ଭୁବନେଶ୍ବର: ରାଜଧାନୀ ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛପଟୁ ପିଟିଲା ହାଇଓ୍ବା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନୋଟି କାର ସମେତ ଦୁଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନାଅନୁସାରେ, ସୋମବାର ସକାଳ ସମୟରେ ପଳାଶୁଣି ଛକରେ ଏକ ହାଇଓ୍ବା ଭାରସାମ୍ୟ ହରାଇ ସିରିଜ ଦୁର୍ଘଟଣା ଘଟାଇଛି । ଏକ କାରକୁ ପଛ ପଟୁ ଧକ୍କା ଦେଇଥିଲେ ହାଇଓ୍ବା । ଏହାପରେ ବାଇକ ଏବଂ ୨ଟି କାରକୁ ପଛପଟୁ ମଧ୍ୟ ଧକ୍କା ଦେଇଥିଲା । ଏହି ସିରିଜ୍ ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ବାଇକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ପରେ ରାସ୍ତା ଉପରେ ପ୍ରବଳ ଭିଡ଼ ଲାଗି ରହିଥିଲା । ଅନେକ ସମୟ ଧରି ପଳାଶୁଣିରୁ ପାହାଳ ପର୍ଯ୍ୟନ୍ତ ରାସ୍ତାଘାଟ ଜାମ ହୋଇଥିଲା । ଯାହାଫଳରେ ଲୋକମାନଙ୍କ ଯିବାଆସିବାରେ ଅସୁବିଧା ହେଉଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ