୍ଷରୁ 2020 ବର୍ଷ ପାଇଁ 'ମୋ ବସ ମୋ ହିରୋ' ଆୱାର୍ଡ ରେ ସମ୍ମାନିତ କରାଯାଇଛି ।

ସ୍ୱାବଲମ୍ବୀ ହେବା ସହ ପରିବାର ପୋଷୁଛି ନାରୀ

ସେହିପରି ଆଉ ଜଣେ ମହିଳା ଗାଇଡ ହେଉଛନ୍ତି ଲିତୁ ବଳିଆରସିଂ। ଘରେ ପରିବାର ଚଳାଇବା ସହ ସମୟ ସ୍ରୋତରେ ନିଜକୁ ଖାପ ଖୁଆଇ ପବ୍ଲିକ ଟ୍ରାନ୍ସପୋର୍ଟରେ ସାହାସିକତାର ସହ ନିଜର କାର୍ଯ୍ୟ କରୁଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ଶହ ଶହ ଲୋକଙ୍କୁ ସୁବିଧାରେ ଗମନାଗମନ କରାଇବାରେ ନିଜକୁ ସକ୍ଷମ କରିପାରିଛନ୍ତି ଲିତୁ ।

ସ୍ବଚ୍ଛତା ସମାଜର ଏକ ବଡ଼ ଅଙ୍ଗ । ସ୍ଵଚ୍ଛ ପରିମଳ ରକ୍ଷା କରିବାରେ ନାରୀ ନିଜକୁ ନିୟୋଜିତ କରିଛି । ହଁ ଆମେ ଏଭଳି ଏକ ମହିଳାଙ୍କ କଥା କହୁଛୁ ଯେ ରାଜଧାନୀ ଭୁବନେଶ୍ବରରେ ଦୀର୍ଘ ୧୫ ବର୍ଷ ହେବ ଲୋକଙ୍କ ଘରୁ ଅଳିଆ, ଆବର୍ଜନା ସଫା କରନ୍ତି । ସମାଜକୁ ସଫା ସ୍ଵଚ୍ଛ ରଖିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ହେଉଛନ୍ତି ଭୁବନେଶ୍ବର ମହାନଗର ନିଗମ ଦ୍ବାରା ପରିଚାଳିତ ଜାଗୃତି ଅଧୀନରେ କାର୍ଯ୍ୟରତ ସଫେଇ କର୍ମଚାରୀ ସୁଲୋଚନା ନାୟକ । ଭୋରରୁ ଯେତେବେଳେ କେହି ଉଠି ନଥାନ୍ତି ସେତେବେଳେ ତାଙ୍କ କାର୍ଯ୍ୟ ଆରମ୍ଭ ହୁଏ । ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରନ୍ତି ଓ ରାସ୍ତା ଘାଟ ଝାଡୁ ମାରି ସଫା କରନ୍ତି । ଏଭଳି କାମ ତାଙ୍କୁ ଆନନ୍ଦ ଆଣି ଦିଏ ବୋଲି ସେ କୁହନ୍ତି ।ନିଜର ନିଷ୍ଠା, ପରିଶ୍ରମ ,ଦୃଢ ଇଚ୍ଛାଶକ୍ତି ବଳରେ ମହିଳାମାନେ ଆଜି ସବୁ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଉଛନ୍ତି । ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ପ୍ରମାଣିତ କରୁଛନ୍ତି । ତେବେ ଏହି ମହିଳାଙ୍କୁ ଇଟିଭି ଭାରତର ସଲାମ...ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.